ହେଡଲାଇନସ୍:

ସ୍ୱାସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶ ପରେ ତିନି ନିର୍ଦ୍ଦେଶକଙ୍କ ତିନି ଜିଲ୍ଲା ଗସ୍ତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର (ଶାସକ ପ୍ରଶାସକ) ଗତକାଲିର ୧୩ଜଣ ରୋଗୀ ଓ ଆଜି ସକାଳେ ଆଉ ୫ଜଣ ରୋଗୀ ବାଲେଶ୍ୱର ଜିଲ୍ଲାରେ ଚିହ୍ନଟ ହେବାପରେ ମେଡିକାଲ କଲେଜର ସ୍ୱାସ୍ଥ୍ୟ ବିଶେଷଜ୍ଞ, ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀ ଓ ଷ୍ଟେଟ ଆରଆର୍ଟିମାନଙ୍କୁ ବାଲେଶ୍ୱର, ଭଦ୍ରକ , ଯାଜପୁରର କଣ୍ଟନମେଣ୍ଟ ଯୋନର ତଦାରଖ କରିବା ପାଇଁ  ସ୍ୱାସ୍ଥ୍ୟ ବିଭାଗ ପ୍ରମୁଖ ସଚିବ ନିର୍ଦ୍ଦେଶ ଦେଇଛନ୍ତି | ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବାଲେଶ୍ୱର, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଭଦ୍ରକ ଓ ନିର୍ଦ୍ଦେଶକ ପରିବାର କଲ୍ୟାଣ ଯାଜପୁର ଗସ୍ତ କରିବ୍ଲୁ ସଚିବ ନିର୍ଦ୍ଦେଶ ଦେଇଛନ୍ତି  | ଷ୍ଟେଟ ରପିଡ଼ ରେସ୍ପନ୍ସ ଟିମକୁ ତିନୋଟି ଜିଲ୍ଲା ଅଭିମୁଖେ ଯାତ୍ରା କରିବାକୁ ନିର୍ଦ୍ଦେଷ ଦିଆଯାଇଛି | ଏସସିବି ମେଡିକାଲ କଲେଜ ଯାଜପୁର ଜିଲ୍ଲା ପାଇଁ , ଫକୀର ମୋହନ ମେଡିକାଲ କଲେଜ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାପାଇଁ ସ୍ୱାସ୍ଥ୍ୟଗତ ସହାୟତା ଓ ପରାମର୍ଶ ଯୋଗାଇଦେବେ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି | 

0
0
0
s2sdefault