ହେଡଲାଇନସ୍:

ମହିଳା ବିଡିଓଙ୍କୁ ଅଶ୍ୱୀଳ ମେସେଜ୍ ଦେଲେ ଗ୍ରାମ ରୋଜଗାର ସେବକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) : କରୋନା କଟକଣା ସମୟରେ ପ୍ରଶାସନ ଏଥିପାଇଁ ବ୍ୟସ୍ତ ବିବ୍ରତ ଥିବା ବେଳେ ଜଣେ ଜିଆର୍ଏସ୍ ଓଡ଼ଗାଁ ମହିଳା ବିଡିଓଙ୍କୁ ସୋସିଆଲ ମିଡିଆ ହ୍ଵାଟ୍ସଆପ ମାଧ୍ୟମରେ ଦୃଶ୍ୟଶ୍ରାବ୍ୟ ଅଶ୍ୱୀଳ ମେସେଜ ଦେଇ ଗିରଫ ହୋଇଥିବା ଜଣାଯାଇଛି । ଅଭିଯୁକ୍ତ ଜଣଙ୍କ ଶରଣକୂଳ ପଂଚାୟତରେ କାର୍ଯ୍ୟରତ ଗ୍ରାମ ରୋଜଗାର ସେବକ ଦିବାକର ମିଶ୍ର । ସୂଚନାନୁସାରେ, ଓଡ଼ଗାଁ ବିଡିଓ ସ୍ୱାତୀଲେଖା ଦାଶଙ୍କୁ ଗତକାଲି ରାତିରେ ଅଶ୍ୱୀଳ ମେସେଜ ଦେଇଥିଲେ । ଏନେଇ ଆଜି ବିଡିଓ ଶରଣକୂଳ ଥାନାରେ ଏତଲା ଦେବା ପରେ ପୁଲିସ ୪୩/୨୦ରେ ମାମଲା ରୁଜୁକରି ଜିଆର୍ଏସଙ୍କୁ  ଗିରଫ କରିଛି । ଅନ୍ୟପକ୍ଷେ, ଜିଆରଏସ୍ ଜଣଙ୍କ ଘର ଏହିଥାନା ଅନ୍ତର୍ଗତ ପଦ୍ମାଦେଇପୁର ବୋଲି ଜଣାପଡ଼ିଛି ।

0
0
0
s2sdefault