ହେଡଲାଇନସ୍:

ମୁଖ୍ୟମନ୍ତ୍ରୀଙ୍କର ରିଲିଫ ଫଣ୍ଡ କୁ ତିରିଶ ହଜାର ଟଙ୍କାର ସହଯୋଗ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଗରିବ ଲୋକଙ୍କ ପାଇଁ ଉପଜିଲ୍ଲାପାଳ ଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ

ବରଗଡ :- ଆଜି ବରଗଡ ଜିଲ୍ଲା, ପାଇକମାଲ କ୍ରସର ୟୁନିଅନ ତରଫରୁ କୋରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଙ୍କର ରିଲିଫ ଫଣ୍ଡ କୁ 30 ହଜାର ଟଙ୍କାର ସହଯୋଗ ପ୍ରଦାନ କରାଯାଇଛି । କ୍ରସର ୟୁନିଅନ ର ଶ୍ରୀ ନନ୍ଦ କିଶୋର ଶ୍ରୀବସ୍ତାଵ , ଶତ୍ରୁଘନ ସାହୁ ,  ଶ୍ରୀ ହୁକୁମ ଅଗ୍ରୱାଲ , ଶ୍ରୀ ସୁମିତ ଅଗ୍ରୱାଲ , ଚିତ୍ତ ରଂଜନ ପ୍ରଧାନ , ପ୍ରମୁଖ ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ ଦରୁଆନ ଙ୍କୁ ଆଜି ପାଇକମାଲ ତହସିଲ କାର୍ଯ୍ୟାଳୟ ରେ ତିରିଶ ହଜାର ଟଙ୍କାର ଚେକ ଓ 10 ହଜାର ଟଙ୍କାର ଶୁଖିଲା ଖାଦ୍ୟ ପ୍ରଦାନ କରିଥିଲେ । ଏହା ସହିତ ମଙ୍ଗଳ TVS ଦ୍ୱାରା କିଛି ମାକ୍ସ ମଧ୍ୟ ପ୍ରଦାନ କରିଥିଲେ । ତହସିଲଦାର ଶ୍ରୀ ମନୋଜ କୁମାର ମେହେର , କ୍ରସର ୟୁନିଅନ ର ଏହି ମହତ କାର୍ଯ୍ୟ କୁ ପ୍ରସଂଶା କରିବା ସହିତ ଜରୁରୀ ପରିସ୍ଥିରେ ଜନସାଧାରଣ ଙ୍କୁ ସହଯୋଗ କରିବା ପାଇଁ କହିଥିଲେ । ଅତିରିକ୍ତ ତହସିଲଦାର ଶ୍ରୀ ସୁଶାନ୍ତ କୁମାର ରଣା , ସାମ୍ବାଦିକ ଶ୍ରୀ ସୁରଥ କୁମାର ସାହୁ ଙ୍କର ପ୍ରମୁଖ ମଧ୍ୟ ଏହି ମହତ କାର୍ୟ୍ଯ କୁ ପ୍ରସଂଶା କରିଥିଲେ ।

0
0
0
s2sdefault