ସୁନ୍ଦରଗଡ଼/ ହୋରାଚାନ୍ଦ ଦେଉରିଆ - ମହାରାଷ୍ଟ୍ରର ପାଲଘର ଠାରେ ସନ୍ଥ କଳ୍ପବୃକ୍ଷ ଗିରୀ ଓ ସନ୍ଥ ସୁଶୀଲ ଗିରୀଙ୍କୁ ଅତି ନିର୍ମମ ଭାବରେ ହତ୍ୟା ହୋଇଥିବା ଘଟଣା ସାରା ଦେଶରେ ଚହଳ ପକାଇଥିବା ବେଳେ ଏ ଘଟଣାରେ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ବିଶ୍ୱହିନ୍ଦୁ ପରିଷଦର ବରିଷ୍ଠ କାର୍ଯ୍ୟକର୍ତ୍ତା ତଥା ପଶ୍ଚିମ ଓଡିଶା ଧର୍ମପ୍ରସାର ସମ୍ପାଦକ ଶାନ୍ତନୁ କୁସୁମ | ରୁଷିମୁନିଙ୍କ ଦେଶ କୁହାଯାଉଥିବା ଭାରତରେ ସାଧୁସନ୍ଥଙ୍କ ନିର୍ମମ ହତ୍ୟା କେବେ ଗ୍ରହଣୀୟ ନୁହେଁ ବୋଲି ସେ କହିଥିବା ବେଳେ ସନ୍ଥ କଳ୍ପବୃକ୍ଷ ଗିରୀ ଓ ସୁଶୀଲ ଗିରୀଙ୍କ ହତ୍ୟାରେ ସଂଶ୍ଲିଷ୍ଟ ଥିବା ସମସ୍ତ ବ୍ୟକ୍ତିଙ୍କୁ ଅତିଶୀଘ୍ର ଫାଶୀ ଖୁଣ୍ଟରେ ଝୁଲାଯାଉ ବୋଲି ଦାବୀ କରିଛନ୍ତି | ଏହି ପରିପ୍ରେକ୍ଷୀରେ ଭିଏଚପି ନେତା ଶ୍ରୀ କୁସୁମ ଏକ ପ୍ରେସ ବିବୃତ୍ତିରେ କହିଛନ୍ତି ଯେ ପୋଲିସ ଉପସ୍ଥିତିରେ ସାଧୁସନ୍ଥଙ୍କ ନିର୍ମମ ହତ୍ୟା ହିନ୍ଦୁସ୍ଥାନ ନାମରେ ପରିଚିତ ଭାରତ ପାଇଁ ନିଶ୍ଚିତ ଭାବରେ ଏକ କଳଙ୍କିତ ଅଧ୍ୟାୟ | କାରଣ ସାଧୁସନ୍ଥ ହେଉଛନ୍ତି ଏ ଦେଶର ସଂଖ୍ୟା ଗରିଷ୍ଠ ହିନ୍ଦୁ ସମାଜର ଆସ୍ଥା ଓ ଆବେଗର କେନ୍ଦ୍ରବିନ୍ଦୁ | ସାଧୁସନ୍ଥ ହେଉଛନ୍ତି ଏ ଦେଶର ପଥ ପ୍ରଦର୍ଶକ | ତେଣୁ କୋଟି କୋଟି ଭାରତୀୟଙ୍କ ଆସ୍ଥା ଓ ଆବେଗକୁ ଅତି ନିର୍ମମ ଭାବରେ ହତ୍ୟା କରିଥିବା ରାକ୍ଷସ ମାନଙ୍କୁ ଅତିଶୀଘ୍ର ଫାଶୀ ଖୁଣ୍ଟରେ ଝୁଲାଯାଉ ବୋଲି ଭିଏଚପି ନେତା ଶ୍ରୀ କୁସୁମ ଦାବୀ କରିଛନ୍ତି | ତାସହିତ ଗୈରିକ ବସ୍ତ୍ରଧାରୀଙ୍କ ପ୍ରତି ଘୃଣା ସୃଷ୍ଟି କରୁଥିବା ଅରାଷ୍ଟ୍ରୀୟ ଶକ୍ତିକୁ ମଧ୍ୟ ଦମନ କାରିବାକୁ ଶ୍ରୀ କୁସୁମ ସରକାରଙ୍କୁ ନିବେଦନ କରିଛନ୍ତି |
ରାଜ୍ୟ
ଦୁଇ ସନ୍ଥଙ୍କ ହତ୍ୟାକାରୀକୁ ଫାଶୀଦଣ୍ଡ ଦିଆଯାଉ - ଭିଏଚପି
- Hits: 340