ଅସମ୍ଭବକୁ ସମ୍ଭବ କରି ଦେଖେଇଲେ ଦିବସ : ନିଷ୍ପତ୍ତି ଆଗରେ ହାର ମାନିଲା ଲକ ଡାଉନ କଟକଣା

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ଲକଡାଉନ ସମୟରେ ମାନବିକତା : ସାବାସ ଦିବସ, ଆପଣଙ୍କ ସ୍ପିରିଟକୁ ସାଲ୍ୟୁଟ

ବରଗଡ଼ ( ଶାସକ ପ୍ରଶାସକ) : ବର୍ତ୍ତମାନ ଲକଡାଉନ ଯୋଗୁଁ ସମ୍ପୂର୍ଣ୍ଣ ଭାରତ ବର୍ଷ କରୋନା ମହାମାରୀର ଆତଙ୍କରେ ଆତଙ୍କିତ ହେଉଥିବା ସ୍ଥଳେ ମାନବିକତା ଆଗରେ ହାର ମାନିଛି ପ୍ରତିବନ୍ଧ | ଜଣେ ସମାଜିକ କର୍ମୀଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ଜଣେ ପୁଅ ନିଜ ବାପାର ଶେଷକୃତ୍ୟ ସମ୍ପନ୍ନ କରିବା ନିମନ୍ତେ ତିନିଜଣ ସଦସ୍ୟଙ୍କ ସହ ସୁଦୁର ତେଲେଙ୍ଗାନାରୁ ଓଡ଼ିଶାର ବଲାଙ୍ଗୀର ଜିଲ୍ଲାକୁ ଫେଇପାରୁଛି |
   ଘଟଣାଟି ଥିଲା ଏମିତି ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ଦୈତାରୀମୁଣ୍ଡା ଗ୍ରାମର ନୃପ ତାଣ୍ଡିଙ୍କ ଘରେ ଗତକାଲି ଦେହାନ୍ତ ଘଟିଥିଲା | ତାଙ୍କ ଏକ ମାତ୍ର ପୁଅ ଯୁଗଳ ସିଂ ତାଣ୍ଡି ଏବଂ ତାଙ୍କ ପରିବାର ତେଲେଙ୍ଗାନା ରାଜ୍ୟର ରାଙ୍ଗାରେଡ୍ଡୀ ଜିଲ୍ଲାର ମେକାଗୁଡା ସ୍ଥିତ ଏରୋଲାଇଟ କମ୍ପାନୀରେ କାମ କରୁଥିଲେ |  ପିତାଙ୍କ ମୃତ୍ୟୁ ଖବର ପାଇ ଦୁଃଖରେ ଭାଙ୍ଗିପଡିଥିଲେ | ଏହି ଖବରକୁ ତାଙ୍କ ଗାଁ ର କବି ବାଗଙ୍କୁ ଜଣେଇଥିଲେ |  କବି ଏହି ବିଷୟରେ ବରଗଡ଼ ଜିଲ୍ଲା ବିଜେପୁର ବ୍ଲକର ସମାଜିକ କର୍ମୀ ଦିବସ ସାହୁଙ୍କୁ ଜଣେଇବା ପରେ ସେ ସହାୟତା କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ  |

ତା ପରେ ଦିବସ ଯୁଗଲଙ୍କ ସହ ଯୋଗାଯୋଗ କରି ତାଙ୍କ ଠିକଣା ମାଗିଲା ପରେ ତୁରନ୍ତ ତାଙ୍କୁ ମାନବିକତା ଦୃଷ୍ଟିରୁ ସହାୟତା ପ୍ରଦାନ କରିବା ପାଇଁ ତେଲେଙ୍ଗାନା ରାଷ୍ଟ୍ର ସମିତିର ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀଙ୍କ ପୁଅ କେଟିଆରଙ୍କୁ ରାତି 10 ଟା 30 ରେ ଟ୍ୱିଟର ମାଧ୍ୟମରେ ଜଣେଇଥିଲେ | ଏହି ଟ୍ୱିଟକୁ ଗୁରୁତ୍ୱ ଦେଇ ରାତି 11 ଟା 33 ମିନିଟରେ କେଟିଆରଙ୍କ କାର୍ଯ୍ୟାଳୟ ରୁ ଯୁଗଲଙ୍କ ଠିକଣା ଏବଂ ଫୋନ ନମ୍ବର ମାଗିଥିଲେ ଯାହାକୁ ଦିବସ ଟ୍ୱିଟର ମାଧ୍ୟମରେ ତାଙ୍କୁ ଜଣେଇଥିଲେ |  ଏହାପରେ ସଂଗେ ସଂଗେ ରାତିରେ ଅଫିସରୁ ଯୁଗଲଙ୍କୁ ଫୋନ କରି ସବୁ ସମସ୍ୟା ବୁଝିବା ପରେ ସକାଳେ ସମାଧାନ କରାଯିବ ବୋଲି କହି ସାନ୍ତ୍ୱନା ଦେଇଥିଲେ |

ସକାଳ ହେବା ପରେ ସେଠାକାର ପୋଲିସ ଅଧିକାରୀ ତାଙ୍କୁ ଡକେଇ ପାସ ଦେବା କଥା କହିଥିଲେ,ଏତେବେଳ ପର୍ଯ୍ୟନ୍ତ ସେମାନେ ପାସ ମିଳିଗଲା ପରେ କେମିତି ଯିବେ ତାହା ଚିନ୍ତା କରିନ ଥିଲେ | ଯେହେତୁ ଲକଡାଉନ ଯୋଗୁଁ  ତାଙ୍କ ହାତରେ ପଇସା ପତ୍ର ନଥିଲା | ଦିବସ ଉକ୍ତ ବିଷୟ ଜାଣିବା ପରେ ଏକ ଗାଡି ମାଲିକକୁ ଫୋନ କରିବାକୁ କହିଥିଲେ  | କଥା ହେଲା ପରେ ସେ କହିଲେ ଯେ ସମ୍ପୂର୍ଣ୍ଣ ଗାଡ଼ିଭଡା ପାଖାପାଖି ୨୪ ହଜାର  ନ ଦେବା ପର୍ଯ୍ୟନ୍ତ ସେଠାରୁ ଗାଡି ଆଣିବି ନାହିଁ | ଏହା ଦେଖି ଯୁଗଲଙ୍କ ମୁଣ୍ଡ କାମ କଲାନି |

ଯେହେତୁ ସେମାନେ ଅନ୍ୟ ରାଜ୍ୟରେ ଅଛନ୍ତି ଏତେଗୁଡିଏ ଟଙ୍କା ଯୋଗାଡ କରିବା ତାଙ୍କ ପାଇଁ ଅସମ୍ଭବ | ସେତେବେଳେ ଦିବସ ଏକ ଭିଡ଼ିଓ ପ୍ରସ୍ତୁତ କରି ତେଲେଙ୍ଗାନା ସରକାରଙ୍କୁ ଆର୍ଥିକ ସହାୟତା କରିବା ପାଇଁ ଅନୁରୋଧ କରିବାକୁ କହିଲେ ଏବଂ ସେହି ଭିଡ଼ିଓକୁ ଦେଇ ପୁଣିଥରେ କେଟିଆର ଙ୍କୁ ଆର୍ଥିକ ସହାୟତା କରିବା ପାଇଁ ଅନୁରୋଧ କରିଥିଲେ | ଏହାର ଫଳ ସ୍ୱରୂପ ତାଙ୍କୁ ଡକେଇ ଆଠ ହଜାର ଟଙ୍କା ପ୍ରଦାନ କରି ଏକ ଗାଡିର ବ୍ୟବସ୍ଥା କରି ପଠେଇଥିଲେ | 

ଖବର ଲେଖା ହେବା ପର୍ଯ୍ୟନ୍ତ ସେମାନେ ପାଞ୍ଚ ଜଣ ଏକ ମାରୁତି ସୁଜୁକି କାର ରେ ଆସୁଥିବା ସୂଚନା ରହିଛି | ମାତ୍ର ୨୪ ଘଣ୍ଟା ମଧ୍ୟରେ ଅସମ୍ଭବ ପ୍ରତିତ ହେଉଥିବା କାର୍ଯ୍ୟକୁ ସମ୍ଭବ କରି ଦେଖେଇଥିବା ସାମାଜିକ କର୍ମୀ ଦିବସ କୁମାର ସାହୁଙ୍କୁ ଯୁଗଲଙ୍କ ପରିବାର ଧନ୍ୟବାଦ ଅର୍ପଣ କରିଥିବା ସୂଚନା ରହିଛି | ବାସ୍ତବିକ ଏହି ବିପଦ ବେଳାରେ ସହଯୋଗ କରିଥିବା ଶ୍ରୀ ସାହୁଙ୍କ  ଉଦ୍ୟମ ପ୍ରଶଂସନୀୟ | .ଶ୍ରୀ ସାହୁ କେଟିଆର ତଥା ତେଲେଙ୍ଗାନା ସରକାରଙ୍କ ଏହି ମାନବିକତା ପାଇଁ ହୃଦୟରୁ ଧନ୍ୟବାଦ ଦେବା ସହ ଆମେ ଉପକାର ପାଇଁ ଚିରରୁଣୀ ରହିବୁ ବୋଲି ଟ୍ୱିଟର ମାଧ୍ୟମରେ ଉଲ୍ଲେଖ କରିଛନ୍ତି. ଚୀର ବର୍ତ୍ତମାନ ଦେଖିବାକୁ ବାକି ରହିଲା ଉକ୍ତ ଦାଦନ ଶ୍ରମିକଙ୍କ ଘର ବାହୁଡା ପରେ ରାଜ୍ୟ ସରକାର ତଥା ବଲାଙ୍ଗୀର ଜିଲ୍ଲା ପ୍ରଶାସନ କଣ ସହାୟତା ପ୍ରଦାନ କରୁଛନ୍ତି |

 

0
0
0
s2sdefault