ପଦ୍ମପୁର ସହରରେ ଦୁଃସହ ହୋଇଛି ପାନୀୟ ଜଳ ସଙ୍କଟ ।
ପଦ୍ମପୁର-ପଦ୍ମପୁର ସହରରେ ପାନୀୟ ଜଳ ସଙ୍କଟ ହେବା କୌଣସି ନୂଆଁ କଥା ନୁହେଁ । ଚଲିତ ବର୍ଷ କରୋନା ଭୂତାଣୁ ଯୋଗୁଁ ସାରା ଦେଶ ତାଳାବନ୍ଦ ରହିଛି । ପଦ୍ମପୁର ସହରରେ ମଧ୍ୟ ତାଳାବନ୍ଦକୁ ପାଳନ କରାଯାଉଛି । ଗୋଟିଏ ପଟେ ତାଳାବନ୍ଦ ଦୁଃଖ ଦେଉଥିବା ବେଲେ ବୋଝ ଉପରେ ନଳିତା ବିଡା ପରି ପାନୀୟ ଜଳ ସଙ୍କଟ ଦେଖାଦେଇଛି । ପଦ୍ମପୁର ସହରର ଓ୍ବାର୍ଡ ନମ୍ବର ୮ ଓ ୯ ରେ ପାନୀୟ ଜଳର ସଙ୍କଟ ଦେଖାଦେଇଛି । ସ୍ଥାନେ ସ୍ଥାନେ ପାଣି ପାଇପ ଫାଟି ଯାଇଛି , ପାଣି ଆସିଲେ ଡ୍ରେନ ପାଣି ମିଶି ଯାଉଛି । ଯ ଦ୍ବାରା ପାଣି ଲୋକଙ୍କ ବ୍ୟବହାର ଉପଯୋଗୀ ହୋଇ ପାରୁନି । ଏପରି ଅବ୍ୟବସ୍ଥା ଜାରି ରହିଲେ ସହରରେ ହଇଜା ରୋଗ ହେବାର ସମ୍ଭାବନା ରହିଛି । ଯଥାଶୀଘ୍ର ଏହି ପାଇପ ମରାମତି କରାଯିବା ସହ ଲୋକଙ୍କୁ ସ୍ବଛ୍ଛ ପାନୀୟ ଜଳ ଯୋଗାଇ ଦେବା ପାଇଁ ଆଜି ଓ୍ବାର୍ଡ ନମ୍ବର ୮ ଓ ୯ ର ବାସିନ୍ଦା ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରଓ୍ବାନଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଏହି ଅଭିଯୋଗ ସମୟରେ ଆଇନଜୀବୀ ଚିନ୍ମୟ କୁମାର ପଣ୍ଡା, ହେମନ୍ତ ମେହେର, ପପୁନ ବଗର୍ତ୍ତି,ଭୋପାଳ ଦାଶ,ସାବିତ୍ରୀ ବଗର୍ତ୍ତି, ଅନୁକମ୍ପା ଦାଶ,ସୁକାନ୍ତି ବଗର୍ତ୍ତି,ସେବତୀ ବଛ୍ଛା,ଶୁଭଦ୍ରା ବଛ୍ଛା ଓ ଜ୍ୟୋତ୍ସ୍ନାରାଣୀ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।