ହେଡଲାଇନସ୍:

ଛତିଶଗଡ଼ରୁ ବଙ୍ଗମୁଣ୍ତା ଓ ସିନ୍ଧେକେଲା ଅଂଚଳକୁ ସାଇକେଲରେ ଫେରୁଛନ୍ତି ୧୨ ଜଣ ବ୍ୟକ୍ତି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର  :  ସଂପ୍ରତି ମହାମାରୀ କରୋନା ପରିପ୍ରେକ୍ଷରେ ଲକ ଡାଉନ୍ ସାରା ଦେଶରେ ଚାଲିଛି । ଦେଶର ପ୍ରତ୍ୟେକ  ରାଜ୍ୟରେ ଓଡ଼ିଆ ଲୋକ ଫସି ରହିଛନ୍ତି । ଓଡିଶା ସରକାର ସେମାନଙ୍କୁ ବାହାର ରାଜ୍ୟରେ କମିଶନର ରଖି ତାଙ୍କର ଖାଦ୍ୟ ପେୟର ବନ୍ଦୋବସ୍ତ କରିଛନ୍ତି  । କିନ୍ତୁ ତାହା ସଂପ୍ରତି ଫେଲ ମାରିଛି ଛତିଶଗଡ ର ବିଲାସପୁର ଜିଲ୍ଲା ରେ । ଇକଡାଉନ ପୂର୍ବରୁ ବଲାଙ୍ଗୀର ଜିଲ୍ଲାର ବଙ୍ଗମୁଣ୍ତା ଓ ସିନ୍ଧେକେଲା ଥାନା ଅଞ୍ଚଳର ସାବୁନ ବାଡ଼ି, ଚାଉଲିଆ,ବକାଗୁରା ଗ୍ରାମର ୧୨ ଜଣ ବ୍ୟକ୍ତି  ଦିନ ମଜୁରି ପାଇଁ ଯାଇ ଥିଲେ । ଛତିଶଗଡ ସରକାର ତାଙ୍କୁ ରନ୍ଧା ଖାଦ୍ୟ  କିମ୍ବା ଡାଲି ଚାଉଳ ଯୋଗାଇ ଦେବା ପାଇଁ ସେମାନେ ଛତିଶଗଡର ବିଲାସପୁର ଜିଲ୍ଲାର ପିଫିରାକାଲି ମନ୍ଦିର ଜନ ସାଧାରଣଙ୍କୁ ଅନୁରୋଧ କରିଥିଲେ । କିନ୍ତୁ କେହି ତାଙ୍କ କଥା ଶୁଣିନ ଥିଲେ । ହାତରେ ଯାହା ଶ୍ରମ କରି ବଳକା ପଇସା ଥିଲା ସେଥିରେ ବହୁ କଷ୍ଟରେ ଭୋକ ଉପାସରେ ଚଲିଲେ । ସମୟ ସୁବିଧା ଦେଖି ସେମାନେ ପରିଶେଷରେ ସାଇକେଲ ଯୋଗେ ଗତ ରବିବାର ସକାଳୁ ସେଠାରୁ ବାହାରି ଆଜି ଓଡିଶା ସୀମାନ୍ତ ଲଖମରା ଗ୍ରାମକୁ ପହଞ୍ଚି ଥିଲେ  । ଆସନ୍ତା ମଙ୍ଗଳବାର ସୁଦ୍ଧା ସେମାନେ ନିଜ ଗ୍ରାମକୁ ପହଞ୍ଚିବେ ବୋଲି ଲକ୍ଷ ରଖିଛନ୍ତି  ।

0
0
0
s2sdefault