ହେଡଲାଇନସ୍:

ଆଜିଠୁଁ ମାକ୍ସ ଚେକିଂ କଡାକଡି :ମାକ୍ସ ନ ପିନ୍ଧିଥିବା ବ୍ୟକ୍ତି ଙ୍କୁ 200 ଫାଇନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଫାଇନ କଥା କହିଲେ ଦୁର୍ବ୍ୟବହାର କରୁଛନ୍ତି ସରକାରୀ କର୍ମଚାରୀ

ବରଗଡ :- ପାଇକମାଲ ଅଂଚଳରେ ଆଜିଠାରୁ ଆରମ୍ଭ ହେଇଛି ମାକ୍ସ ଚେକିଂ । ଗତ ପ୍ରାୟ 15 ଦିନ ହେବ ଅଞ୍ଚଳ ରେ ମୁଖ୍ୟତଃ ମଙ୍ଗଳ TVS , ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ଓ କିଛି ବଦାନ୍ୟ ବ୍ୟକ୍ତି ମାନେ ପ୍ରଚୁର ସଂଖ୍ୟା ରେ ମାକ୍ସ ବଣ୍ଟନ କରି ଲୋକଙ୍କୁ ମାକ୍ସ ପିନ୍ଧିବା ପାଇଁ ସଚେତନ କରୁଥିଲେ । ଉପଜିଲ୍ଲାପାଳ , ତହସିଲଦାର ପାଇକମାଲ ଓ ଝାରବନ୍ଧ , ପାଇକମାଲ, ଜଗଡଲପୁର ଓ ଝାରବନ୍ଧ ଥାନା ଅଧିକାରୀ ମାନେ ମଧ୍ୟ ଲୋକଙ୍କୁ ମାକ୍ସ ପିନ୍ଧିବା ପାଇଁ ଲୋକଙ୍କୁ କହିଥିଲେ । ଆଜି ପାଇକମାଲ ତହସିଲଦାର ଶ୍ରୀ ମନୋଜ ମେହେରଙ୍କ ନେତୃତ୍ୱରେ ପାଇକମାଲ ପୋଲିସ ପାଇକମାଲ ମୂଖ୍ୟ ଛକ ରେ ମାସ୍କ ଚେକିଂ ଆରମ୍ଭ କରିଛି ଓ ମାସ୍କ ପିନ୍ଧି ନ ଥିବା ବ୍ୟକ୍ତି ଙ୍କର ପାଖରୁ ଫାଇନ ଅସୁଲ କରା ହେଉଛି ।
       ସାଧାରଣ ଲୋକ ଏହି ନିୟମକୁ ସମ୍ମାନ ଦେଉଥିବା ବେଳେ ଆଜି ଦିନ ପ୍ରାୟ ଏଗାରଟା ବେଳେ ପୋଲିସ ସୁବ୍ରତ ବିଶ୍ୱାଳ ନାମକ ଜଣେ ବ୍ୟକ୍ତି(ଯେ କି ଜଣେ ସରକାରୀ କର୍ମଚାରୀ)ଙ୍କୁ ମାକ୍ସ ମୁହଁରେ ନ ପିନ୍ଧିଥିବା ଅବସ୍ଥାରେ ଅଟକାଇ ତାଙ୍କୁ ଫାଇନ ଦେବା ପାଇଁ କହିଥିଲେ । ଫାଇନ କଥା ଶୁଣି ସୁବ୍ରତ ରାଗରେ ସେଠାରେ ଉପସ୍ଥିତ ଥିବା ପୋଲିସ ଅଧିକାରୀମାନଙ୍କୁ ତହସିଲଦାରଙ୍କର ଉପସ୍ଥିତରେ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରିବା ସହିତ ନିଜକୁ ହସ୍ପିଟାଲ କର୍ମଚାରୀ ଭାବେ ପରିଚିତ କରାଇ ପ୍ରଭାବ ଦେଖେବାକୁ ଚେଷ୍ଟା କରିଥିଲେ । ଏଠାରେ ଗୋଟେ ବଡ଼ ପ୍ରଶ୍ନ ଯେ ଯେଉଁ ମାନେ ସାଧାରଣ ଲୋକଙ୍କୁ ସଚେତନ କରାଉଛନ୍ତି ସେମାନେ ନିୟମ ଭାଙ୍ଗି ଅଯଥା ଯୁକ୍ତିତର୍କ କରିବା କେତେ ଦୂର ଠିକ ?  ସୁବ୍ରତ ଫାଇନ ଦେଇ ଯିବା ସମୟରେ ସେଠାରେ ଉପସ୍ଥିତ dsp ଙ୍କୁ ପରୋକ୍ଷ ଭାବରେ ଧମକ ଦେଇଥିବା ଅଭିଯୋଗ ହୋଇଛି  । ସୁବ୍ରତଙ୍କର ଏହି ଭଳି  ବ୍ୟବହାର ଦିନରାତି ଖରାରେ ଛିଡା ହୋଇ ଆମ ମାନଙ୍କର ସୁରକ୍ଷା ପାଇଁ କୋରୋନା ର ମୁକାବିଲା କରୁଥିବା ଏହି କୋରୋନା ଯୋଦ୍ଧା ମାନଙ୍କର ମନୋବଳକୁ କ୍ଷୁର୍ଣ୍ଣ କରିବ ବୋଲି ସ୍ଥାନୀୟ ଜନସାଧାରଣ ମତବ୍ୟକ୍ତ କରିବା ସହ ଏଭଳି ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି |  । ଅନ୍ତତଃ ପକ୍ଷେ ଏହିକୋରୋନା ଯୋଦ୍ଧା ଙ୍କର ପ୍ରତି ସମସ୍ତ ଙ୍କର ଯଥେଷ୍ଟ ସମ୍ମାନ ରହିବା ଆବଶ୍ୟକ ନଚେତ କୋରୋନା ମୁକାବିଲା ନିଶ୍ଚିତ ଭାବରେ କଷ୍ଟକର ହେବ ।

0
0
0
s2sdefault