ହେଡଲାଇନସ୍:

ଲକଡାଉନ ସମୟରେ ସରପଞ୍ଚଙ୍କ ମାନବିକତା, ଅଲଗା ବ୍ଲକର ଅସହାୟଙ୍କୁ ବି କଲେ ଥଇଥାନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ଼ (ଶାସକ ପ୍ରଶାସକ) : ବିଗତ କିଛି ଦିନ ହେଲା ସରକାର ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କଲାପରେ ଅନେକ ଲୋକଙ୍କ ଟ୍ରଲର ଶିକାର ହେବାକୁ ପଡ଼ୁଛି |  ହେଲେ ଅନ୍ୟ ପକ୍ଷରେ  ବିପର୍ଯ୍ୟୟ ପରିଚାଳନା ହସ କରି କରୋନା  ଲଢେଇରେ  ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିତା ଓ କାର୍ଯ୍ୟ ଦକ୍ଷତାକୁ ମିଳୁଛି ଭୁୟସୀ ପ୍ରଶଂସା | ସେହିପରି ସରପଂଚଙ୍କୁ  ଜିଲ୍ଲାପାଳ କ୍ଷମତା ପ୍ରଦାନ କଲାଭଳି ମହତ୍ୱାକାଂକ୍ଷୀ ପଦକ୍ଷେପ  ପରେ ଯଦିଓ ଏହାକୁ ନେଇ ସମାଲୋଚନା ଜାରି ରହିଛି ତେବେ ଏହା ସବୁକ୍ଷେତ୍ରରେ ବି ପ୍ରଯୁଜ୍ୟ ନୁହେ | ଏମିତି କିଛି ସରପଂଚ ଅଛନ୍ତି ଯେଉଁମାନେ ଲୋକଙ୍କ ପାଇଁ କିଛି କରିବାର ମାନସିକତା ରଖିଛନ୍ତି | ନିଃସନ୍ଦେହ ହେ ସରପଞ୍ଚ ମାନଙ୍କ ଦାୟିତ୍ୱବୋଧ ବଢିବ | ନିଜ ନିଜ ପଞ୍ଚାୟତକୁ କରନାମୁକ୍ତ ରଖିବା ପାଇଁ  କ୍ଷମତାର ବିକେନ୍ଦ୍ରିକରଣ ନିଶ୍ଚିତ ଭାବେ ସୁଫଳ ଆଣିବ | ନେତା ସିନା ଦୁର୍ନୀତି କରନ୍ତି ହେଲେ ଯେତେବେଳେ ଜୀବନ ପ୍ରତି ବିପତ୍ତି ଆସିଛି କରନା ରୂପରେ ତେଣୁ କିଛି ମନ୍ଦମତି ସରପଂଚଙ୍କ ସୁବୁଦ୍ଧି ଆସିବା ବୋଲି ଆଶା କରାଯାଇପାରେ |  

      ହେଲେ କିଛି ସରପଂଚ ଅଛନ୍ତି ଯେଉଁମାନେ ପ୍ରତିବଦ୍ଧ ନିଜ ପଂଚାୟତ ପାଇଁ |  ଆଜି ଆମେ ଏମିତି ଏକ ସରପଞ୍ଚଙ୍କ କଥା କହିବାକୁ ଯାଉଛୁ ଯେ କି ଜଣେ ଇଞ୍ଜିନିୟରିଂ ପାଠ ପଢ଼ିଛନ୍ତି |  ବରଗଡ଼ ଜିଲ୍ଲାର ବିଜେପୁର ବ୍ଲକର ଜୋଖିପାଲି ଗ୍ରାମ ପଞ୍ଚାୟତରେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି ଏହି ଯୁବ ସରପଂଚ ତୀର୍ଥବାସୀ ବରିହା | ଏହି ଲକଡାଉନ ଅବସରରେ ନିଜ ପଂଚାୟତର ଲୋକ ଯେମିତି ସୁରକ୍ଷିତ ରହିବେ ଓ ଲୋକଙ୍କ ପାଖରେ ସରକାରଙ୍କ ସବୁ ଯୋଜନା ସୁଫଳ ପହଂଚିବା ସେଥିପ୍ରତି ସବୁବେଳେ ଯତ୍ନବାନ | କେବଳ ଏତିକି ନୁହେ ଏହି ଲକଡାଉନ ସମୟରେ ତାଙ୍କ ପଞ୍ଚାୟତ ଅନ୍ତର୍ଗତ ପ୍ରଧାନମାଲ ଗ୍ରାମରେ ଲକଡାଉନ ପୂର୍ବରୁ ବରଗଡ଼ ଜିଲ୍ଲାର ଖଣ୍ଡହତା ପଞ୍ଚାୟତର ଶବର କୁଳର ଘର ଘର ଯାଇ ଭିକ୍ଷା ବୃତ୍ତି କରି ଚଳୁଥିବା ଏକ ବୃଦ୍ଧଦମ୍ପତ୍ତି ଫସିଯାଇଛନ୍ତି | ସେମାନେ ଏକ ବରଗଛ ମୂଳେ ରାନ୍ଧବଢା କରି ଅସୁରକ୍ଷିତ ଭାବେ ରହୁଥିଲେ | ଏହା ସରପଞ୍ଚ ଜାଣିବା ପରେ ତାଙ୍କ ପାଖକୁ ଯାଇ ୨୦ କିଲୋ ଚାଉଳ ପ୍ରଦାନ କରିବା ସଙ୍ଗେ ସଙ୍ଗେ ଗାଁରେ ଥିବା ଏକ କ୍ଲବ ଘରେ ସୁରକ୍ଷିତ ଜାଗାରେ ଥଇଥାନ କରିଛନ୍ତି ଯାହାକି ପ୍ରଶଂସା ଯୋଗ୍ୟ | 

0
0
0
s2sdefault