ପୂର୍ବରୁ ଥିଲା ପାରିପାରିକ ଶତ୍ରୁତା , ବଚସା ପରେ ଘଟିଲା ଅଘଟଣ
ନୟାଗଡ (ବିଶ୍ୱଜିତ ନାୟକ) - ମହାମାରୀ କରୋନାର ଭୟାଭହତା ସାରା ଦେଶକୁ କବଳିତ କରି ରଖିଥିବା ବେଳେ କିପରି ଏହି ମହାମାରିକୁ ରୋକାଯାଇପାରିବ ସରକାର - ଦେଶସ୍ତରରେ ,ରାଜ୍ୟସ୍ତରରେ,ଜିଲ୍ଲାସ୍ତରରେ, ବ୍ଲକସ୍ତରରେ ଏବଂ ଗ୍ରାମପଞ୍ଚାୟତ ସ୍ତରରେ ଅନେକ କଯ୍ୟକ୍ରମ ହାତକୁ ନେଇଛନ୍ତି । ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ କିପରି କରୋନା ସଂକ୍ରମଣରୁ ରୋକାଯାଇପାରିବ ଏବଂ ସେମାନଙ୍କୁ ସଚେତନ କରାଇବାର ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ଗ୍ରାମାଞ୍ଚଳରେ କାଯ୍ୟକରୁଥିବା ଆଶା କର୍ମୀ | କିନ୍ତୁ କିଛି ଅସାମାଜିକ ବ୍ୟକ୍ତିଙ୍କ ଆକ୍ରୋଶର ଶିକାର ହୋଇ ଅନେକ ଯତ୍ରଣା ଭୋଗିଛନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନୟାଗଡ ଜ଼ିଲ୍ଲା ଵାଣିଗୋଚ୍ଛା ଥାନା ଗେନେଗେଣ୍ତା ଗାଁରେ l ଦଶପଲ୍ଲା ବ୍ଲକ୍ ଆଦିବାସୀ ବହୁଳ ନୂଆଗାଁ ପଞ୍ଚାୟତର ଗେନେଗେଣ୍ତା ଗ୍ରାମ । ଆଶା କର୍ମୀ ମାଧୁରୀ ନାୟକ ଗାଁ କୁ ଯାଇ ଲୋକମାନଙ୍କୁ ଘରୁ ନବାହାରିବା ପାଇଁ ସଚେତନ କରାଉଥିଲେ l ଏ ସମୟରେ ସେ ଗାଁର ମୁନୁ ନାୟକ ଓ ତାଙ୍କ ସ୍ତ୍ରୀ ଆସି ତାଙ୍କ ମୁଁହକୁ ଗରମ ପେଜ ପକାଇ ଦେଇଥିଲେ l ଏନେଇ ତାଙ୍କୁ ସାଙ୍ଗେ ସାଙ୍ଗେ ଦଶପଲ୍ଲା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ l ଏନେଇ ଵାଣିଗୋଚ୍ଛା ଥାନା ପୋଲିସ ତଦନ୍ତ କରି ମୁନୁ କୁ ଅଟକ ରଖିଥିବା ସୂଚନା ମିଳିଛି l ସୂଚନା ଅନୁଯାୟୀ, ଗେନେଗେଣ୍ତା ଗ୍ରାମର ଆଶା କର୍ମୀ ମାଧୁରୀ ନାୟକ ଓ ସେହି ଗ୍ରାମର ମନୁ ନାୟକଙ୍କ ମଧ୍ୟରେ ପୂର୍ବରୁ ପାରିବାରିକ ଶତ୍ରୁତା ଲାଗି ରହିଥିଲା। ମାତ୍ର ମାଧୁରୀ କରୋନା ସଂକ୍ରମଣ ସମ୍ପର୍କରେ ଗ୍ରାମରେ ଲୋକମାନଙ୍କୁ ସଚେତନ କରୁଥିବା ବେଳେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ମନୁ ନାୟକ ମାଧୁରୀଙ୍କ ଉପରକୁ ତତଲା ପେଜ ଢାଳି ଦେଇଥିଲେ।