ହେଡଲାଇନସ୍:

ଜୁଆ ଆଡ୍ଡା ଉପରେ ଚଢ଼ାଉ : ବନ୍ଧା ହେଲେ ଛଅ ଜୁଆଡ଼ି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଛଅ ମୋବାଇଲ, ଆଠ ମୋଟରସାଇକଲ ଓ ନଗଦ ଟଙ୍କା ଜବତ

ପଦ୍ମପୁର- ତାଲା ବନ୍ଦ ଯୋଗୁଁ ଲୋକେ ଘରେ ରହୁଛନ୍ତି , ଅତ୍ୟାବଶ୍ୟକ କାମ ନ ହେଲେ କେହି ଘରୁ ବାହାରୁ ନାହାଁନ୍ତି । ହେଲେ ପଦ୍ମପୁର ଉପଖଣ୍ଡ ବୁଡେନ ଥାନା ଗୁଠୁର୍ଲା ଅଞ୍ଚଳରେ କିଛି ଅସାଧୁ ବ୍ୟକ୍ତି ତାଳାବନ୍ଦର ସୁଯୋଗ ନେଇ  ଜୁଆ ଖେଲ ଚଲାଇଥିଲେ । ବୁଡେନ ଥାନାଧିକାରୀ ବିରବର ଭଗତ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଜୁଆ ଆଡ୍ଡା ଉପରେ ଚଢାଉ କରି ଛଅ ଜଣ ଜୁଆଡ଼ି ଗୁଠୁର୍ଲାର କୈଲାଶ ସାହୁ, କଂସରର ନରେଶ ବେହେରା, ଜାମପାଲିର ବିଶ୍ବାମିତ୍ର ପ୍ରଧାନ,ଦହିଗାଁର ଚନ୍ଦ୍ରମଣି ପଟେଲ,ସାରଙ୍ଗପୁରର ଅନନ୍ତ ପଟେଲ,ପଲସାପାଲିର ୠଷି ଭୁଏଙ୍କୁ ଗିରଫ କରିଛି । ସେମାନଙ୍କ ପାଖରୁ ଛଅ ଗୋଟି ମୋବାଇଲ ଫୋନ ଓ ୧୪୧୨୦ ଟଙ୍କା ଜବତ କରାହୋଇଛି । ଏହି ଚଢାଉରେ ଆଠ ଗୋଟି ମୋଟର ସାଇକଲ ଜବତ କରାହୋଇଛି । ସେଗୁଡିକ ହେଲା OD 17 L 2957 (Glumor)red colour,OD-31A9791 (Passion Pro),OD-17-S-8923 ( HF Deluxe ),OD-17-L-3431 (TVS XL),OD17-P-0362 (Pulsar),OR-17-d-7031 (TVS Star),OD 17 T 4546 (Hero splender Plus),OD-17-K-7388(Achevur) । ସମସ୍ତଙ୍କୁ କୋର୍ଟ ଚାଳାଣ କରାଯାଇଛି । ଏହି ଜୁଆ ଖେଲରେ ସମ୍ପୄକ୍ତ ଥିବା ଅନ୍ୟ ଜୁଆରି ମାନଙ୍କୁ ମଧ୍ୟ ଶିଘ୍ର ଗିରଫ କରାଯିବ ବୋଲି ବୁଡେନ ଥାନାଧିକାରୀ ବିରବର ଭଗତ ସୂଚନା ଦେଇଛନ୍ତି ।

0
0
0
s2sdefault