ଘରୋଇ ଅନୁଷ୍ଠାନ ଓହରିହିବା ପରେ ରାଜ୍ୟ ସରକାରଙ୍କ ଦ୍ୱାରା ଚାଲିବ ଏହି କୋଭିଡ କେୟାର ସେଣ୍ଟର
ନୂଆପଡା/ଅମିତ ପୁରୋହିତ : ନୂଆପଡା ଜିଲାରେ କୋରୋନା ମୁକାବିଲା କରିବା ପାଇଁ ଆଜି ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର ଜିଲାପାଳ ମଧୁସ୍ମିତା ସାହୁ ଙ୍କ କରକମଳରେ ଲୋକାର୍ପିତ ହୋଇଯାଇଛି । ନୂଆପଡା ସହର ଉପକଣ୍ଠସ୍ଥ ସିଲଦା ଗ୍ରାମନିକଟରେ ସରକାରଙ୍କ ଅନ୍ୱେଶା ଯୋଜନାରେ ଅନୁସୁଚିତ ଜାତି ଓଜନଜାତି ପିଲାମାନଙ୍କ ପାଇଁ ନବନିର୍ମିତ ଛାତ୍ରାବାସକୁ କରୋନା କେୟାର ସେଣ୍ଟର ରେ ପରିବର୍ତ୍ତିତ କରାଯାଇଛି ।
ଏହି ଅବସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲାପାଳ ମଧୁସ୍ମିତା ସାହୁ କୋଭିଡ କେୟାର ସେଣ୍ଟର ବିଷୟରେ ଧାରଣାଦେବାକୁ ଯାଇ ଏହା ୨୦୦ ଶଯ୍ୟା ବିଶିଷ୍ଟ ସମ୍ପୂର୍ଣ ରୁପେ ଓଡିଶା ସରକାର ଙ୍କ ଦ୍ୱାରା ଅନୁଦାନ ପ୍ରାପ୍ତ ଓ ପରିଚାଳିତ ଅଟେ ବୋଲି ଜଣାଇଥିଲେ । ପୂର୍ବରୁ ପଡୋଶୀ ଛତିଶଗଡର ଏକ ଘରୋଇ ହସ୍ପିଟାଲ ଦ୍ୱାରା ପରିଚାଳିତ କରିବାପାଇଁ ଆଲୋଚନା କରଯାଇଥିଲା ବେଳେ ଶେଷ ମୁହୁର୍ତ୍ତରେ ଉକ୍ତ ଘରୋଇଅନୁଷ୍ଠାନ ହଟିଯିବାରୁ ସମ୍ପୁର୍ନ୍ନରୁପେ ରାଜ୍ୟ ସରକାର ଙ୍କ ଅର୍ଥରେ ଏହି କୋଭିଡ କେୟାର ସେଣ୍ଟର କୁ ନିର୍ମାଣ କରାଯାଇଛି । ଏଠାରେ ଉପଲବ୍ଧ ସମସ୍ତ ଅତ୍ୟାଧିନିକ ମେସିନ ମଧ୍ଧ ରାଜ୍ୟ ସରକାର ନିଜେ କ୍ରୟ କରିବା ସହ ଏହାର ପରିଚାଳନା ଦିୟିତ୍ୱ ମଧ୍ୟ ରାଜ୍ୟ ସରକାର ନିଜ ହାତରେ ରଖିଛନ୍ତି । ଏହି ସ୍ୱତନ୍ତ୍ର କେୟାର ସେଣ୍ଟର ପାଇଁ ୭୫ଜଣ ଷ୍ଟାଫ ନର୍ସ, ୪୦ଜଣ ଏଏନଏମ, ୪ଜଣ ଲ୍ୟାବ ଟେକ୍ନିସିଆନ,ଜଣେ ମାଇକୋ୍ର ବାୟୋଲୋଜିଷ୍ଟ, ଜଣେ ଫର୍ମାଷିଷ୍ଟ,୮ଜଣ ଆୟୁଶ ଡାକ୍ତର ଙ୍କୁ ନିଜୁକ୍ତି ଦିଆଯାଇଥିଲା ବେଳେ ନୂଆପଡା କୁଷ୍ଠ ନିରାକରଣ ବିଭାଗର ମୁଖ୍ୟ ଡାଃ ରାଧାରମଣ ବିରତିଆ ଙ୍କୁ ଅଧିକୃତ ମେଡିକାଲ ଅଧିକାରୀ ଭାବରେ ନିଯୁକ୍ତି ଦିଆଯାଇଛି । ଏହାର ପ୍ରଶାସନିକଅଧିକାରୀ ରୁପେ ନୂଆପଡା ର ଅତିରିକ୍ତ ଜିଲପାଳ ସୁର୍ଯ୍ୟମାଧବ ପାଣିଗ୍ରାହୀ ଦାୟିତ୍ୱ ତୁଲାଉଛନ୍ତି । ଜିଲପାଳ ଙ୍କ କହିବା ମୁତାବକ ଏହି କେୟାର ସେଣ୍ଟରକୁ ଦୁଇଭାଗରେ ବିଭକ୍ତ କରାଯାଇଛି । ପ୍ରଥମଟିରେ ସନ୍ଦିଗ୍ଧ ବ୍ୟକ୍ତି ଆସିବେ ତାଙ୍କର ସ୍ୱାବ ପରିକ୍ଷଣ ପାଇଁ ନମୁନା ସଂଗ୍ରହ କରାଯିବା ଓ ସେ ୧୪ ଦିନ ପାଇଁ ସଂଗରୋଧରେ ରହିବେ ଯଦି ତାଙ୍କ ନମୁନା କୋରୋନା ନେଗେଟିଭ ଆସିଲା ତାଙ୍କୁ ଛାଡି ଦିଆଯିବ । ଦ୍ୱିତିୟଟିରେ ଯେଉଁ ସନ୍ଦିଗ୍ଧଙ୍କ ସ୍ୱାବ ପରିକ୍ଷା ପଜିଟିଭ ଆସିଲା ତାଙ୍କୁ ସ୍ଥାନାନ୍ତର କାରାଯିବ ୨୮ ଦିନ ପର୍ଯ୍ୟନ୍ତ ଚିକିତ୍ସା ଯୋଗାଇଦିଆଯିବ । ଏହି କେୟାର ସେଣ୍ଟରରେ କାର୍ଯ୍ୟରତ କର୍ମଚାରୀ ଙ୍କ ରହିବା ପାଇଁ ନିକଟସ୍ଥ ଅନ୍ୟ ଏକ କୋଠାରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସିଧାସଳଖ ରୋଗୀ ଙ୍କ ସହ ସଂସ୍ପର୍ଷରେ ଆସୁଥିବା କର୍ମଚାରୀ ମାନଙ୍କୁ ମଧ୍ଧ ସ୍ୱତନ୍ତ୍ର ସଂଗରୋଧ କୋଠରୀରେ ରହିବାର ବ୍ୟବସ୍ଥା କରାଯାଇଛି । ଏଣୁ ଏଣିକି ଯଦି ନୂଆପଡା ରେ କୌଣସି କୋରୋନା ପଜିଟିଭ ଚିହ୍ନଟ ହୁଅନ୍ତି ତେବେ ତାଙ୍କର ଚିକିତ୍ସା ନୂଆପଡାରେ ଉପଲବ୍ଧହେବ ବୋଲି ଜିଲାପାଳ କହିବା ସହ ଅଦ୍ୟାବଧି ନୂଆପଡା ଜିଲାରୁ ୧୧୬ଜଣଙ୍କ ନମୁନା ପରିକ୍ଷଣ ପାଇଁ ପଠାଯାଇଛି ସେଥିରୁ ପ୍ରଥମ ପର୍ଯ୍ୟାୟର ୫୮ ଜଣ ଙ୍କ ନମୁନା ପରିକ୍ଷାଫଳ ନେଗେଟିଭ ଆସିଥିଲାବେଳେ ୫୮ଜଣ ଙ୍କ ପରିକ୍ଷାଫଳ ହସ୍ତଗତ ହୋଇନାହିଁ । ସେହିପରି ରାଜ୍ୟ ସରକାର ଙ୍କ ଯୋଜନା ଅନୁଯାୟୀ ରାଜ୍ୟ ବାହାରେ ଥିବା ଶ୍ରମିକ ମାନଙ୍କୁ ଫେରାଇଆଣିବା ପଞ୍ଜିକରଣ ପ୍ରକ୍ରୀୟା ଆରମ୍ଭ ହୋଇସାରିଛି । ଅନୁମାନ କରାଯାଏ ଜିଲାର ୩୦ରୁ ୩୫ ହଜାର ଶ୍ରମିକ ଜିଲା ତଥା ରାଜ୍ୟ ବାହାରେ ଫଶିରହିଛନ୍ତି ସେମାନଙ୍କ ଘରବାହୁଡା ଓ ସେମାନଙ୍କୁ ଉପଯୁକ୍ତ ଥଇଥାନ ଉପଯୁକ୍ତ ସଂଗରୋଧ ପକ୍ରୀୟା ଦେଇ ଗତିକରାଇବା ପ୍ରଶାସନ ପାଇଁ ଏକ ବଡ ଚ୍ୟାଲେଞ୍ଜରୁପରେ ଉଭାହେବାର ସମ୍ଭାବନା ରହିଛି । ରାଜ୍ୟ ସରାକର ଙ୍କ ନିଦେ୍ର୍ଧଶ ଅନୁଯାୟୀ ବର୍ତ୍ତମାନ ସମୟରେ କେଉଁ ପଞ୍ଚାୟତରେ କେତଗୋଟି ବିଦ୍ୟାଳୟ ଗୁହ ବ୍ୟବହାର କରାଯାଇପାରିବ କେତେଜଣ ବ୍ୟକ୍ତି ଙ୍କୁ ରଖା ଯାଇପାରିବ ଏହାଛଡା ଅନ୍ୟ କିଛି କୋଠା ଯାହା ବ୍ୟବାହାର ଉପେଯାଗୀ ରହଚି ତାହାର ଏକସମ୍ପୁର୍ନ୍ନ ତଥ୍ୟାବଳି ପ୍ରସ୍ତୁତ କରାଯାଉଛି । ତଥାପି ଜିଲାରେ ୧୭୫୦ ରୁ ୧୮୦୦ ସଂଗରୋଧ କେନ୍ଦ୍ର ପ୍ରସ୍ତୁତି କାମ ଆଗେଇଚାଲିଛି । ବର୍ତ୍ତମାନ ସମୟରେ ଅନ୍ୟ ଜିଲାର ଯେଉଁ ଶ୍ରମିକ ମାନେ ଫଶିରହିଛନ୍ତି ସେମାନେ ଯେହେତୁ ୩୦ ଦିନର ତାଲାବନ୍ଦ ଅବଧି ଅତିକ୍ରମ କରିସରିଲେଣି ଏବଂ ସେମାନଙ୍କଠାରେ କୌଣସି ଲକ୍ଷଣ ଦେଖାଯାଇନାହିଁ ସେମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ଅର୍ଥରୁ ସ୍ବତନ୍ତ୍ର ବ୍ୟବସ୍ଥାରେ ନିଜନିଜ ଜିଲାକୁ ଫେରାଇବାର ବ୍ୟବସ୍ଥା କରାଯାଉଛି ବୋଲି ଜିଲାପାଳ ସୂଚନା ପ୍ରଦାନ କରିଥିଲେ । ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତ୍ତରରେ ନୂଆପଡା ଜିଲା ବର୍ତ୍ତମାନ ଗ୍ରୀନ ଜୋନରେ ରହିଛି ଓ ଆମେ ଚେଷ୍ଟାକରୁଛୁ ଏହାକୁ ଗ୍ରୀନ ଜୋନରେ ହିଁରଖିବାକୁ ବୋଲି କହିବା ସହ ରାଜ୍ୟ ଭିତରେ ଗ୍ରୀନ ଜୋନ ଜିଲାରୁ ଆସୁଥିବା ବ୍ୟକ୍ତି ସୁରକ୍ଷାଦୃଷ୍ଟିରୁ ହୋମ କ୍ୱାରେଣ୍ଟାଇନରେ ରୁହନ୍ତୁ କିନ୍ତୁ ରେଡଜୋନ ଜିଲାରୁ ବା କଣ୍ଟେନମେଣ୍ଟ ଅଂଚଳରୁ ଆସୁଥିବା ବ୍ୟକ୍ତି ଇନଷ୍ଟିଚ୍ୟୁସନାଲ କ୍ୱାରେଣ୍ଟାଇନରେ ରହିବା ବାଧ୍ୟତାମୁଳକ ବୋଲି କହିଥିଲେ । ଆଜିର ଏହି ଉଦ୍ଘାଟନି ଉତ୍ସବ ପାଇଁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲାପାଳ ମଧୁସ୍ମିତା ସାହୁଙ୍କ ସମେତ ଅତିରିକ୍ତ ଜିଲାପାଳ ସୂର୍ଯ୍ୟମାଧବ ପାଣିଗ୍ରାହୀ, ଅତିରିକ୍ତ ଜିଲାପାଳ (ରାଜସ୍ୱ) ଦୁର୍ଗାପ୍ରସାଦ ମହାରଣା, ଜିଲାମୁଖ୍ୟ ଚିକିତ୍ସାଧିକାରୀ ଡାଃ କାଳି ପ୍ରସାଦ ବେହେରା, କୋଭିଡ କେୟାର ସେଣ୍ଟର ର ଅଧିକୃତ ମେଡିକାଲ ଅଦିକାରୀ ଡାଃ ରାଧାରମଣ ବିରତିଆ ପ୍ରମୁଖ ଉପସ୍ଥିତ ଥିଲେ । କୋଭିଡ କେୟାର ସେଣ୍ଟର ଉଦ୍ଘାଟନ ପରେ ନିରେ ଜିଲାପାଳ ସାମ୍ବାଦିକ ମାନଙ୍କୁ ପୁାର ସେଣ୍ଟର ବୁଲାଇ ଦେଖାଇବାସହ ସେଣ୍ଟର ସମ୍ବନ୍ଧରେ ବୁଝାଇଥିଲେ । ଜିଲାପାଳ ଙ୍କ ସମେତ ଉପସ୍ଥିତ ସମସ୍ତ ଅଧିକାରୀ ଆଗାମୀ ଦିନରେ ଯେପରି ନୂଆପଡା ଜିଲାକୁ କୋରୋନା ଭୁତାଣୁ ପ୍ରବେଶ ନକରିବ ସେଥିପାଇଁ ପ୍ରାର୍ଥନା କରିବା ସହ ଜିଲାକୁ କୋରୋନା ମୁକ୍ତ ରଖିବା ପାଇଁ ଜିଲାବାସୀ ଙ୍କ ସହଯୋଗ କାମନା କରିଥିଲେ ।