ପ୍ରବଲ ଗ୍ରୀଷ୍ମ ପ୍ରବାହ : ସକାଳୁଆ ବ୍ୟାଙ୍କ ଖୋଲିବା ପାଇଁ ଦାବି ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡରେ ଗଢିଉଠିଥିବା ବିଭିନ୍ନ ପ୍ରକାର ବ୍ୟାଙ୍କ ସକଳୁଆ ଖୋଲିବା ପାଇଁ ଜନସାଧାରଣ ପକ୍ଷରୁ ଅଭିଯୋଗ ହେଉଛି । ସମ୍ପୃକ୍ତ ବିଭାଗ ପକ୍ଷରୁ ସମସ୍ତ ବ୍ୟାଙ୍କ ଗୁଡିକ  ପୂର୍ବରୁ ୧୦ ଟାରୁ ଅପରାହ୍ନ ୪ ଟା ସମୟର ପର୍ଯ୍ୟନ୍ତ ଖୋଲା ଯିବାର ସମୟ ଧାର୍ଯ୍ଯ କରାଯାଇଥିଲା । ହେଲେ ଏହି  ସମୟରେ ଲୋକେ ନିଜ ନିଜ ଟଙ୍କା ଜମା, ଉଠାଣ କାର୍ଯ୍ୟ ଏବଂ ବିଭିନ୍ନ କାମ କରିଥାନ୍ତି । କିନ୍ତୁ ବର୍ତ୍ତମାନ ଦେଶରେ ଏବଂ ରାଜ୍ୟ ମାନଙ୍କରେ ଦେଖା ଦେଇଥିବା କରୋନା ଭାଇରସ୍ ସଂକ୍ରମଣ ଜନିତ ଯୋଗୁଁ ଲକ ଡାଉନ୍ ରହିଛି । ଏଭଲି  ପରିସ୍ଥିତିରେ ଦିନ ୧୧ଟା ମଧ୍ୟରେ ସମସ୍ତ କାମ ସାରି ଲୋକମାନଙ୍କୁ ଘରକୁ ଫେରି ଯିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ କୁହାଯାଇଛି । ଅପର ପକ୍ଷରେ କୋରନା ଲକ ଡାଉନ୍ ଏବଂ ଅନ୍ୟପଟେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ତାତି ଯୋଗୁଁ ଅଞ୍ଚଳର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଟାଣ ଖରାରେ ଲୋକେ ଯାଆସବେଲେ ଶୋଷରେ ଡହଳ ବିକଳ ହେଉଛନ୍ତି ।ବ୍ୟାଙ୍କ ହିତାଧିକାରୀ ମାନେ ଯେମିତି ଖରା ଦାଉରୁ ରକ୍ଷା ପାଇବେ ସେ ସକାଶେ ଲୋକଙ୍କ ସୁବିଧା ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ ଏ ଦିଗରେ ତୁରନ୍ତ ଦୃଷ୍ଟି ଦେଇ ବ୍ୟାଙ୍କ ମାନଙ୍କ ସମୟ ପରିବର୍ତ୍ତନ କରି ସକାଳୁଆ ବ୍ୟାଙ୍କ ଖୋଲିବା ପାଇଁ ଆଦେଶ ଦେଲେ ବୀରମହାରାଜପୁର ଅଞ୍ଚଳର ଲୋକେ ସୁବିଧା ପାଇ ପାରନ୍ତେ ବୋଲି ଜନସାଧାରଣ ଦାବି ହୋଇଛି ।

0
0
0
s2sdefault