ହେଡଲାଇନସ୍:

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଛାତ୍ର ବିଜେଡ଼ି ରାଜ୍ୟ ସାଧାରଣ ସମ୍ପାଦକଙ୍କ ପକ୍ଷରୁ ୧୧ ହଜାର ଟଙ୍କା ପ୍ରଦାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି)-  କରୋନା ମୁକାବିଲା ନିମନ୍ତେ ଓଡ଼ିଶା ଛାତ୍ର ବିଜେଡ଼ି ସାଧାରଣ ସମ୍ପାଦକ ସୁନୀଲ କୁମାର ନାୟକ ନିଜସ୍ୱ ବ୍ୟକ୍ତିଗତ ରୋଜଗାରରୁ ୧୧ ହଜାର ଟଙ୍କା ମୁଖ୍ୟମନ୍ତ୍ରୀ ନବୀନଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିଛନ୍ତି । ଜିଲ୍ଲା ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କୁ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ  ଭେଟି ଏହି ରାଶି ପ୍ରଦାନ କରିଥିଲେ । ଏହି ସମୟରେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର ସଂସଦ ସଭାପତି ଦୁର୍ଯ୍ୟୋଧନ ବେହେରା ଓ ଶଙ୍କର୍ଷଣ ପଣ୍ଡା ପ୍ରମୁଖଙ୍କ ସହିତ ଛାତ୍ର ନେତା ଅବିନାଶ ବେହେରା, ପ୍ରତୀକ ଦାଶ, ରବୀନ୍ ପାତ୍ର, ବାପୁନ୍ ଦାସ ଆଦି ଉପସ୍ଥିତ ରହିଥିଲେ । 

0
0
0
s2sdefault