ହେଡଲାଇନସ୍:

ନୂତନ ତିନି  ଜିଲ୍ଲାରେ କରୋନା ପଜିଟିଭ  ବାହାରିଲା ପରେ ଚେତିଲା ମୟୂରଭଞ୍ଜ ଜିଲ୍ଲାପ୍ରଶାସନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ବାରିପଦା(ଦିଲ୍ଲୀପ ମହାନ୍ତି )- ବର୍ତ୍ତମାନ ମୟୂରଭଞ୍ଜ ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟ ଲକ୍ ଡ଼ାଉନ ଜାରି ରହିଛି । ଜିଲ୍ଲାରେ କରୋନା ପଜିଟିଭ ବାହାରି ନ ଥିବା କାରଣରୁ  ଗ୍ରୀନ ଜୋନରେ ରହିଛି ଏବଂ ଲକ୍ ଡ଼ାଉନ ନିମନ୍ତେ ଜାରି କରାଯାଇଥିବା ମାଗଦର୍ଶୀକାରେ କୋହଳ କରାଯାଇଛି । କିନ୍ତୁ, ଲକ୍ ଡ଼ାଉନ ନିୟମାବଳୀ ବାହାରକୁ ଯାଇ ବାରିପଦା ସହରରେ କେତେକ ବ୍ୟବସାୟୀ ସେମାନଙ୍କର ବ୍ୟବସାୟ ଚଳାଇ ଆସୁଥିଲେ । ସେହିପରି ପରସ୍ପର ମଧ୍ୟରେ ସାମାଜିକ ଦୂରତାକୁ ମଧ୍ୟ ସରକାରୀ କର୍ମଚାରୀ ହୁଅନ୍ତୁ ଅଥବା ସାଧାରଣ ଜନତା ଉଭୟ ଅଣଦେଖା କରିଆସୁଥିଲା । ଯାହାକୁ ନେଇ ଗ୍ରୀନ ଜୋନରେ ରହିଥିବା ମୟୂରଭଞ୍ଜ ଜିଲ୍ଲା ପାଇଁ ରେଡ଼ ୱାର୍ଣ୍ଣିଂ ବୋଲି ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ତଥାପି ଜିଲ୍ଲା ପ୍ରଶାସନ ଚେଇଁ ଶୋଇଥିବା ବେଳେ ଆଜି ଦେବଗଡ଼, ଝାରସୁଗୁଡ଼ା ସହିତ ମୟୂରଭଞ୍ଜ ଜିଲ୍ଲାର ପଡେ଼ାଶୀ  କେନ୍ଦୁଝର ଆଦି ତିନୋଟି ନୂତନ ଜିଲ୍ଲାଗୁଡ଼ିକରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ଜିଲ୍ଲାପ୍ରଶାସନ ଚେତି ଉଠିଥିବାର ପରିଲକ୍ଷିତ ହୋଇଛି । ଜିଲ୍ଲାର ସଦର ମହକୁମା ବାରିପଦା ସହରରେ ପ୍ରଶାସନିକ ସ୍ତରରେ ଅରମ୍ଭ ହୋଇଥିଲା ଘନ ଘନ ବୈଠକ ଓ ଲକ୍ ଡ଼ାଉନ ନିୟମ ବାହାରକୁ ଯାଇ ବ୍ୟବସାୟର ପସରା ମେଲାଇଥିବା ବ୍ୟବସାୟୀମାନଙ୍କ ଦୋକାନ ବଜାରକୁ ସିଲ କରିବା ଆରମ୍ଭ କରିଛନ୍ତି । ଏହି ସମୟରେ ଗ୍ରଣ ଜୋନରେ ରହିଥିବା ବାରିପଦା ସହରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶନାମା  ବାହାରେ ଯେଉଁ ସମସ୍ତ ଅନାବଶ୍ୟକ ଦୋକାନ ବଜାରଗୁଡ଼ିକ ଖୋଲାଯାଇଥିଲେ ସେଗୁଡ଼ିକୁ ଆଜି ପୁଲିସ ପକ୍ଷରୁ ସିଲ କରାଯାଇଛି । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ମିଥ ପି ପରମାରଙ୍କ ନେତୃତ୍ୱରେ ପୁଲିସ ଅଧିକାରୀମାନେ ଆଜି ସହରରେ ୮ରୁ ଅଧିକ ଦୋକାନକୁ ସିଲ କରିଥିବାର ଜଣାପଡ଼ିଛି ।  ସେହିପରି ବାରିପଦା ମାଛ ମାର୍କେଟରେ ସାମାଜିକ ଦୂରତାକୁ ଖୋଲାଖୋଲି ଅବମାନନା କରାଯାଉଥିବାର ଅଭିଯୋଗ ହେଉଥିଲା । ଫଳରେ ବାରିପଦା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉପଜିଲ୍ଲାପାଳ ଦାୟିତ୍ୱରେ ଥିବା ବାରିପଦା ପିଏ ଆଇଟିଡ଼ିଏ ବସନ୍ତ କୁମାର ସେଠୀ ମାଛ ବ୍ୟବସାୟୀମାନଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା ଏବଂ ଖବର ଲେଖାଯିବ ପର୍ଯ୍ୟନ୍ତ ବୈଠକ ଜାରି ରହିଥିବାର ଜଣାପଡ଼ିଛି । 

 

0
0
0
s2sdefault