ହେଡଲାଇନସ୍:

ସ୍ୱାସ୍ଥ୍ୟ କର୍ମଚାରୀ, ପୋଲିସ ଓ ସାମ୍ବାଦିକଙ୍କୁ ମାସ୍କ, ସାନିଟାଇଜର, ଗାମୁଛା ଓ ଗ୍ଳୋବସ ବଂଟନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଓଡ଼ଗା(ଶ୍ରୀକାନ୍ତ ମିଶ୍ର) : ମହାମାରୀ କରୋନା ସଂକ୍ରମଣକୁ ରୋକିବା ପାଇଁ ସମସ୍ତ ପ୍ରତିକୂଳ ପରିସ୍ଥିତିରେ ଜୀବନକୁ ବାଜି ଲଗାଇ ଅସିମ ଧର୍ଯ୍ୟର ସହ କାର୍ଯ୍ୟ କରୁଥିବା ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ପୋଲିସ ଓ ସାମ୍ବାଦିକ ମାନଙ୍କୁ ପରିବେଶ ସମ୍ବନ୍ଧୀୟ କାର୍ଯ୍ୟ କରୁଥିବା ଜାତୀୟ ସ୍ତରୀୟ ଅଗ୍ରଣୀ ଅନୁଷ୍ଠାନ  “ଫାଉଣ୍ଡେସନ ଫର ଇକୋଲୋଜିକାଲ ସିକ୍ୟୁରିଟି(ଏଫଇଏସ) ଆନନ୍ଦ ଗୁଜୁରାଟ” ଆନୁକୂଲ୍ୟରେ ଜଙ୍ଗଲ ସୁରକ୍ଷା ମହାସଂଘ ନୟାଗଡ଼ ଦ୍ୱାରା ପ୍ରତିସେଧକ କିଟ ମାସ୍କ, ସାନିଟାଇଜର, ଗାମୁଛା ଓ କ୍କୋବସ ବଂଟନ କରାଯାଇଥିଲା  । ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସା  ଅଧିକାରୀ ଅରବିନ୍ଦ ମହାପାତ୍ର ତାଙ୍କ କାର୍ଯ୍ୟାଳୟରେ ଜିଲ୍ଲା ସ୍ୱାସ୍ଥ୍ୟ କର୍ମୀଙ୍କ ପାଇଁ ଏହି ପ୍ରତିଷେଧକ କିଟ ଗ୍ରହଣ କରିଥିବା ବେଳେ ସୋମବାର ଦିନ ସକାଳ ୯ଟା ସମୟରେ ଓଡ଼ଗାଁ ଆଦର୍ଶ ଥାନା ପରିସରରେ ପୋଲିସ ଓ ସାମ୍ବାଦିକ ମାନଙ୍କୁ ଜଙ୍ଗଲ ମହାସଂଘ ନୟାଗଡ଼ ସଂପାଦକ ନିତ୍ୟାନନ୍ଦ ପ୍ରଧାନ ଓ ବରିଷ୍ଠ  ସଭ୍ୟ ନିରଞ୍ଜନ ମହାପାତ୍ର ମାସ୍କ, ସାନିଟାଇଜର, ଗ୍ଳୋବସ ବଂଟନ କରିଥିଲେ ।

0
0
0
s2sdefault