ହେଡଲାଇନସ୍:

ଉପଜିଲ୍ଲାପାଳ ଧରିଲେ ୧୦ କେଜି ଗଞ୍ଜେଇ, ବାଣ୍ଟିଲେ ଅସହାୟ ମହିଳାଙ୍କୁ ଶୁଖିଲା ଖାଦ୍ୟ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ବରଗଡ :- ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ଦରୁଆନ ବୁଧବାର ସନ୍ଧ୍ୟାରେ ପଦ୍ମପୁର ନିକଟସ୍ଥ ବରୀକେଲ ଗ୍ରାମରେ ଲକଡାଉନ ଅବସ୍ଥା ତଦାରଖ କରୁଥିବା ସମୟରେ ଏକ ବାଇକ କୁ ଅଟକାଇ ମାକ୍ସ ଯାଞ୍ଚ କରୁଥିବା ସମୟରେ ବାଇକ ଚାଳକ ଓ ବାଇକରେ ବସିଥିବା ଅନ୍ୟ ଜଣେ ଲୋକର ଅବସ୍ଥା ଦେଖି ଉପଜିଲ୍ଲାପାଳଙ୍କୁ ସନ୍ଦେହ ହେଇଥିଲା । ନିଜର ସନ୍ଦେହ ଦୂର କରିବା ପାଇଁ ଉପଜିଲ୍ଲାପାଳ ବାଇକକୁ ଯାଞ୍ଚ କରିବା ନିର୍ଦେଶ ଦେଇଥିଲେ । ଯାଞ୍ଚ ସମୟରେ ବାଇକରେ 10kg ରୁ ଉର୍ଧ୍ବ ଗଞ୍ଜାଇ ଥିବା ଜାଣିବାକୁ ପାଇଥିଲେ ଉପଜିଲ୍ଲାପାଳ । ଏହାପରେ ଉପଜିଲ୍ଲାପାଳ ତୁରନ୍ତ ଅବକାରୀ ଅଧିକାରୀଙ୍କୁ ଫୋନକରି ଘଟଣା ବାବଦରେ କାର୍ଯନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦେଶ ଦେଇଥିଲେ । ଅବକାରୀ ବିଭାଗର ଅଧିକାରୀ ମାନେ ଘଟଣା ସ୍ଥଳକୁ ପହଂଛି ଜଗଦଲପୁର ଥାନା ଅନ୍ତର୍ଗତ ନୂଆପଡା ଗ୍ରାମର ଚନ୍ଦ୍ରମଣି ରାବନ ଓ ବିସିକେସନ ମାଝୀ ନାମକ 2 ଜଣ ଅଭିଯୁକ୍ତ ଙ୍କୁ ଗିରଫ କରିଛି । ଏହି ଲକଡାଉନ ସମୟରେ ଏହିଭଳି ନିଶା କରବାରୀଙ୍କ ବିରୋଧରେ ଦୃଢ଼ କାର୍ଯନୁଷ୍ଠାନ ଗ୍ରହଣ କରାଯିବାକୁ ବରିକେଲର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ସମସ୍ତ ସଭ୍ୟମନେ ଦାବି କରିଛନ୍ତି ।

 ଏହାପରେ ଉପଜିଲ୍ଲାପାଳ ଓ ପାଇକମାଲ ତହସିଲଦାର ଶ୍ରୀ ମନୋଜ କୁମାର ମେହେର ବରିକେଲ ଗ୍ରାମରେ ଜଣେ ଅସହାୟ ମହିଲକୁ ମଙ୍ଗଳ TVS ତରଫରୁ ପ୍ରଦାନ କରାଯାଇଥିବା 10ଦିନର ଶୁଖିଲା ଖାଦ୍ୟ ସାମଗ୍ରୀ ପ୍ରଦାନ କରିଥିଲେ । ଏହି ଅବସରରେ ଗ୍ରାମର ଅନେକ ମହିଳା ମଧ୍ୟ ଉପସ୍ଥିତ ଥିଲେ । ଏହାପୂର୍ବରୁ ତହସିଲଦାର ଶ୍ରୀ ମେହେର  ପାଇକମାଲ ସରକାରୀ କଂଟା ନିକଟରେ ବାସ କରୁଥିବା ଏକ ଗରିବ ପରିବାରକୁ ବୈସ୍ନୋଦେବୀ ରାଇସ ମିଲ ଦ୍ୱାରା ପ୍ରଦାନ କରାଯାଇଥିବା 10 ଦିନର ରାସନ ସାମଗ୍ରୀ ପ୍ରଦାନ କରିଥିଲେ ।

0
0
0
s2sdefault