ହେଡଲାଇନସ୍:

ନୟାଗଡ଼ ଜିଲ୍ଲାପାଳଙ୍କ ସଙ୍ଗରୋଧ ଗୃହ ପରିଦର୍ଶନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) :  ନୟାଗଡ଼ ଜିଲ୍ଲାପାଳ ଡ଼ ପୋମା ଟୁଡୁ ଆଜି ଓଡ଼ଗାଁ ବ୍ଳକ ଗସ୍ତରେ ଆସି ବିଭିନ୍ନ ପଂଚାୟତରେ ପ୍ରସ୍ତୁତ ହୋଇଥିବା ସଙ୍ଗରୋଧ ଗୃହ ପରିଦର୍ଶନ କରିଥିଲେ । ରଙ୍ଗଣୀପାଟଣା ରୋହିବାଙ୍କ, କୋମଣ୍ଡ, ଗିରିଡିପଲ୍ଲୀ, ସୁନାମୁହିଁ ପଂଚାୟତର ସଙ୍ଗରୋଧ ଗୃହରେ ପାନୀୟଜଳ, ବିଦ୍ୟୁତ, ପାଇଖାନା, ପରିସ୍ରାଗାର, ପାଣିଟାଙ୍କି ଏବଂ ଶୟନ ପାଇଁ ଖଟିଆ ପ୍ରସ୍ତୁତ ଦେଖିଥିଲେ । ରନ୍ଧାଖାଦ୍ୟ ଯୋଗାଣ ସୁବ୍ୟବସ୍ଥିତ କରିବାକୁ ସରପଂଚମାନଙ୍କୁ କହିଥିଲେ । ସୂଚନା ଥାଉକି ମାହାମାରୀ କରୋନାକୁ ମାତ୍ ଦେବାପାଇଁ ଲକଡାଉନ ଚାଲିଛି । ଓଡ଼ିଶା ବାହାରେ ବିଭିନ୍ନ ରାଜ୍ୟରେ ଫସିରହିଥିବା ଶ୍ରମିକ ମାନଙ୍କ ସହିତ ଅନ୍ୟାନ୍ୟ କାର୍ଯ୍ୟରେ ନିୟୋଜିତ ଓଡ଼ିଆମାନଙ୍କୁ ଫେରାଇ ଆଣିବା ପାିଁ ପକ୍ରୀୟା ଆରମ୍ଭ ହୋଇଛି । ବାହାରୁ ଆସୁଥିବା କର୍ମଜୀବିମାନେ ଫେରିବା ପରେ ପ୍ରଥମେ ସେମାନଙ୍କୁ ସଙ୍ଗରୋଧ ଗୃହରେ ୧୪ ଦିନ ରହିବା ପରେ ଘରକୁ ଫେରିବା ବ୍ୟବସ୍ଥା ରହିଛି । 

0
0
0
s2sdefault