ପତ୍ନୀଙ୍କୁ ଦେଉଥିଲେ ନିର୍ଯାତନା : ନାମ ନେଲେ ଯନ୍ତ୍ରୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଜେଲ୍ ଗଲେ ନାକ୍ଟିଦେଉଳ ବ୍ଲକର କନିଷ୍ଠ ଯନ୍ତ୍ରୀ

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ବାରମ୍ବାର ନିଜ ପତ୍ନୀଙ୍କୁ ନିର୍ଯାତନା ଦେଉଥିବା କନିଷ୍ଠ ଯନ୍ତ୍ରୀ ଗିରଫ ହେବା ଘଟଣା ଏବେ ନାକ୍ଟିଦେଉଳ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।
 ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକର କନିଷ୍ଠ ଯନ୍ତ୍ରୀ ଭାବରେ କାର୍ଯ୍ୟରତ ବିଭୁ ପ୍ରସାଦ ବେହେରା  ଗତକାଲି ରାତିରେ ନିଜର ପତ୍ନୀ ରଶ୍ମୀମୟୀ କାଣ୍ଡିଙ୍କୁ ବାପଘରୁ ୫୦ ଲକ୍ଷ ଟଙ୍କା ଆଣିବାକୁ କହିଥିଲେ । ଟଙ୍କା ପାଇଁ ରାତିରେ ତାଙ୍କ ସ୍ତ୍ରୀଙ୍କୁ ନିର୍ଯ୍ୟାତନା ଦେବା ସହ ବହୁତ ମାଡ ମାରିଥିଲେ ଯନ୍ତ୍ରୀ ମହାଶୟ। ଏପରିକି ମାରିଦେବାକୁ ଧମକ ମଧ୍ୟ ଦେଇଥିବାର ରେଢାଖୋଲ ଥାନାରେ ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି । ରାତିରେ  ବେଲଟ୍ ରେ ସ୍ତ୍ରୀ ଙ୍କୁ ବହୁତ ମାରି ଥିଲେ ଯା ଫଳରେ ତାଙ୍କ ପତ୍ନୀ ଗୁରୁତର ହୋଇ ରେଢାଖୋଲ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ । ଟିକିଏ ଭଲ ହେବା ପରେ ରେଢାଖୋଲ ଥାନାକୁ ଯାଇ ସ୍ୱାମୀ ଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ କରିଥିଲେ ।
ଅଭିଯୋଗ ଆଧାରରେ କନିଷ୍ଠ ଯନ୍ତ୍ରୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ରେଢାଖୋଲ ଥାନାର କେସ୍ ନଂ ୬୬/୨୦ ଓ ଦଫା ୪୯୮(ଏ) ୩୦୭,୫୦୬ ସେକସନ୍‌(୪) ରେ ମାମଲା ରୁଜୁ କରାଯାଇଛିା ଜାମିନ୍ ନାମଂଜୁର ହେବାରୁ ଜେଲ୍ ହାଜତକୁ ପଠାଇଦିଆଯାଇଛି। ଜଣେ ଶିକ୍ଷିତ କନିଷ୍ଠଯନ୍ତ୍ରୀ ହୋଇ ଯୌତୁକ ବାବଦରେ ନିଜ ପତ୍ନୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ହାସ୍ୟାସ୍ପଦର କଥା । ଗିରଫ ଯନ୍ତ୍ରୀଙ୍କ ଘର କେନ୍ଦ୍ରାପଡା ଜିଲ୍ଲାରେ ହୋଇଥିବାବେଳେ ୫ବର୍ଷ ତଳେ ତାଙ୍କର ବିବାହ ହୋଇଥିଲା । ଦୁହିଁଙ୍କର ୪ବର୍ଷର ଛୋଟ ପୁଅଟିଏ ରହିଥିବାର ଜଣାପଡିଛି ।  ବଡ ଘର ବଡଗୁମର କଥା ଭାବେ ଏହି ଘଟଣାଟି ନାକ୍ଟିଦେଉଳ ଅଞ୍ଚଳରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି ।

0
0
0
s2sdefault