ଜଷ୍ଟିସ ମହମ୍ମଦ ରଫିକ ଓଡିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର (ଶାସକ ପ୍ରଶାସକ)  ଜଷ୍ଟିସ ମହମ୍ମଦ ରଫିକ ଓଡିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ହେବେ |  ମେଘାଳୟ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ ରଫିକଙ୍କୁ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ବଦଳି କରାଯାଇଛି | ସୁପ୍ରିମକୋର୍ଟର କଲେଜିୟମ ୧୮ ଏପ୍ରିଲରେ ଜଷ୍ଟିସ ରଫିକଙ୍କ ବଦଳିକୁ ମଂଜୁରୀ  ପ୍ରଦାନ କରିଛନ୍ତି |  ୨୫ ମେ, ୧୯୬୦ରେ ରାଜସ୍ଥାନର ସୁଜନଗଡ ଠାରେ ଜନ୍ମିତ ଜଷ୍ଟିସ ମହମ୍ମଦ ରଫିକ ରାଜସ୍ଥାନ ବିଶ୍ୱବିଦ୍ୟାଳୟରୁ ତାଙ୍କ ଶିକ୍ଷା ସମାପ୍ତ କରିଥିଲେ | ପରେ ସେ ରାଜସ୍ଥାନ ହାଇକୋର୍ଟର ବିଚାରପତି ଭାବେ କାର୍ଯ୍ୟ କରିବା ସହ ଦୁଇ ଦୁଇ ଥର ରାଜସ୍ଥାନ ହାଇକୋର୍ଟର କାର୍ଯ୍ୟଵାହୀ ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି |

0
0
0
s2sdefault