ହେଡଲାଇନସ୍:

ଶ୍ରମିକ ଦିବସରେ  ଗଡ଼ିଲା ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର (ଏସପିବି ) ଲକ ଡାଉନ୍ ଯୋଗୁଁ ଦେଶର ବିଭିନ୍ନ ପ୍ରାନ୍ତରରେ ଫସି ରହିଥିବା ପ୍ରବାସୀ ଶ୍ରମିକ, ଛାତ୍ର, ତୀର୍ଥଯାତ୍ରୀ, ପର୍ଯ୍ୟଟକ ଓ ଅନ୍ୟାନ୍ୟ ନିଃସହାୟ ବ୍ୟକ୍ତିଙ୍କୁ ପରିବହନ କରିବାକୁ ଗୃହ ମନ୍ତ୍ରଣାଳୟର  ନିର୍ଦ୍ଦେଶକ୍ରମେ ଆଜି ଶ୍ରମିକ ଦିବସରୁ  "ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍' ଚଳାଇବାକୁ ନିଷ୍ପତ୍ତି ନିଆଯାଇଛି ।

ନୀତି ନିର୍ଦ୍ଧାରିତ ପୋଟୋକଲ୍ ଅନୁସାରେ ଏହି ନିଃସହାୟ ବ୍ୟକ୍ତିମାନଙ୍କୁ ପଠାଇବା ଓ ଗ୍ରହଣ କରିବା ପାଇଁ ଦୁଇ ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ଏହି ସ୍ୱତନ୍ତ୍ର ଟ୍ରେନ୍ଗୁଡ଼ିକ ଗୋଟିଏ ସ୍ଥାନରୁ ଅନ୍ୟ ଗୋଟିଏ ସ୍ଥାନକୁ (ପଏଣ୍ଟ୍ ଟୁ ପଏଣ୍ଟ୍) ଚଳାଚଳ କରିବ । ଏହି "ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍'ର ଉତ୍ତମ ସମନ୍ୱୟ ଓ ସୁଚାରୁରୂପେ ଚଳାଚଳ ପାଇଁ ରେଲୱେ ଓ ରାଜ୍ୟ ସରକାର ବରିଷ୍ଠ ଅଧିକାରୀଙ୍କୁ ନୋଡାଲ୍ ଅଧିକାରୀ ଭାବେ ନିଯୁକ୍ତ କରିଛନ୍ତି ।

ପଠାଉଥିବା ରାଜ୍ୟ ଏହି ଯାତ୍ରୀମାନଙ୍କୁ ଉତ୍ତମ ଭାବେ ସ୍କ୍ରିନିଂ କରିବ ଏବଂ ଯେଉଁମାନଙ୍କ ଭିତରେ ରୋଗର ଲକ୍ଷଣ ନଥିବ ସେମାନେ କେବଳ ଯାତ୍ରା କରିପାରିବେ । ପଠାଉଥିବା ରାଜ୍ୟ ସରକାରମାନେ ସାମାଜିକ ଦୂରତ୍ୱ ଓ ଅନ୍ୟାନ୍ୟ ସାବଧାନତା ଅବଲମ୍ବନ କରି ସାନିଟାଇଜ୍ ହୋଇଥିବା ବସରେ  ନିର୍ଦ୍ଧାରିତ ରେଳଷ୍ଟେସନକୁ  ବ୍ୟକ୍ତିମାନଙ୍କୁ ଆଣିବେ ଯାହା ଫଳରେ ଟ୍ରେନ୍ରେ ସେମାନେ ଯାତ୍ରା କରିପାରିବେ । ପ୍ରତ୍ୟେକ ଯାତ୍ରୀ ମୁହଁରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଟ୍ରେନ୍ ଯେଉଁଠୁ ଛାଡ଼ିବ ପଠାଉଥିବା ରାଜ୍ୟ ସରକାର ଖାଦ୍ୟ ଓ ପିଇବା ପାଣି ବନ୍ଦୋବସ୍ତ  କରିବେ ।

ଯାତ୍ରୀମାନଙ୍କ ସହଯୋଗରେ ରେଲୱେ ଯାତ୍ରା ସମୟରେ ସାମାଜିକ ଦୂରତ୍ୱ ବଜାୟ ରଖିବା ଓ ସ୍ୱାସ୍ଥ୍ୟପ୍ରଦ ପରିବେଶ ପ୍ରଦାନ କରିବାକୁ ଉଦ୍ୟମ କରିବ । ଦୂରକୁ ଯାଉଥିବା ଟ୍ରେନରେ  ରେଲୱେ ଯାତ୍ରାକାଳୀନ ରୁଟରେ  ଖାଦ୍ୟ ପ୍ରଦାନ କରିବେ ।

ଟ୍ରେନଟି  ଲକ୍ଷସ୍ଥଳ ଷ୍ଟେସନରେ  ପହଂଚିବା  ପରେ ଯାତ୍ରୀମାନଙ୍କୁ ରାଜ୍ୟ ସରକାର ଗ୍ରହଣ କରିବେ ଓ ସ୍କ୍ରିନିଂ କରି ସଂଗରୋଧ କିମ୍ବା ଆଇସୋଲେସନ୍ରେ ରଖିବାକୁ ଆବଶ୍ୟକ ପଦକ୍ଷେପ ନେବେ ଏବଂ ରେଲୱେ ଷ୍ଟେସନ୍ରୁ ଗନ୍ତବ୍ୟ ସ୍ଥଳକୁ ପରିବହନର ମଧ୍ୟ ବ୍ୟବସ୍ଥା କରିବେ । ଦେଶ ସମ୍ମୁଖୀନ ହେଉଥିବା ଏହିଭଳି ଏକ ସଂକଟ ସମୟରେ ଭାରତୀୟ ରେଳପଥର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଆମର ଦେଶବାସୀଙ୍କୁ ସେବା ଯୋଗାଇ ଦେବାକୁ ବଦ୍ଧପରିକର ଏବଂ କର୍ତ୍ତବ୍ୟ ନିର୍ବାହ ସମୟରେ ସମସ୍ତଙ୍କର ସାହାଯ୍ୟ ଓ ସହଯୋଗ କାମନା କରୁଛନ୍ତି ।

ଏହି ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ ତା. ୦୧.୦୫.୨୦୨୦ରିଖ (ମଇ ପହିଲା) ଦିନ ଚଳାଚଳ କରିବ ବୋଲି ଯୋଜନା କରାଯାଇଛି :

୧.ଲିଙ୍ଗମ୍ପାଲ୍ଲିରୁ ହାତିଆ୨.ଆଲୁଭାରୁ ଭୁବନେଶ୍ୱର

୩.ନାସିକରୁ  ଲକ୍ଷ୍ନୋ         ୪.ନାସିକରୁ  ଭୋପାଳ

୫.ଜୟପୁରରୁ ପାଟଣା୬.କୋଟାରୁ ହାତିଆ

 

0
0
0
s2sdefault