କରୋନା ଯୋଦ୍ଧାଙ୍କ ସହ ଅଛନ୍ତି ସାଢ଼େ ଚାରିକୋଟି ଓଡ଼ିଆ : କରୋନା ଯୋଦ୍ଧାଙ୍କୁ ଅସମ୍ମାନ କଲେ ଯିବେ ଜେଲ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 
  • କରୋନା ଯୋଦ୍ଧାଙ୍କ ଅଦମ୍ୟ ବୀରତ୍ୱ  ଓ ଲଢୁଆ ମାନସିକତାକୁ ସରକାରଙ୍କ ସ୍ୱୀକୃତି

  • କରୋନା ଲଢେଇରେ ସାମିଲ ପ୍ରତିଟି ଯୋଦ୍ଧାଙ୍କ ପାଇଁ  50 ଲକ୍ଷ ଟଙ୍କାର ବୀମା ଘୋଷଣା

  • ସରକାରୀ ଓ ବେସରକାରୀ ସ୍ୱାସ୍ଥ୍ୟକର୍ମୀ ତଥା ଅନ୍ୟ ସପୋର୍ଟ ସର୍ଭିସରେ ସାମିଲ ବ୍ୟକ୍ତି ଙ୍କ ପାଇଁ ଏହା ହେବ ଲାଗୁ

  • ଲଢେଇରେ ଜୀବନ ହାରିଲେ ଦିଆଯିବ ଶହୀଦ ମାନ୍ୟତା, ଯଥୋଚିତ ରାଜ୍ୟ ସମ୍ମାନ ସହ ଅନ୍ତିମ ସଂସ୍କାର

  • ମୃତ ସରକାରୀ କର୍ମଚାରୀ(ଡାକ୍ତରୀ ବା ଅନ୍ୟ ସେବା)ଙ୍କ ପରିବାରବର୍ଗ ଅବସର ଅବଧି ପର୍ଯ୍ୟନ୍ତ ପାଇବେ ପୂର୍ଣ ବେତନ

  • କରୋନା ଯୋଦ୍ଧାଙ୍କ ପ୍ରତି ଅସମାନ ରାଜ୍ୟ ପ୍ରତି ଅପମାନ ଭାବେ ବିବେଚନା କରାଯିବ

  • ଦିଆଯିବ କଠୋର ଦଣ୍ଡ , ଲାଗିପାରେ  ଜାତୀୟ ନିରାପତ୍ତା ଆଇନ ଭଳି ଦଫା

Bhubaneswar(shasak prashasak) : ରାଜ୍ୟ ସରକାର କରୋନା ଲଢେଇରେ ସାମିଲ ପ୍ରତିଟି ଯୋଦ୍ଧାଙ୍କୁ ସମ୍ମାନ ଓ ସ୍ଵୀକୃତି ଜଣାଇବା ପାଇଁ ନେଇଛନ୍ତି ଗୁରୁତ୍ୱପୂର୍ଣ ନିଷ୍ପତ୍ତି | ସେମାନଙ୍କ ପାଇଁ ଜୀବନ ବୀମା ଆଇ ସେମାନଙ୍କ ପ୍ରତି ସମ୍ମାନ ନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆଣି କରିଛନ୍ତି ଗୁରୁତ୍ୱପୂର୍ଣ ଘୋଷଣା |
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ବିଷୟରେ ଘୋଷଣା କରି କହିଛନ୍ତି ଯେ  କରୋନା ଭୁତାଣୁ ତିନିମାସ ଭିତରେ ସମଗ୍ର ବିଶ୍ୱରେ 2 ଲକ୍ଷ ଜୀବନ ନେଲାଣି । କରୋନା ପ୍ରାଦୁର୍ଭାବରୁ କୌଣସି ମହାଦେଶ ବି ବାଦ ପଡିନି । ସମଗ୍ର ବିଶ୍ୱରେ ଏକ ଅଦୃଢ଼ୟା ଶତ୍ରୁବିରୋଧରେ ଯୁଦ୍ଧ ପରିସ୍ଥିତି । ଏ ଲଢେଇକୁ ଆମ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ସାମନାରେ ରହି ଜାରି ରଖୁଥିବାବେଳେ ତାଙ୍କୁ ଅନ୍ୟନ୍ୟସେବା ପ୍ରଦାନକାରୀ ବିଶାଲ ସେନା ବାହିନୀ ସମର୍ଥନ ଜାରି ରଖିଛି । ପ୍ରତିଷେଧକ ଟିକାର ଅନୁପସ୍ଥିତିରେ ଯେଉଁମାନେ ଆମ ପାଇଁ କୋବିଡ଼ ଲଢେଇ ଲଢ଼ୁଛନ୍ତ ସେମାନଙ୍କ ପାଇଁ ଅନେକ ରିସ୍କ ରହିଛି।
ଦେଶ ତଥା ରାଜ୍ୟ ବାସୀଙ୍କୁ ସୁରକ୍ଷିତ ରଖିବା ପାଇଁ ରକ୍ଷଣ ଭାଗରେ ଲଢ଼ୁଥିବା ବିଶାଳ ତଥା ବିର ହୃଦୟଙ୍କୁ ସମ୍ମାନିତ କରିବାର ଆମର ଏକ ମହାନ ପରମ୍ପରା ରହିଛି । ଆମେ ସେମାନଙ୍କ ଅଦମ୍ୟ ବୀରତ୍ୱ  ଓ ଲଢୁଆ ମାନସିକତାକୁ ସ୍ୱୀକୃତି ଦେଉଛୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ମୁଖ୍ୟମନ୍ତ୍ରୀ ଆଜି ଘୋଷଣା କରିଛନ୍ତି ଯେ,  ଓଡିଶା  ସରକାର ଭାରତ ସରକାରଙ୍କ ସହ ମିଶି କରୋନା ଲଢେଇରେ ସାମିଲ ପ୍ରତିଟି ଯୋଦ୍ଧା (ସରକାରୀ ଓ ବେସରକାରୀ ସ୍ୱାସ୍ଥ୍ୟକର୍ମୀ ତଥା ଅନ୍ୟ ସପୋର୍ଟ ସର୍ଭିସରେ ସାମିଲ ବ୍ୟକ୍ତି )ସରକାରୀ  50 ଲକ୍ଷ ଟଙ୍କାର ବୀମା ଘୋଷଣା କରୁଛୁ । କରୋନା ଲଢେଇରେ ଯଦି କୌଣସି ଉପରୋକ୍ତ ଯୋଦ୍ଧା ଜୀବନ ହାରନ୍ତି, ତେବେ ସେମାନଙ୍କ ପରିବାରକୁ ସେ ବୀମାରାଶି ପ୍ରଦାନ କରାଯିବ । ସେମାନଙ୍କୁ ଶହୀଦ ଭାବେ ବିବେଚନା କରି ସେମାନଙ୍କ ପାଇଁ ଯଥୋଚିତ ରାଜ୍ୟ ସମ୍ମାନ ସହ ଅନ୍ତିମ ସଂସ୍କାର କରାଯିବ । ସେମାନଙ୍କ ସର୍ବଶ୍ରେଷ୍ଠ ସେବା ପାଇଁ ସେମାନଙ୍କ ନାମରେ ପୁରସ୍କାର ପ୍ରତିଷ୍ଠା କରି ରାଷ୍ଟ୍ରୀୟ ଦିବସରେ ପ୍ରଦାନ କରାଯିବ । ପ୍ରାଣ ହରାଇଥିବା ସରକାରୀ କର୍ମଚାରୀ(ଡାକ୍ତରୀ ବା ଅନ୍ୟ ସେବା)ଙ୍କ ପରିବାରବର୍ଗ ତାଙ୍କର ଅବସର ଅବଧି ପର୍ଯ୍ୟନ୍ତ  ପୂର୍ଣ ବେତନ ପାଇବେ ।  କରୋନା ଲଢେଇ ଲଢ଼ୁଥିବା ପ୍ରତିଟି କର୍ମଚାରୀଙ୍କ ପ୍ରତି ଯଥୋଚିତ ସମ୍ମାନ ପ୍ରଦାନ କରିବା ତଥା କୃତଜ୍ଞ ରହିବାକୁ ମୁଁ ରାଜ୍ୟବାସୀଙ୍କୁ ଅନୁରୋଧ କରୁଛି । ସେମାନଙ୍କ ପ୍ରତି କୌଣସି ଅସମାନ ରାଜ୍ୟ ପ୍ରତି ଅପମାନ ଭାବେ ବିବେଚନା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଯଦି କୌଣସି ବ୍ୟକ୍ତି ଏହାର ଉଲ୍ଲଂଘନ କରନ୍ତି ତେବେ ତାଙ୍କ ବିରୋଧରେ କଠୋର ଦଣ୍ଡ  ବିଧାନ କରାଯିବା ସହ ଜାତୀୟ ନିରାପତ୍ତା ଆଇନ ଭଳି ଦଫା ବି ଲଗାଯିବ ବୋଲି ମୁଖ୍ୟମନ୍ତ୍ରୀ ତାଗିଦ କରି ଦେଇଛନ୍ତି । ଶେଷରେ ରାଜ୍ୟର ସାଢ଼େ 4କୋଟି ଜନତା କୋବିଡ଼ ଯୋଦ୍ଧାଙ୍କ ସହ ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି ।

0
0
0
s2sdefault