ହେଡଲାଇନସ୍:

ସୋହେଲା ଠିକାଦାର ସଙ୍ଘ ତରଫରୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଦୁଇ ଲକ୍ଷ ଏକାଅସି ହଜାର ଟଙ୍କା ପ୍ରଦାନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସୋହେଲା/ଶାସକ ପ୍ରଶାସକ  :- କୋରୋନା ମହାମରୀର ମୁକାବିଲା କରିବା ପାଇଁ ମାନ୍ୟବର ମୁଖ୍ୟ ମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ , ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ କୁ ସହାୟତା ପ୍ରଦାନ କରିବା ନିମନ୍ତେ ଅନୁରୋଧ କରିଥିଲେ । ଯାହାର ପ୍ରଭାବ ଦେଖିବାକୁ ମିଲୁଛି । ବହୁ ବ୍ୟକ୍ତି , ଅନୁଷ୍ଠାନ ଏହି ଘଡିସନ୍ଧି ମୁହୂର୍ତ୍ତରେ ରାଜ୍ୟ ସରକାର ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କର ସହିତ ଛିଡା ହେଇ ଏହି ମହାମରୀର ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିଛନ୍ତି । ମୁଖ୍ୟମନ୍ତ୍ରୀ ଙ୍କର ରିଲିଫ ଫଣ୍ଡ କୁ ଆଜି ସୋହେଲା ଠିକାଦାର ସଙ୍ଘ ତରଫରୁ ଦୁଇ ଲକ୍ଷ ଏକାଅସି ହଜାର ଟଙ୍କା ପ୍ରଦାନ କରିଛନ୍ତି । ରାଜ୍ୟ ସରକାରଙ୍କର କ୍ୟାବିନେଟ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ଙ୍କର ମାଧ୍ୟମରେ ଏହି ଟଙ୍କା ପ୍ରଦାନ କରିଥିଲେ ସଂଘର କର୍ମକର୍ତ୍ତା ମାନେ। ଏହି ଅବସରରେ ଶ୍ରୀ ଗଣତନ୍ତ୍ର ପ୍ରଧାନ , ଛବିଲାଲ ବେହେରା , କୁଳମଣି ଦେବାନ , ପ୍ରଫୁଲ୍ଲ ବେହେରା , ସତ୍ୟ ନାରାୟଣ ପ୍ରଧାନ, ରବି ପ୍ରଧାନ , ଗଜାନନ୍ଦ ସାହା , ରାମ ସାହା, ନିହାର ରଂଜନ ଦାଶ, ଆଲୋକ ଅଗ୍ରୱାଲ, ସନ୍ତୋଷ ମେହେର , ଗୌର ବରିହା ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault