"ପୁରୀ ମନ୍ଦିର ସେବାୟତଙ୍କ ପରି ଆମକୁ ବି ସରକାର ସହାୟତା ରାଶି ପ୍ରଦାନ କରନ୍ତୁ"

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ କ୍ଷେତ୍ର ନୃସିଂହନାଥ ପୀଠ ସେବାୟତ ସରକାରଙ୍କ ନିକଟରେ କଲେ ଅନୁରୋଧ

ବରଗଡ/ଶାସକ ପ୍ରଶାସକ  :-  ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ର ଗନ୍ଧମାର୍ଦନ ପାଦ ଦେଶରେ କୂଳୁକୂଳୁ ହୋଇ ବହିଯାଇଥିବା ପାପନାଶିନୀ ଝରଣା ସନ୍ନିକଟ ଅବସ୍ଥିତ ପଶ୍ଚିମାଂଚଳ ର ପ୍ରସିଦ୍ଧ ନୃସିଂହନାଥ ମନ୍ଦିର । କୋରୋନା ମହାମାରୀ ପାଇଁ ପ୍ରଥମେ ମାର୍ଚ୍ଚ 22 ତାରିଖ ଦିନ ଜନତା କର୍ଫ୍ୟୁ  ଓ ପରବର୍ତ୍ତୀ ପର୍ଯ୍ୟାୟରେ ଲକଡାଉନ । ଏହି ଜନତା କର୍ଫ୍ୟୁ  ଓ ଲକଡାଉନ ର ବହୁ ପୂର୍ବରୁ ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିରକୁ ଲକ ଡାଉନ କରିଦିଆ ଯାଇଥିଲା । କହିବାକୁ ଗଲେ ବୋଧହୁଏ ନୃସିଂହନାଥ ମନ୍ଦିର ଓଡ଼ିଶାରେ ପ୍ରଥମେ ଲକଡାଉନ ନିୟମକୁ କାର୍ଯ୍ୟକାରୀ କରିଥିଲା ।  ଇତିମଧ୍ୟରେ ରାଜ୍ୟସରକାର ପୁରୀ ମନ୍ଦିରର ସେବାୟତ ମାନଙ୍କପାଇଁ ୫ହଜାର ଟଙ୍କାର ସହାୟତା ରାଶି  ଘୋଷଣା କରିଛନ୍ତି | ଏହା ଅତ୍ୟନ୍ତ ସ୍ୱାଗତ ଯୋଗ୍ୟ ପଦକ୍ଷେପ ଅଟେ ହେଲେ ଆମ ରାଜ୍ୟ ର ଅନେକ ମନ୍ଦିରମାନଙ୍କର ସେବାୟତ ମାନଙ୍କ ପାଇଁ ମଧ୍ୟ ଏହି ଭଳି ପଦକ୍ଷେପ ଗ୍ରହଣ କରାଯିବା କଥା । ହେଲେ ସରକାରଙ୍କର ତରଫରୁ ସେମିତି କିଛି  ଆଖିଦୃଶିୟା ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ଏଠାରେ ସୂଚନାଯୋଗ୍ୟ ଯେ ନୃସିଂହନାଥ ମନ୍ଦିରରେ ପ୍ରାୟ ଶହେ ଜଣରୁ ଉର୍ଧ୍ଵ  ସେବାୟତ ଓ କର୍ମଚାରୀ ଅଛନ୍ତି । ଏମାନଙ୍କର ଦରମା ଓ ଅନ୍ୟାନ୍ୟ ଖର୍ଚ୍ଚ ଏହି ପବିତ୍ର ତୀର୍ଥ କ୍ଷେତ୍ରକୁ ଆସୁଥିବା ଯାତ୍ରୀ ଓ ପର୍ଯଟକ ଙ୍କର ଦାନ ରେ ହେଇଥାଏ । ବର୍ତ୍ତମାନ ମନ୍ଦିର ଲକଡାଉନ ଥିବାରୁ ଏହି କର୍ମଚାରୀ ଓ ସେବାୟତ ମାନଙ୍କର ପାଇଁ ଅନେକ ସମସ୍ୟା ଦେଖାଦେଇଛି । ଏହି ସେବାୟତ ଓ କର୍ମଚାରୀ ମାନଙ୍କର ସମସ୍ୟା ସବୁକୁ ଦୃଷ୍ଟିରେ ରଖି ପୁରୀ ମନ୍ଦିରର ସେବାୟତ ପ୍ରଦାନ କରାଯାଇଥିବା ସହାୟତା ରାଶି ଭଳି ଏମାନଙ୍କୁ ମଧ୍ୟ ସରକାରୀ ସହାୟତା ପ୍ରଦାନ କରାଯିବା ପାଇଁ ସରକାର ଓ ପ୍ରଶାସନିକ ଅଧିକାରୀ ମାନେ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସେବାୟତ ମାନେ ଦାବି କରିଥିବା ବେଲେ ସ୍ଥାନୀୟ ବୁଦ୍ଧିଜୀବୀ ମହଲ ଦାବି କରିଛନ୍ତି ।

0
0
0
s2sdefault