ନୂଆପଡା,(ଅମିତ ପୁରୋହିତ ): ସମଗ୍ର ଦେଶରେ କରୋନା ମୁକାବିଲା କ୍ଷେତ୍ରରେ ଆଗୁଆା ରାଜ୍ୟ ଭାବରେ ପରିଗଣିତ ଆମରାଜ୍ୟ ଓଡିଶା ନିଜର ଏକ ସ୍ୱତନ୍ତ୍ର ଭାବମୁର୍ତ୍ତି ସୃଷ୍ଟି କରିପାରିଛି । କରୋନା ମୁକାବିଲା ପାଇଁ ନୂତନ ପଦକ୍ଷେପ ମାନଗ୍ରହଣ କରି ଅନ୍ୟ ରାଜ୍ୟ ମାନଙ୍କ ପାଇଁ ଉଦାହରଣ ସାଜିଛି ଓଡିଶା । ଏହି ଯୁଦ୍ଧରେ ଓଡିଶାର ଆଗୁଆ ସିପାହୀ ଭାବରେ ଉଭାହୋଇଛନ୍ତି ଓଡିଶାର ମହିଳା ମାନେ । ମିଶନ ଶକ୍ତି ଦ୍ୱରା ମହିଳା ଏସଏଚଜି ଗଠନକରି ମହିଳା ମାନଙ୍କୁ ସଂଗଠିତ ଓ ସ୍ୱାବଲମ୍ବି କରିବା ପାଇଁ ଓଡିଶା ସରକାର ଯେଉଁ ପଦକ୍ଷେପ ନେଇଥିଲେ ତାହା ଆଜି ସାକାର ହୋଇଛି । ଏସଏଚଜି ମହିଳା ମାନେ ନିଜକୁ ସ୍ୱାବଲମ୍ବି କରିବା ସରକାରଙ୍କ ସହ କରୋନା ମୁକାବିଲାରେ ହାତମିଶେଇଛନ୍ତି । ନୂଆପଡା ଜିଲାରେ ମିଶନ ଶକ୍ତି ମାଧ୍ୟମରେ ପରିଚାଳିତ ଏସଏଚଜି ମହିଳା ମାନେ କରୋନା ମୁକାବିଲାରେ ଆଗକୁ ଆସି ଭିନ୍ନଭିନ୍ନ ଉପାୟରେ ସହେଯାଗର ହାତ ବଢାଇଛନ୍ତି । ସେପରି ଏକ ମହିଳା ଗୋଷ୍ଠୀ ହେଉଛନ୍ତି । ନୂଆପଡା ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ ନଂ ୧୦ ର ମା ତାରିଣି ମହିଳା ଗୃପ । ଏହି ମହିଳା ମାନେ ବଜାରରେ ମାସ୍କର ଅଭାବକୁ ଦେଖି ଏହାର ମୁକାବିଲା କରିବା ପାଇଁ ନିଜେ ଅଣ୍ଟା ଭିଡିଥିଲେ । ଏହି ଗୃପର ଅଧିକାଂଶ ମହିଳା ଦିମଜୁରିଆ ବା ଘରୋଇକାଯ୍ୟରେ ନିୟୋଜିତ ହୋଇଥାନ୍ତି । ପ୍ରତ୍ୟେହ କାମକଲେ ସେମାନଙ୍କ ଘରେ ଚୁଲିଜଳେ । ତାଲାବନ୍ଦ ସମୟରେ କାମକୁ ଯାଇନପାରି ନିଜର ଚାହିଦା ମେଣ୍ଟାଇବା ସହ ବଜାର ଚାହିଦା କୁ ପୁରଣ କରିବା ପାଇଁ ଘରେ ଘରେ ମାସ୍କ ତିଆରି କରିବା ଆରମ୍ଭ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ୩୦୦୦ ମାସ୍କ ପ୍ରସ୍ତୁତ କରି ୫୦୦ ମାସ୍କ ଜିଲାପାଳ ୫୦୦ ମାସ୍କ ନୂଆପଡା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପ୍ରଦାନ କରିଥିଲେ । ନୂଆପଡା ଆରକ୍ଷୀ ଆଧିକ୍ଷକ ୧୦୦୦ ମାସ୍କ ମିଶନଶକ୍ତି ୫୦୦ ମାସ୍କ ଓ କୋମନା ବ୍ଲକ୫୦୦ ମାସ୍କ ସେମାନଙ୍କ ଠାରୁ କ୍ରୟ କରି ଆବଶ୍ୟକ ଲୋକଙ୍କୁ ବାଣ୍ଟିଥିଲେ । ଅର୍ଡର ଅନୁଯାୟୀଖୋଲାବଜାର କୁ ମଧ୍ୟ ମାସ୍କ ପ୍ରସ୍ତୁତ କରି ଏହି ଦଳ ଯୋଗାଉଛନ୍ତି । ବର୍ତ୍ତମାନ ସୁଦ୍ଧା ଏହି ଗୃପ ୪୦/୫୦ହଜାର ଟଙ୍କାର ମାସ୍କ ବିକ୍ରୟ କରି ସାରିଛନ୍ତି । ଆଗକୁ ମିଶନ ଶକ୍ତି ପକ୍ଷରୁ ଆହୁରି ଅଧିକ ମାସ୍କ ଯୋଗାଇଦେବାକୁ ଦାୟିତ୍ୱ ପ୍ରଦାନ କରାଯାଇଛି । ଜିଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ମଧ୍ୟ ଏହି ଦଳକୁ ୩୦୦୦ ମାସ୍କ ପ୍ରସ୍ତୁତ କରିବାର ଅର୍ଡର ପ୍ରାପ୍ତ ହୋଇଛି । ବର୍ତ୍ତମାନ ଏହି ଦଳର ମହିଳା ମାନେ ମାସ୍କ ତିଆରି କରିବା କାମରେ ଲାଗି ପଡିଛନ୍ତି ।ଏହି ମାସ୍କ ପ୍ରସ୍ତୁତି କାର୍ଯ୍ୟ ଏହି କର୍ମଜିବି ମହିଳା ମାନଙ୍କୁ ତାଲାବନ୍ଦ ସମୟରେ ରୋଜଗାର ଖୋରାକ ଯୋଗାଇବାସହ ବଜାର ଚାହିଦା କୁ ମଧ୍ୟ ପୁରଣ କରୁଛି । ଏହି ମହିଳା ଗୃପ ସୁତି କନାର ମାସ୍କ ପ୍ରସ୍ତୁତ କରି ଅତି ଅଳ୍ପ ମୁଲ୍ୟରେ ଗରିବ ଲୋକଙ୍କୁ ମଧ୍ୟ ଯେଗାଇଦେଉଛନ୍ତି । ଏହି ମହିଳା ଦଳର ସଭାନେତ୍ରୀ ଅମୃତ ପଣ୍ଡା ଓ ସମ୍ପାଦକ ଲକ୍ଷ୍ମୀ ଜୟଶ୍ୱାଲ ଙ୍କ କହିବା ମୁତାବକ ଆମେ ପ୍ରଥମେ କେବଳ ଜିଲାପ୍ରଶାସନ କୁ ସାହଯ୍ୟ କରିବାପାଇଁ ୫୦୦ ମାସ୍କ ପ୍ରସ୍ତୁତ କରି ଜିଲାପାଳଙ୍କୁ ଭେଟି ଦେଇଥିଲୁ | କିନ୍ତୁ ପରେ ଆମ ପାଖକୁ ଅଧିକ ମାସ୍କ ପ୍ରସ୍ତୁତ କରିବାର ଅର୍ଡର ଆସିବାକୁ ବସିଲା ଓ ଆମେ ଅନୁଭବ କଲୁ କି ଯଦି । ଆମେ ସ୍ୱଳ୍ପ ମୂଲ୍ୟରେ ମାସ୍କ ଯୋଗାଇ ଦେଇପାରିବା ତେବେ ବଜରା ଚାହିଦା ପୁରଣ ହେବା ସହ ଗରିବ ଲୋକ ମାସ୍କ ଖଣ୍ଡେ ପାଇପାରିବ ଓ ତାଲା ବନ୍ଦ ସମୟରେ ଆମେ ମା ମାନେ ମଧ୍ୟ କିଛି ରୋଜଗାର କରିପାରିବୁ । ଆଜି ଏହି ମାସ୍କ ପ୍ରସ୍ତୁତି କରି ଆତ୍ମ ସନ୍ତୋଷ ମିଳିବା ସହ ନିଜକୁ ରୋଜଗାର କ୍ଷମ ମଧ୍ୟ କରି ପାରିଛୁ । ଆଜି ଆମକୁ ସବୁଠୁ ବଡ ଖୁସି ଯେ କରୋନା ଯୁଦ୍ଧର ଆମେବି ଜଣେ ଜଣେ ସୀପାହୀ ।