ହେଡଲାଇନସ୍:

ପାଇକମାଲ ରେ ଉପଜିଲ୍ଲାପାଳ:ବ୍ୟବସାୟୀ ସଂଘର କର୍ମକର୍ତ୍ତାଙ୍କ ସହିତ ଆଲୋଚନା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଚାଲି ଚାଲି ଦୋକାନରୁ ଦୋକାନ ବୁଲିଲେ ଓ ଦୋକାନୀଙ୍କୁ ତାଗିଦ କଲେ 

ଅସହାୟ ପରିବାରଙ୍କ ପାଖରେ ପହଂଚାଇଲେ  ପନ୍ଦର ଦିନ ପାଇଁ ଶୁଖିଲା ଖାଦ୍ୟ ପ୍ରଦାନ 

ବରଗଡ :- କୋରୋନା ପାଇଁ ଗତ ଏକ ମାସରୁ ଉର୍ଦ୍ଧ୍ବ ସମୟ ଧରି ସାରା ଦେଶ ଲକଡାଉନ । ଦେଶ ସାରା କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ କୁ ଛାଡିଦେଲେ ବାକି ସବୁ ଦୋକାନ ବନ୍ଦ । କିନ୍ତୁ ଗତ ଦୁଇ ଦିନ ତଳେ ସରକାର  କିଛି ଦୋକାନ ଖୋଲିବାକୁ ଅନୁମତି ପ୍ରଦାନ କରିଛନ୍ତି । ଏହି କ୍ରମରେ ଆଜି ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ ଦରୁଆନ ଆଜି ସକାଳୁ ପାଇକମାଲ ପହଂଛି ବଣିକ ସଂଘର ଯୁଗଳ କିଶୋର ମେହେର ଓ ସୁବ୍ରତ ସାହୁ ତଥା ସ୍ଥାନୀୟ ତହସିଲଦାର ଶ୍ରୀ ମନୋଜ ମେହେର , ଅତିରିକ୍ତ ତହସିଲଦାର ଶ୍ରୀ ସୁଶାନ୍ତ କୁମାର ରଣା, ଓ ବିଡ଼ିଓ ଶ୍ରୀ ସୁରେନ୍ଦ୍ର ମେହେର, ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ ଙ୍କର ସହିତ ଆଲୋଚନା କରିଥିଲେ । ଏହାପରେ ଅଧିକାରୀ ମାନେ ପାଇକମାଲ ବଜାର ବୁଲି ଖୋଲା ଥିବା ସମସ୍ତ ଦୋକାନୀ ମାନଙ୍କୁ ସରକାର ଙ୍କର ନିୟମ ମାନି ଦୋକାନ ଖୋଲିବାକୁ ପରାମର୍ଶ ଦେବା ସହିତ ନିୟମ ଭଙ୍ଗ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । 

      ଏହାପରେ ଉପଜିଲ୍ଲାପାଳ ଭେଙ୍ଗରାଜପୁର , ଟେମରି , ବୁକୁରାମୁଣ୍ଡା , ଆଦି ପଂଚାୟତ ରେ ଥିବା ଅସ୍ଥାୟୀ ସ୍ଵସ୍ଥ କେନ୍ଦ୍ର ଓ ରନ୍ଧା ଖାଦ୍ୟ ପ୍ରସ୍ତୁତି କେନ୍ଦ୍ର ସବୁ ପରିଦର୍ଶନ କରିଥିଲେ । ଏହାପରେ ଉପଜିଲ୍ଲାପାଳ ପାଇକମାଲ ABDO ଶ୍ରୀ ଭୀଷ୍ମଦେଵ ମାଝୀ ଙ୍କର ସହିତ ବାଦୀକଟା ଗ୍ରାମକୁ ଯାଇ ସେଠାରେ ଥିବା ଦୁଇ ଗୋଟି ଅତି ଗରିବ ଓ ଅସହାୟ ପରିବାର ଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରିଥିଲେ ।

 

0
0
0
s2sdefault