ହେଡଲାଇନସ୍:

ସମ୍ବଲପୁରରେ କୋବିଦ -୧୯ ହସପିଟାଲକୁ ଆରମ୍ଭ କଲେ ସ୍ୱାସ୍ଥ୍ୟମନ୍ତ୍ରୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସମ୍ବଲପୁର-ଝାରସୁଗୁଡା ବ୍ୟୁରୋ ଚିଫ୍ ରମାକାନ୍ତ ବିଶ୍ବାଳ: ସମ୍ବଲପୁର ସଦର ହସପିଟାଲକୁ ସ୍ୱତନ୍ତ୍ର covid 19 ହସପିଟାଲ ଭାବେ କାର୍ଯ୍ୟକ୍ଷମ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ l କରୋନା ମୁକାବିଲା ପାଇଁ 200 ଶଯ୍ୟା ବିଶିଷ୍ଟ ଏହି ହସପିଟାଲ ରେ 20 ଟି ଆଇସିୟୁ, 2 ଟି ଡ଼ାଇଲେସିସ ୟୁନିଟ ସହ 10 ଟି ଏଚଡିୟୁ ଓ 170ଟି ସାଧାରଣ ଶଯ୍ୟା ଉପଲବ୍ଧ ରହିଛି l ସେହିପରି ଆଧୁନିକ ଯନ୍ତ୍ରପାତି ଏବଂ ଆକ୍ସିଜେନ ପ୍ଲାଣ୍ଟ, ମେଗା ସିଲିଣ୍ଡର ଆଦି ଉପଲବ୍ଧ ରହିଛି l ଏ ସବୁ ଯନ୍ତ୍ରପାତି ଉପକରଣ କରୋନା ମହାମାରି  ପରବର୍ତ୍ତୀ ଅବସ୍ଥାରେ ମଧ୍ୟ ଜିଲ୍ଲାବାସୀ ସ୍ୱାସ୍ଥ୍ୟ ସେବାରେ ନିୟୋଜିତ ହେବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଏକ ସାମ୍ବାଦିକ ସମ୍ବିଲନି ରେ ସୂଚନା ଦେଇଛନ୍ତି l

 

0
0
0
s2sdefault