ହେଡଲାଇନସ୍:

ହୀରାକୁଦରେ ରକ୍ତଦାନ,୩୦ୟୁନିଟ ସଂଗୃହିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ:   ହୀରାକୁଦର ମହମ୍ମଦପୁର ହାଇସ୍କୁଲ ପରିସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା |  ବିଜୁ ଜନତା ଦଳ ସମ୍ବଲପୁର  ବିଧାନସଭା କ୍ଷେତ୍ର ଜୀବନବିନ୍ଦୁ ସହ ହୀରାକୁଦ ଶକ୍ତି କ୍ଲୁବ ଓ ପ୍ରଫୁଲ୍ଲ ରାଉତରାୟ ଟ୍ରଷ୍ଟ ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ରକ୍ତଦାନ ଶିବିରକୁ ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ ଉଦଘାଟନ କରିଥିଲେ |  ଶିବିରରେ ୩୦ଜଣ ରକ୍ତଦାତା ସ୍ବେଛାକୃତ ଭାବେ ରକ୍ତଦାନ କରିଥିଲେ !  ବୁର୍ଲା  ରକ୍ତଭଣ୍ଡାର  ଡାକ୍ତର ଓ କର୍ମକର୍ତ୍ତାଙ୍କ ପରିଚାଳନାରେ  ଅନୁଷ୍ଠିତ ଏହି  ରକ୍ତଦାନ ଶିବିରକୁ ହୀରାକୁଦ ଶକ୍ତି କ୍ଲୁବର ନାର୍ତ୍ତୃ ଗୋପାଳ ,ଅମର କୁମାର ମହାନ୍ତି ,ଅଶୋକ ଅଗ୍ରୱାଲ , ଅମରେନ୍ଦ୍ର ତ୍ରିପାଠୀ  ଓ ପ୍ରଫୁଲ୍ଲ ରାଉତରାୟ ଟ୍ରଷ୍ଟର ପ୍ରଦୀପ ରାଉତରାୟ ,ବିଜୟ ରାଉତରାୟ , ବାଳଗୋପାଳ ମିଶ୍ର , ଜଗଦୀଶ ମିଶ୍ର , ଅଶୋକ ପଣ୍ଡା , ପ୍ରଫୁଲ୍ଲ ସ୍ୱାଇଁ , ରବୀନ୍ଦ୍ର ସୁବୁଦ୍ଧି ,ଧିରେନ ବେହେରା ,ପ୍ରମୋଦ ବେହେରା ,ଗୋପେସ୍ୱର  ଶତପଥୀ ,ମନୋଜ ସ୍ୱାଇଁଙ୍କ ସମେତ ଦଳୀୟ ନେତୃବର୍ଗ  ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ | ତେବେ କୋରନା କଟକଣା ସମୟରେ ବିଜୁ ଜନତା ଦଳ ସମ୍ବଲପୁର  ବିଧାନସଭା କ୍ଷେତ୍ର ପକ୍ଷରୁ ଏହା ଚତୁର୍ଥ ଜୀବନବିନ୍ଦୁ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା | ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ ସମସ୍ତ ରକ୍ତଦାତାଙ୍କୁ ସାର୍ଟିଫିକେଟ ପ୍ରଦାନ କରିବା ସହ ସାଧୁବାଦ ଜଣାଇଥିଲେ  |

 

0
0
0
s2sdefault