ହେଡଲାଇନସ୍:

ରାଜ୍ୟ ବାହାରେ ଫସିଥିବା ଓଡ଼ିଆଙ୍କ ସହାୟତା ପାଇଁ ବିଧାନସଭା ପକ୍ଷରୁ କଣ୍ଟ୍ରୋଲ ରୁମ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 
  • ଏପ୍ରିଲ ୨୨ ରୁ ମେ ୩ ପର୍ଯ୍ୟନ୍ତ କାର୍ଯ୍ୟକରିବ ଏହି କଣ୍ଟ୍ରୋଲ ରୁମ

  • ନୋଡ଼ାଲ ଅଫିସର ଦାୟିତ୍ୱରେ ବିଧାନ ସଭାର ଡେପୁଟି ସେକ୍ରେଟାରୀ

ଭୁବନେଶ୍ୱର (ଶାସକ ପ୍ରଶାସକ) ରାଜ୍ୟ ବାହାରେ ବିଭିନ୍ନ ନିର୍ବାଚନମଣ୍ଡଳୀରୁ ଯାଇ ଲକ ଡାଉନରେ ଫସିଥିବା ଓଡ଼ିଆ ମାନଙ୍କ ସହାୟତା ପାଇଁ ବିଧାନସଭାରେ ଏକ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ ଆଜିଠାରୁ କାର୍ଯ୍ୟକ୍ଷମ ହୋଇଛି | ବିଧାୟକମାନଙ୍କୁ ଏହି ସେମାନଙ୍କ ନିର୍ବାଚନମଣ୍ଡଳୀରୁ ଯାଇ ବାହାରେ ଫସିଥିବା ଲୋକଙ୍କୁ ସହାୟତା ଦେବାରେ ଏହି କଣ୍ଟ୍ରୋଲ ରୁମ ସହାୟକ ହେବ |  ବିଧାୟକମାନେ  ସେମାନଙ୍କ ନିର୍ବାଚନମଣ୍ଡଳୀରୁ ବାହାରେ ଫସିଥବା ଓଡ଼ିଆଙ୍କ ସମ୍ପର୍କରେ ଏହି କଣ୍ଟ୍ରୋଲ ରୁମକୁ ଅବଗତ କରିବେ | ଏହି କଂଟ୍ରୋଲ ରୁମ ତରଫରୁ ବିଭିନ୍ନ ରାଜ୍ୟର ସରକାର, ବିଧାନସଭା ଓ ସଂସଦ ସହ ଯୋଗାଯୋଗ କରି ଓଡ଼ିଆଙ୍କ ସହାୟତା ପାଇଁ ପଦକ୍ଷେପ ନେବେ | ଏହି କଣ୍ଟ୍ରୋଲ ରୁମର ନୋଡାଲ ଅଫିସର ଦାୟିତ୍ୱରେ ଅଛନ୍ତି ବିଧାନସଭାର ଡେପୁଟି ସେକ୍ରେଟାରୀ ଶିଶିର କାନ୍ତ ସ୍ବାଇଁ | ବିଧାନସଭା ସଚିବାଳୟର ତଳମହଲା ରୁମ ନମ୍ବର ୯ ରେ ଏହି କଣ୍ଟ୍ରୋଲ ରୁମ  ସକାଳ ୧୦ଟାରୁ ଅପରାହ୍ନ ୫.୩୦ ପର୍ଯ୍ୟନ୍ତ କାମ କରିବ | ଆଜି ଠାରୁ ମେ ୩ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟକରିବ | ଏହି କଣ୍ଟ୍ରୋଲ ରୁମ ନମ୍ବର ରହିଛି ୦୬୭୪ -୨୩୯୦୫୨୫ | ନୋଡାଲ ଅଫିସରଙ୍କ ଯୋଗାଯୋଗ ନମ୍ବର ଅଛି ୯୪୩୭୯୨୦୦୧୭/ ୦୬୭୪ -୨୩୯୦୫୭୯ |ଯୋଗାଯୋଗ ପାଇଁ ଇ ମେଲ ଆଇଡି ହେଲା This email address is being protected from spambots. You need JavaScript enabled to view it. |

0
0
0
s2sdefault