ହେଡଲାଇନସ୍:

ନିଘା ନାହିଁ କି ପଘା ନାହଁ ନ୍ୟାୟରେ ଚାଲିଛି ପୌରପରିଷଦ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

09-04-18-baripada.jpg - 70.78 kB

ବାରିପଦାରୁ ଦିଲ୍ଲୀପ ମହାନ୍ତି : ବାରିପଦା ପୌରପରିଷଦ ଓଡ଼ିଶାର ଦ୍ୱିତୀୟ ପୌରପରିଷଦ ଭାବେ ରାଜ୍ୟରେ ଜଣାଶୁଣା । ଏହି ପୌରପରିଷଦ ସହିତ ବହୁ ଐତିହାସିକ ସ୍ମୃତି ଜଡ଼ିତ ରହିଆସିଛି । କିନ୍ତୁ ଏହାର ଗାରିମା ଆସ୍ତେ ଆସ୍ତେ ହଜିବାରେ ଲାଗିଛି । ନିଘା ନାହିଁ କି ପଘା ନାହିଁ ନ୍ୟାୟରେ ଚାଲିଛି ସବୁକିଛି । ବାରିପଦା ପୌରପରିଷଦର ୱାଡର଼୍ ନଂ-୩ ୱାଲିଗଞ୍ଜରେ ପୌରପରିଷଦ ପକ୍ଷରୁ ନିର୍ମିତ ଏକ କଂକ୍ରିଟ ରାସ୍ତାକୁ ହାଣି ନଷ୍ଟ କରାଯାଉଥିବା ବେଳେ ପୌରପରିଷଦ ନିକଟରେ ଏ ବିଷୟରେ କୌଣସି ଖବର ନାହିଁ । ହରିଶ୍ଚନ୍ଦ୍ର ବାରିକ ନାମକ ଏକ ବ୍ୟକ୍ତି ଲୋକ ଲଗାଇ ରାସ୍ତାକୁ ହାଣି ନଷ୍ଟ କରୁଥିବାର ଅଭିଯୋଗ ଆସିବା ପରେ ଆମର ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି ଘଟଣାର ସତ୍ୟାସତ୍ୟ ଜାଣିବା ନିମନ୍ତେ ଘଟଣାସ୍ଥଳରେ ପହଁଞ୍ଚିଥିଲେ । ଏହି ସମୟରେ ଏକ ଦିନ ମଜୁରୀଆ ରାସ୍ତା କାଟୁ ଥିବାର ଦେଖିବାକୁ ମିଳି ଥିଲା । ଉକ୍ତ ଦିନ ମଜୁରିଆକୁ ଘରର ମାଲିକ ରାସ୍ତା କାଟିବାରେ ଲଗାଇଥିବାର କହୁଥିବା ବେଳେ ତାକୁ କାର୍ଯ୍ୟରେ ଲଗାଇଥିବା ଲୋକର ନାମ ଜାଣି ନ ଥିବାର ପ୍ରକାଶ କରିଥିଲା । ଘରର ମାଲିକ କେଉଁ କାରଣରୁ ରାସ୍ତା କାଟିବା କାର୍ଯ୍ୟରେ ମଜୁରିଆକୁ ଲଗାଇଛି ସେ ସମ୍ପର୍କରେ ଜାଣିବା ନିମନ୍ତେ ଘର ମାଲିକଙ୍କ ମୁଖ୍ୟ ଦରଜା ବନ୍ଦ ରହିଥିବା କାରଣରୁ ତାହା ସମ୍ଭବ ହୋଇ ନ ଥିଲା । ଏ ବିଷୟରେ ପୌର ନିର୍ବାହୀ ଅଧିକାରୀ ସୁବାଶିଷ ମାନସିଂଙ୍କୁ ତାଙ୍କର ସେଲ ନମ୍ବରରେ ଯୋଗାଯୋଗ କରିବାରୁ ଭୂବନେଶ୍ୱରରେ ରହିଛି ଏମଇ ଦାୟିତ୍ୱରେ ରହିଛନ୍ତି ତାଙ୍କ ସହିତ ଯୋଗାଯୋଗ କରିବାକୁ କହିଥିଲେ । ଏମଇ ଗୌରୀ ଶଙ୍କର ସାହୁଙ୍କୁ ସାକ୍ଷାତ କରିବାରୁ କଣ ହୋଇଛି ଅମୀନକୁ ପଠାଇବୁଝୁଛି ଏବଂ ଅଭିଯୋଗ ଉପରେ ଲିଖିତ ଦେବାକୁ କହିଥିଲେ । ମାତ୍ର ସର୍ବ ସାଧାରଣଙ୍କ ଅର୍ଥରେ ନିର୍ମିତ ପୌରପରିଷଦର ରାସ୍ତାକୁ କାଟି ନଷ୍ଟ କରିବାର ଅଧିକାର ହରିଶ୍ଚନ୍ଦ୍ର ବାରିକଙ୍କ ରହିଛି କି ନାହିଁ । ଯଦି ନାହିଁ ତାଙ୍କ ଉପରେ କେଉଁ ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ତାର ଉତ୍ତର ଏମଇ ଶ୍ରୀସାହୁଙ୍କ ନିକଟରେ ନାହିଁ  । ଏ ବିଷୟରେ ପୂର୍ବତନ ନଗରପାଳ ଦୀନକୃଷ୍ଣ କୁହନ୍ତି, ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିବା ଭିଡ଼ିଉକୁ ମୁଁ ଦେଖିଛି । ଏହା ଏକ ଦୁଃଖଦାୟକ ବିଷୟ । ଏହି ପ୍ରକାରର ଆଇନ ବିରୋଧୀ କାର୍ଯ୍ୟ କରୁଥିବା ବ୍ୟକ୍ତି ଉପରେ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରାଗଲେ ପରବର୍ତ୍ତି ସମୟରେ କେହି ଏ ଭଳି କାର୍ଯ୍ୟ କରିବା ପୂର୍ବରୁ ଥରେ ନୁହେଁ ଅନେକ ଥର ଚିନ୍ତା କରିବେ ।

0
0
0
s2sdefault