ହେଡଲାଇନସ୍:

ଶିକୁଳିରେ ବନ୍ଧା ହୋଇଥିବା ଯୁବକଙ୍କୁ ଉଦ୍ଧାର କଲେ ପାଟଣାଗଡ଼ ବିଡ଼ିଓ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଦେଲେ ସରକାରୀ ସହାୟତାର ପ୍ରତିଶ୍ରୁତି, ବିଡ଼ିଓଙ୍କ ପଦକ୍ଷେପକୁ ଲୋକଙ୍କ ପ୍ରଶଂସା

ପାଟଣାଗଡ/ ସ୍ୱତନ୍ତ୍ର ପ୍ରତିନିଧି ବିମଳ କୁମାର ବାଗ:: ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବିଜ୍ଞାପିତ ଅଞ୍ଚଳରେ ଏକ ଅଭାବନୀୟ  ଘଟଣା ଦେଖିବାକୁ ମିଲିଛି। ପାଟଣାଗଡ ବ୍ଳକ ଅନ୍ତର୍ଗତ ବରପଦର ପଞ୍ଚାୟତ ଖୁଟସମଲେଇ ଗ୍ରାମର କାର୍ତ୍ତେକ ବଗର୍ତ୍ତୀ ପ୍ରାୟ ୨୦ ଦିନରୁ ଉର୍ଦ୍ଧ ହେବ ପାଟଣାଗଡ ବିଜ୍ଞାପିତ ଅଞ୍ଚଳର ବସଷ୍ଟପରୁ କଲେଜ ଛକରେ ଶିକୁଳି ବନ୍ଧା ହୋଇଥିବା ଅବସ୍ଥାରେ ବୁଲୁଥିଲେ ବୋଲି ସ୍ଥାନିୟ ଲୋକେ କହିଛନ୍ତି।  ସେ ବନ୍ଧା ହୋଇଥିବା ଲୁହା ଶିକୁଲି ପାଇଁ ରାସ୍ତାରେ ଠିକ୍ ଭାବରେ ଚାଲି ପାରୁ ନ ଥିବା ଦେଖିବାକୁ ପାଇ  ଥିଲେ ହେଲପିଙ୍ଗ୍ ହେଣ୍ଡର ପାଟଣାଗଡର ପ୍ରତିଷ୍ଠାତା ତଥା ସମାଜସେବୀ ବିମଳ କୁମାର ବାଗ। ତାପରେ ତାଙ୍କୁ ସୁରକ୍ଷିତ ସହିତ ଏକ ଗଛମୁଲେ ଆଣି ବସାଇ ପାଣି ପିଇବାକୁ ଦେଇ ତାଙ୍କ ପରିଚୟ ପଚାରିବା ସହ ତାଙ୍କୁ ଶିକୁଲି ବାନ୍ଧିବା ଘଟଣା ସମ୍ପର୍କରେ ପଚାରିଥିଲେ। କାର୍ତ୍ତିକଙ୍କ କହିବା ଅନୁଯାୟୀ ତାଙ୍କ ଘର ଲୋକେ ଦୁଇ ହାତ ଓ ଦୁଇ ଗୋଡକୁ ଲୁହା କଡାରେ ବାନ୍ଧି ତାଲା ପକାଇ ଦେଇଥିଲେ। ତାଙ୍କ କହିବା ଅନୁଯାୟୀ, ସେ କିଛି ଭୁଲ କରିନାହାନ୍ତି କି, କାହା ସହିତ ମାଡ ଲାଗି ନାହାନ୍ତି । କୌଣସି ପ୍ରକାର ଅପରାଧ କରିନଥିବା ସତ୍ତ୍ୱେ ଘର ଲୋକ ଶିକୁଲିରେ ବାନ୍ଧିଥିବା କହିଛନ୍ତି। ଶ୍ରୀ ବାଗ  କାର୍ତ୍ତିକଙ୍କୁ ତରଭୁଜ ଓ ଶୁଖିଲା ଖାଦ୍ଯ ଖାଇବା ପାଇଁ ଦେଇଥିଲେ। କିଛ ସମୟ ଆସ୍ବସ୍ଥି ହେଲା ପରେ ପାଟଣାଗଡ ଉପଜିଲ୍ଲାପାଳ ସୋମନାଥ ପ୍ରଧାନଙ୍କୁ ଫୋନ ମାଧ୍ୟମରେ ଘଟଣା ସମ୍ପର୍କରେ ଜଣାଇଥିଲେ। ଉପଜିଲ୍ଲାପାଳ ସହିତ ଘଟଣା ସ୍ଥଳକୁ ପାଟଣାଗଡ ସବ୍ ଡିଭିଜନାଲ ମେଡିକାଲ ଅଫିସର ଶ୍ରୀ ବିଶ୍ବାଳ ପହଞ୍ଚିଥିଲେ। ଏସଡିଏମଓଙ୍କ କହିବା ଅନୁଯାୟୀ କାର୍ତ୍ତିକ ମାନସିକ ରୋଗୀ ପରି ଦେଖାଯାଉନଥିବା। ଉପଜିଲ୍ଲାପାଳ ସହକାରୀ ଉପଜିଲ୍ଲାପାଳଙ୍କୁ ଫୋନରେ ଯୋଗାଯୋଗ କରି ଘଟଣା ସ୍ଥଳକୁ ପହଞ୍ଚିବା ପାଇଁ କହିଥିଲେ। ଶ୍ରୀ ପୁରୋହିତ ପହଞ୍ଚିଲା ପରେ ତାଙ୍କ ସୁବିଧା କରାଯିବ ବୋଲି କହି ଚାଲିଗଲେ ।  କିନ୍ତୁ ସହକାରୀ ଉପଜିଲ୍ଲାପାଳ ଶ୍ରୀ ପୁରୋହିତଙ୍କୁ ଅନେକ ସମୟ ଅପେକ୍ଷା ପରେ ମଧ୍ୟ କୌଣସି କାରଣରୁ ଘଟଣା ସ୍ଥଳକୁ ପହଞ୍ଚିନଥିଲେ। ଏସଡିପିଓ ନାଏକଙ୍କୁ ଫୋନ ମାଧ୍ୟମରେ ସମ୍ପର୍କ କରିବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ଫୋନ ଉଠାଇ ନଥିଲେ। ଶେଷରେ ସମାଜସେବୀ ଶ୍ରୀ ବାଗ ପାଟଣାଗଡ ବିଡିଓ ନୀଳମାଧବ ସୁନାଙ୍କୁ ଯୋଗାଯୋଗ କଲା ପରେ ଘଟଣା ସ୍ଥାନକୁ ଦ୍ବିପ୍ରହରେ ୨ଟା ସମୟରେ ପହଞ୍ଚି କାର୍ତ୍ତିକ ବଗର୍ତ୍ତୀକୁ ଉଦ୍ଧାର କରିଥିଲେ। ତାଙ୍କୁ ଦେଖିଲା ପରେ ସରକାରୀ ନିୟମ ଅନୁଯାୟୀ ସୁବିଧା ଆଗାମୀ ଦିନରେ ସହାୟତା ଯୋଗାଇ ଦେବା ପାଇଁ ପ୍ରତିଶୃତି ଦେବା ସହିତ ଏକ ଅଟୋ ଗାଡିରେ ତାଙ୍କୁ ଘରେ ଛାଡିବାକୁ କହିଥିଲେ। ପାଟଣାଗଡ ବ୍କକ ବିଡିଓ ଶ୍ରୀ ସୁନା ସାହାଯ୍ୟର ହାତ ବଢାଇଥିବାରୁ ତାଙ୍କର ଏହି ମହତ୍ କାମକୁ ଅଞ୍ଚଳ ବାସୀ ଖୁବ ପସନ୍ଦ କରୁଛନ୍ତି।

0
0
0
s2sdefault