ବାରିପଦା(ଦିଲ୍ଲୀପ ମହାନ୍ତି) - କରୋନାକୁ ନେଇ ମୟୂରଭଞ୍ଜ ଜିଲ୍ଲାରେ ଲକ୍ ଡ଼ାଉନ । ଏହି ସମୟରେ ନାବାଳକ ସହିତ ନାବାଳିକାର ବିବାହ କରାଇବାର ଉଦ୍ୟମ କରାଯାଇଥିଲା । ଏହି ପ୍ରକାରର ବେଆଇନ ବାହାଘରକୁ ପଣ୍ଡ କରାଇଦେଇଛନ୍ତି ମୟୂରଭଞ୍ଜ ଜିଲ୍ଲାପ୍ରଶାସନ । ଘଟଣାଟି ଘଟିଛି ମୟୂରଭଞ୍ଜ ଜିଲ୍ଲା ଶାମାଖୁଣ୍ଟା ବ୍ଲକ ଅଧୀନରେ ଥିବା ବାହାଦୂରପୁର ଗ୍ରାମରେ । ଖବରପାଇ ବାରିପଦା ସଦର ଥାନା ଆଇଆଇସି ପ୍ରେମଦା ନାୟକ ବିବାହ ମଣ୍ଡପରେ ପହଁଞ୍ଚି ଚାଇଲଡ଼ ଲାଇନକୁ ସୂଚନା ଦେବା ପରେ ସିଡ଼ିପିଓ, ବାହାଦୂରପୁର ଗ୍ରାମର ୱାଡର଼୍ ମେମ୍ବର, ପାଇକବସା ଗ୍ରାମପଞ୍ଚାୟତର ସରପଞ୍ଚ, ଅଞ୍ନବାଡ଼ି ଓ ଆଶାଦିଦି, ଚାଇଲଡ଼ ଲାଇନର କର୍ମକର୍ତ୍ତା ପ୍ରମୁଖ ପହଁଞ୍ଚି ଉକ୍ତ ବେଆଇନ ବିବାହକୁ ବନ୍ଦ କରାଇବା ସଂଗେସଂଗେ ଉଭୟ ନାବାଳକ ଓ ନାବାଳିକାର ପରିବାର ଓ ସମ୍ପର୍କୀୟମାନଙ୍କ ସହିତ କାଉନସେଲିଂ କରି ସେମାନେ ସାବାଳକ ନ ହେବା ପର୍ଯ୍ୟନ୍ତ ବିବାହ ନ କରାଇବାକୁ ପରାମର୍ଶ ଦେଇଥିଲେ । ଏହାପରେ ଉଭୟ ପକ୍ଷ ପୁଅ ଓ ଝିଅଙ୍କର ଆଇନ ଅନୁସାରେ ବିବାହ ବୟସ ନ ହେବା ପର୍ଯ୍ୟନ୍ତ ସେମାନଙ୍କୁ ବିବାହ କରାଇବେ ନାହିଁ ବୋଲି ଲିଖିତ ପ୍ରତିଶ୍ରୁତି ଦେଇଥିଲେ ।
ରାଜ୍ୟ
କରୋନା ମଉକାରେ ହେଉଥିଲା ନାବାଳକ-ନାବାଳିକା ବିବାହ ଉଦ୍ୟମ : ବନ୍ଦ କରାଇଲେ ପ୍ରଶାସନ
- Hits: 268