ହେଡଲାଇନସ୍:

କୋଭିଡ୍-୧୯ ଲଢେଇ : ଖ୍ରୀଷ୍ଟ (ସମ୍ମିଳିତ) ମଣ୍ଡଳୀ ପକ୍ଷରୁ ସିଏମଆରଏଫକୁ ୫ ଲକ୍ଷ ଟଙ୍କା ଦାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର, (ଶାସକ ପ୍ରଶାସକ): ସାରା ରାଜ୍ୟରେ କୋଭିଡ୍-୧୯ ମହାମାରୀ ବିରୁଦ୍ଧରେ ଚାଲିଥିବା ସଂଗ୍ରାମରେ ସାମିଲ୍ ହୋଇ ସ୍ଥାନୀୟ  ଲୋକ ସେବା ମାର୍ଗରେ ଅବସ୍ଥିତ ଖ୍ରୀଷ୍ଟ (ସମ୍ମିଳିତ) ମଣ୍ଡଳୀ ମୁଖ୍ୟ ମନ୍ତ୍ରୀଙ୍କ ରିଲିଫ୍ ପାଂଠିକୁ ପାଂଚ ଲକ୍ଷ ଟଙ୍କା ଦାନ କରିଛି ।
ମଣ୍ଡଳୀ ପକ୍ଷରୁ ଏକ ପ୍ରତିନିଧି ଦଳ ବୁଧବାର ଦିନ ଭୁବନେଶ୍ୱର ଏ. ଡି. ଏମ୍. ଶ୍ରୀ ପ୍ରଫୁଲ କୁମାର ସ୍ୱାଇଁଙ୍କୁ ଭେଟି ପାଂଚ ଲକ୍ଷ ଟଙ୍କାର ଏକ ଚେକ୍ ପ୍ରଦାନ କରିଥିଲେ । ଓଡ଼ିଶା ସରକାରଙ୍କ ପକ୍ଷରୁ କୋଭିଡ୍-୧୯ ମହାମାରୀକୁ ପ୍ରତିହତ କରିବା ନିମନ୍ତେ ନେଇଥିବା ସମସ୍ତ ପଦକ୍ଷେପକୁ ଆମ ମଣ୍ଡଳୀ ସ୍ୱାଗତ କରିବା ସହିତ ସମର୍ଥନ ମଧ୍ୟ ଜଣାଏ ଓ ଏଥିନିମନ୍ତେ ମଣ୍ଡଳୀର ସମସ୍ତ ଉପାସନା କାର୍ଯ୍ୟକ୍ରମକୁ ମାର୍ଚ ୧୫ ତାରିଖଠାରୁ ବନ୍ଦ ରଖା ଯାଇଛି  ବୋଲି ମଣ୍ଡଳୀର ସମ୍ପାଦକ ଶ୍ରୀ ପରେଶ ଦାସ କହିଥିଲେ ।
ମଣ୍ଡଳୀ ପକ୍ଷରୁ ଦାନ କରାଯାଇଥିବା ଅର୍ଥ  ରାଜ୍ୟ ସରକାରଙ୍କ ଦ୍ୱାରା ସ୍ଥାପନ କରାଯାଇଥିବା କୋଭିଡ୍-୧୯ ହସ୍ପିଟାଲ୍ ପରିଚାଳନା ନିମନ୍ତେ ବ୍ୟବହାର କରିବା ପାଇଁ ଅନୁରୋଧ କରାଯାଇଛି ବୋଲି ଶ୍ରୀ ଦାସ କହିଥିଲେ ।
ଏହି ପ୍ରତିନିଧି ଦଳରେ ମଣ୍ଡଳୀର ପାଳକ ଆଚାର୍ଯ୍ୟ ଅୟୁବ ଛିଂଚାଣୀ, ଆଚାର୍ଯ୍ୟ ସଂଗ୍ରାମ କେଶରୀ ସିଂ, ଚର୍ଚ୍ ବୋର୍ଡ୍ ସଭ୍ୟ ଶ୍ରୀ ବିଭୁତି ରଂଜନ୍ ସେନ୍ ଓ ଶ୍ରୀ ସାନ୍ତନୁ କୁମାର ରାଉତ, ଶ୍ରୀ ରାଜ୍ ଶେଖର ସାହୁ, ଶ୍ରୀ ରାଜ ବଲ୍ଲଭ ସୁପକାର, ଶ୍ରୀ ରଂଜନ୍ ନାୟକ, ଶ୍ରୀ ରଂଜନ୍ ଗାନ୍, ଶ୍ରୀ ଅମିତ ନାୟକ, ଶ୍ରୀ ସଂଜୟ ସାମନ୍ତରାୟ ଓ ଶ୍ରୀ ବି. ଅର୍ପନ୍ ଉପସ୍ଥିତ ଥିଲେ ।

0
0
0
s2sdefault