କରୋନା ଲଢେଇ : ସୀମା ଉପରେ କଡା ନଜର ରଖିବାକୁ ଗଜପତି ପ୍ରଶାସନର ପଦକ୍ଷେପ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୋଲିସ ଚେକ୍ ପୋଷ୍ଟ ପାଇଁ ସୀମାନ୍ତ ଅଞ୍ଚଳରେ ସ୍ଥାୟୀ ଗୃହ ନିର୍ମାଣ
ଚେକ୍ ପୋଷ୍ଟରେ ୨୪ ଘଣ୍ଟିଆ  ପୋଲିସ ମୃତୟନ, ଲାଗିବ ସିସି ଟିଭି କ୍ୟାମେରା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  କୋଭିଡ-୧୯  ସଂକ୍ରମିତରୁ  ସମଗ୍ର ଗଜପତି ଜିଲ୍ଲାକୁ ରକ୍ଷା କରିବା ପାଇଁ ପଡୋଶୀ ଆନ୍ଧ୍ର ପ୍ରଦେଶର ସୀମାନ୍ତ ଅଞ୍ଚଳ ସାଙ୍ଗକୁ ଓଡିଶାର ରାୟଗଡ , ଗଞ୍ଜାମ ଓ  କନ୍ଧମାଳ ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ଅନୁପ୍ରବେଶକୁ ରୋକିବା ସହ ସେଠାରେ ସେମାନଙ୍କ ପାଇଁ ସ୍ଥାୟୀ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି ।
   ପ୍ରତ୍ୟେକ ଚେକ୍ ପୋଷ୍ଟରେ ୨୪ ଘଣ୍ଟିଆ  ପୋଲିସ ମୃତୟନ ପାଇଁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା  ବନ୍ଦୋବସ୍ତ କରିଥିବା ବେଳେ ଜିଲ୍ଲାପାଳ ଅନୁପମ ସାହା ଚେକ୍ ପୋଷ୍ଟ ଠାରେ ସ୍ଥାୟୀ ଗୃହ ନିର୍ମାଣ ପାଇଁ  ବ୍ଲକରେ ବିଭିନ୍ନ  ଅନୁଦାନର ଖର୍ଚ୍ଚ ନ ହୋଇ  ପଡି ରହିଥିବା ଅନୁଦାନରୁ ଅନୁମୋଦନ କରିଛନ୍ତି ।
 ସେଥିସହିତ ପ୍ରତ୍ୟେକ ଚେକ୍ ପୋଷ୍ଟରେ ଜିଲ୍ଲା ପ୍ରଶାସନ ପକ୍ଷରୁ କର୍ମଚାରୀ ନିଯୁକ୍ତ ହୋଇଥିବା ସହିତ ପ୍ରତ୍ୟେକ ଚେକ୍ ପୋଷ୍ଟରେ ପୋଲିସ ଓ ପ୍ରଶାସନ ପକ୍ଷରୁ ସି:ସି: ଟିଭି: କ୍ୟାମେରାର ବନ୍ଦୋବସ୍ତ କରାଯାଇଛି।
  ସୀମାନ୍ତ ଅଞ୍ଚଳରେ ରହିଥିବା ମୋଟ ୧୭ ଗୋଟି ଚେକ୍ ପୋଷ୍ଟ ମଧ୍ୟରୁ ଆନ୍ଧ୍ର ପ୍ରଦେଶ ସୀମାନ୍ତରେ ୮ଗୋଟି ,  ଓଡିଶାର ରାୟଗଡା ଜିଲ୍ଲା ସୀମାନ୍ତରେ ୫ ଗୋଟି , କନ୍ଧମାଳ ଜିଲ୍ଲା ସୀମାନ୍ତରେ ୧ ଗୋଟି ଏବଂ ଗଞ୍ଜାମ ଜିଲ୍ଲା ସୀମାନ୍ତରେ ୩ ଗୋଟି ଚେକ୍ ପୋଷ୍ଟ ରହିଛି ।
  ଏହି ସମସ୍ତ ଚେକ-ପୋଷ୍ଟ ଗୁଡିକରେ ଧରା ପଡୁଥିବା ବ୍ୟକ୍ତି ମାନଙ୍କୁ   ଆନୁଷ୍ଠାନିକ କରେଣ୍ଟାଇନ ସେଣ୍ଟର ମାନଙ୍କରେ ରଖାଯାଇ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ନିୟମିତ ଭାବେ ପରୀକ୍ଷା କରାଯାଇଛି ।
   ଏ ସବୁର ଦାୟିତ୍ୱ ପଞ୍ଚାୟତ ସମିତି ସ୍ତରରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ସ୍ଥାନୀୟ ପୋଲିସକୁ ଦିଆଯାଇଛି ।
  ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କ୍ରମେ ରାଜ୍ୟ ବାହାରୁ ଆସି ଆନୁଷ୍ଠାନିକ କରେଣ୍ଟାଇନ କେନ୍ଦ୍ରରେ ଚଉଦ ଦିନ ରହିବା ପରେ ସେହି ବ୍ୟକ୍ତି ମାନଙ୍କୁ  ଦୁଇ ହଜାର ଟଙ୍କା ଲକ୍ ଡାଉନ୍ ହଟିବା ପରେ ଦିଆଯିବାର ବ୍ୟବସ୍ଥା କରାଯାଇଛି।

0
0
0
s2sdefault