ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ବିଶ୍ବ ବ୍ୟାପି 'କରୋନା ' ର କରାଳ ପ୍ରକୋପରେ ସାରା ବିଶ୍ୱ ତଥା ଆମ ଦେଶରେ ହଇଚଇ ସୃଷ୍ଟି ହୋଇଛି । ଏହା ସହ 'କରୋନା ' ମୁକାବିଲା ପାଇଁ ଦେଶ ତଥା ରାଜ୍ୟବ୍ୟାପୀ 'ଲକ ଡାଉନ୍ ' ଜାରି ରହିଅଛି । ଏଭଳି ମହାମାରୀ ପରିସ୍ଥିତିରେ ବିଭିନ୍ନ ସ୍ବେଛାସେବୀ ସଂଗଠନ ମାନେ କରୋନା ଭୂତାଣୁ ର ସଚେତନତା ସହ ଅସହାୟ ଲୋକଙ୍କୁ ସାହାଯ୍ୟ କରୁଛନ୍ତି । ସେହି ଭଲି ଆଜି ବୀରମହାରାଜପୁର ବିଜେପି ପରିବାର ପକ୍ଷରୁ ବିନିକା ଓ ସୁବଳୟା ଅଞ୍ଚଳରେ 'କରୋନା ' ଭୂତାଣୁ ଉପରେ ସଚେତନତା କରାଇଥିଲେ । ସମସ୍ତ ଜନସାଧାରଣ ଙ୍କୁ ମାସ୍କ ପ୍ରଦାନ କରିଥିବା ବେଳେ ଅସହାୟ ଲୋକଙ୍କୁ ଶୁଖିଲା ରନ୍ଧା ଖାଦ୍ୟ ବଣ୍ଟନ କରିଥିଲେ । ଏହି ସଚେତନତା କାର୍ଯ୍ୟକ୍ରମରେ ବିଜେପି ଜିଲା ଉପସଭାପତି ସତ୍ୟବ୍ରତ ମିଶ୍ର, ଏକଲବ୍ୟ ବେହେରା, ବେଣୁଧର ଦାସ, ରମେଶ ପଣ୍ଡା, ବିଶ୍ବମ୍ବର ମିଶ୍ର, ମହେନ୍ଦ୍ର ମହାନନ୍ଦ , ସୁଦାମ ମେହର, ଡମ୍ବରୁଧର ମେହେର, ରାଜେଶ ସେଠୀ ଓ ଶରତ ମିଶ୍ର ପ୍ରମୁଖ ସାମିଲ ହୋଇଥିଲେ ।
ରାଜ୍ୟ
"କରୋନା "ମୁକାବିଲା ପାଇଁ ବୀରମହାରାଜପୁର ବିଜେପି ପକ୍ଷରୁ ମାସ୍କ ଓ ଶୁଖିଲା ରନ୍ଧା ଖାଦ୍ୟ ବଣ୍ଟନ ।
- Hits: 828