ହେଡଲାଇନସ୍:

ଗୋଷାଣୀ ବ୍ଲକ କେରାଣ୍ଡି ପଞ୍ଚାୟତର ଅମରା ଗ୍ରାମରେ  ଘରକୁ ଘର ଯାଇ ଲୋକଙ୍କୁ  ସଚେତନ କରାଉଛନ୍ତି ସ୍ବାସ୍ଥ୍ୟ ବିଭାଗ ଦଳ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମହାମାରି କରୋନା ଭୁତାଣୁ ସଂକ୍ରମଣତାରୁ ଗ୍ରାମାଞ୍ଚଳ ଲୋକେ କିଭଳି ସତର୍କ ଓ ସୁରକ୍ଷିତ ରହିବେ , ଲକ୍ ଡାଉନ୍ ସମୟରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶନାମା ତଥା ରହିଥିବା ଗାଇଡ଼ ଲାଇନକୁ କିଭଳି ପାଳନ କରିବେ , ସେ ସମ୍ପର୍କରେ ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି ସ୍ୱାସ୍ଥ୍ୟ ବିଭାଗ ଦଳ । 

 ଏହି ସ୍ୱାସ୍ଥ୍ୟ ବିଭାଗ ଦଳରେ ସ୍ୱାସ୍ଥ୍ୟକର୍ମୀ ରଣଜିତ ଜେନା , ଏ ଏନ୍ ଏମ୍ - ବି.ଜଗଦମ୍ବା , ଅଙ୍ଗନବାଡି କର୍ମୀ ମାଧୁରୀ ପାଣି , ମିନି ଅଙ୍ଗନବାଡି କର୍ମୀ ଭାଗ୍ୟଲକ୍ଷ୍ମୀ ସାବତ , ଆଶାକର୍ମୀ ବିଜୟଲକ୍ଷ୍ମୀ ଜେନା ଏବଂ ୱାର୍ଡ ମେମ୍ବର ସନ୍ତୋସୀ କୁମାରୀ ପାଣି ପ୍ରମୁଖ ରହିଛନ୍ତି ।

ଏହି ସ୍ୱାସ୍ଥ୍ୟ ବିଭାଗ ଦଳ ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ କେରାଣ୍ଡି ପଞ୍ଚାୟତର ଅମରା ଗ୍ରାମରେ ପ୍ରତ୍ୟେକ ଘରକୁ ଯାଇ ଘର ଲୋକଙ୍କୁ କରୋନା ସଂକ୍ରମଣତା ଠାରୁ ଦୂରେଇ ରହି ନିଜକୁ କିଭଳି ସୁରକ୍ଷିତ ରଖିବେ ସେ ସମ୍ପର୍କରେ ସଚେତନ କରାଉଛନ୍ତି । 

 ମୁଖ୍ୟତଃ ଲୋକମାନଙ୍କୁ ମାସ୍କ ପିନ୍ଧିବା , ହାତ କିଭଳି ଓ କେତେ ସମୟ ଧୋଇବେ , ସାମାଜିକ ଦୂରତା ୧ ମିଟର ରକ୍ଷା କରିବା , ଜନଗହଳି ଠାରୁ ଦୂରେଇ ରହିବା , ଜରୁରୀ କାମ ନ ଥିଲେ ଘରୁ ନ ବାହାରିବା ,  ଯଦି ବାହାରେ କାମ ଥିବ ତା ହେଲେ ମାସ୍କ ପିନ୍ଧି ଯିବା ଏବଂ ଶୀଘ୍ର କାମ ସାରି ଘରକୁ ଫେରି ଆସି ହାତ ଧୋଇ ଘର ଭିତରକୁ ଯିବା ପ୍ରଭୃତି ଉପରେ ବୁଝାଇ ହାତ କିଭଳି ଧୋଇବେ , ତାହା ଦେଖାଇ ସଚେତନ କରାଉଛନ୍ତି ।

ଅନ୍ୟ ପକ୍ଷରେ , ଘରକୁ କେହି  ବାହାର ଜିଲ୍ଲା କି ରାଜ୍ୟରୁ ଆସିଛନ୍ତି କି ,  ଯଦି ସେଭଳି କେହି କାହା ଘରକୁ ଆସୁଛନ୍ତି ତାହା ହେଲେ ତୁରନ୍ତ ଆଶା କିମ୍ଵା ଅଙ୍ଗନବାଡି କିମ୍ବା ଆମର  ଅନ୍ୟ କେହି ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାଇବେ , ସେମାନଙ୍କୁ କରେଂଟାଇନରେ ରଖାଯିବା ସହିତ ସେମାନଙ୍କ ଚିକିତ୍ସା , ରହିବା ଓ ଅନ୍ୟାନ୍ୟ ସୁବିଧା ସବୁ ସରକାରୀ ସ୍ତରରେ କରାଯିବ ବୋଲି କହିଥିଲେ । 

 ଏତଦ୍ ବ୍ୟତୀତ  ଘରକୁ ଆସିବା ଲୋକ କି ଘରର କାହାକୁ ଯଦି ଥଣ୍ଡା , କାଶ , ସର୍ଦ୍ଦି , ଛିଙ୍କ , ଗଳା ଦରଦ କି ଜ୍ୱର ପ୍ରଭୃତି ହେଉଛି , ଛାଡୁନାହିଁ ତା ହେଲେ ତୁରନ୍ତ ଆମର ଆଶାକର୍ମୀ କି ଅଙ୍ଗନବାଡି କର୍ମୀ କି ଆମ ସ୍ବାସ୍ତ୍ୟକର୍ମୀଙ୍କୁ ଖବର ଜଣାନ୍ତୁ ବୋଲି କହୁଛୁ ।  ଏଭଳି  କରୋନା ସଚେତନତା କାର୍ଯ୍ୟକ୍ରମ ଆମେ ଏହି କେରାଣ୍ଡି ପଞ୍ଚାୟତର କେରାଣ୍ଡି , ନୂଆ କେରାଣ୍ଡି , ଅମରା , ଡାଲିମପୁର , ବି.ସୀତାପୁର ଓ ଢାମୁଣି ଗାଁ ପ୍ରଭୃତି ଗ୍ରାମରେ ସଚେତନ କାର୍ଯ୍ୟକ୍ରମ କରିବା ଜାରୀ ରଖିଛୁ ବୋଲି ଏ ଏନ୍ ଏମ୍ -ବି.ଜଗଦମ୍ବା କହିଛନ୍ତି ।

 

0
0
0
s2sdefault