ମାନ୍ୟବର ସରକାର , କୋଭିଡ଼-୧୯ ମହିଳା ଯୋଦ୍ଧାଙ୍କୁ ଏମିତି ସମ୍ମାନ ?????(see video)

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଧନ୍ୟ ଏ ସ୍ୱାସ୍ଥ୍ୟକେନ୍ଦ୍ର, ଧନ୍ୟ ଏ ପୋଲିସ : ଅମଣିଷପଣିଆର ଗୋଟେ ସୀମା ବି ଅଛି !!!

 ଘୁ.ଉଦୟଗିରି/ ଗଗନ ପ୍ରଧାନ : ସରକାରୀ ଚିଠି ମିଳିଲା, କୋଭିଡ଼-୧୯ ଲାଵ ଟେକ୍ନିସିଆନ ଭାବରେ ଚାକିରୀ ଯୋଗଦେଲେ I ହେଲେ ଟେକନିସିଆନ ଜଣକ ଜଣେ ଯୁବତୀ ହେଲେ ବି  ରାତିଟିଏ ରହିବା ପାଇଁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜାଗାଟିଏ ମିଳିଲା ନାହିଁ I
କନ୍ଧମାଳ ଜିଲ୍ଲା ଘୁଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏପରି ଘଟଣା ଘଟିଛି I ଅଭିଯୋଗ ଅନୁସାରେ ବିଷ୍ଣୁପ୍ରିୟା ପ୍ରଧାନ ଦାରିଙ୍ଗବାଡି ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ୨୦ ଦିନ କାର୍ଯ୍ୟ କରିବା ପରେ କୋଭିଡ଼-୧୯ ଲାଵ ଟେକ୍ନିସିଅନ ଭାବରେ ନିଯୁକ୍ତି ଚିଠି ପାଇ ଶୁକ୍ରବାର ଦିନ ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଯୋଗ ଦେଇଥିଲେ I ହେଲେ ରାତିଟା ରହିବା ପାଇଁ ତାଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଅନୁମତି ଦେଇ ନ ଥିଲେ I  ଯୁବତୀ ଜଣକ ବହୁତ କାକୁତି ମିନତି ହୋଇ ରହିବା ପାଇଁ ଜାଗା ଦେବା ପାଇଁ ଅନୁରୋଧ କରିଥିଲେ I ହେଲେ କୌଣସି ପ୍ରକାର ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସହଯୋଗ କରାଗଲା ନାହିଁ I ଶେଷରେ ଯୁବତୀ ଜଣକ ସହର ମଧ୍ୟ କୁ ଆସି ଜଣେ ସାଙ୍ଗଙ୍କ ଘରେ ରହିବା ପାଇଁ ବନ୍ଦବସ୍ତ କରିଥିଲେ I ସାଙ୍ଗ ମଧ୍ୟ ବହୁ ଅନୁରୋଧ ପରେ ରହିବା ପାଇଁ ଅନୁମତି ଦେଇ ଥିଲେ I ରାତିଟା ବିଷ୍ଣୁପ୍ରିୟା ସାଙ୍ଗଙ୍କ ଘରେ ରହି ଥିଲେ I କୋବିଡ଼-୧୯ କର୍ମଚାରୀ ବୋଲି ଜାଣିବା ପରେ ଆଖପାଖ ଲୋକ ରହିବାକୁ ସୁଯୋଗ ଦେଇ ନ ଥିଲେ ବୋଲି ଯୁବତୀ ଜଣକ ପ୍ରକାଶ କରିଛନ୍ତି I ଯୁବତୀ ଜଣକ ନିରୁପାୟ ହୋଇ ଶନିବାର ସକାଳେ ଘୁ. ଉଦୟଗିରି ସ୍ଥିତ ବନ୍ଧଛକକୁ ଚାଲି ଆସି ଏକ ଦୋକାନ ବାରଣ୍ଡାରେ ବସି କାନ୍ଦୁଥିବାର ଦେଖା ଦେଇ ଥିଲା I ଖବର ପାଇ ଗଣମାଧ୍ୟମ ପ୍ରତିନିଧିମାନେ ସେଠାରେ ପହଞ୍ଚି ସ୍ୱାସ୍ଥ୍ୟ କେନ୍ଦ୍ର ଇନଚାର୍ଜ ଏବଂ ଦାରିଙ୍ଗବାଡି ଗୋଷ୍ଠିଉନ୍ନୟନ ଅଧିକାରିଙ୍କୁ ଯୋଗାଯୋଗ କରିଥିଲେ I ଗଣମାଧ୍ୟମ ପ୍ରତିନିଧିଙ୍କ ଅନୁରୋଧ ସତ୍ତ୍ୱେ  ମଧ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରର ଇନଚାର୍ଜ ରାଜି ହୋଇନଥିଲେ I ଗଣମାଧ୍ୟମ ପ୍ରତିନିଧିଙ୍କୁ ଅନେକ ଗୁଳିଗପ ଏବଂ ଭିତ୍ତିହୀନ  ମନ୍ତବ୍ୟ ଦେଇ ଥିଲେ I ଏହା ପରେ ସ୍ଥାନୀୟ ପୁଲିସକୁ ଖବର ଦିଆ ଯାଇଥିଲା I ସ୍ଥାନୀୟ ପୁଲିସ ଆସିଲେ ପିସିଆର ଭ୍ୟାନରେ ବସେଇଲେ ପୁଣି ଓଲ୍ହାଇ ଦେଇ ଚାଲିଗଲେ I ଯୁବତୀଙ୍କୁ ସହଯୋଗ ମିଳିଲା ନାହିଁ I ଶେଷରେ ଦାରିଙ୍ଗବାଡ଼ି ଆଡିସନାଲ ବିଡିଓଙ୍କୁ ଯୋଗାଯୋଗ କରା ଯାଇଥିଲା I ଶେଷରେ ଦାରିଙ୍ଗବାଡି ଏବିଡିଓ ଯୁବତୀଙ୍କ ନିଜ ଗାଁକୁ ଫେରି ଯିବାର ବ୍ୟବସ୍ଥା କରିବା ପାଇଁ ସହମତି ପ୍ରକାଶ କରିଥିଲେ I ଏହି ଠାରେ ପ୍ରଶ୍ନ ଉଠେ ଯୁବତୀ ଜଣକ କିପରି ଓ କାହିଁକି ଦାରିଙ୍ଗବାଡିରୁ ଆସିଲେ ? ଘୁ. ଉଦୟଗିରି ଗୋଷ୍ଠୀ ସ୍ୱସ୍ଥ୍ୟ କେନ୍ଦ୍ରରେ ଲାଵ ଟେକ୍ନିସିଅନ ସରକାରି ନିର୍ଦ୍ଦେଶ ଥିଲା କି ? ଯଦି ସରକାରୀ ନିର୍ଦ୍ଦେଶ ଥିଲା ଘୁ.ଉଦୟଗିରି ସ୍ୱସ୍ଥ୍ୟ କେନ୍ଦ୍ରରେ ଜଏନ କରି ରହିବା ସକାଶେ ନିଜେ ବ୍ୟବସ୍ଥା କରିବା ପାଇଁ ସରକାରୀ ଅଧିକାରୀଙ୍କ ସୂଚନା ଥିଲା କି ? ଲକ ଡାଉନ ସକାଶେ ଯାନବାହନ ବନ୍ଦ ରହିବା ସକାଶେ ସରକାର ମହିଳା ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି, ଘୁ.ଉଦୟଗିରି ସ୍ୱାସ୍ଥ୍ୟ କେନ୍ଦ୍ରର ଇନଚାର୍ଜ ମହିଳା କର୍ମଚାରୀଙ୍କ ପ୍ରତି ଏପରି ଅମାନବିକ ବ୍ୟବହାର କଲେ କାହିଁକି ? ଯଦି ମହିଳା କର୍ମଚାରିଙ୍କ ରହିବାର ସରକାରୀ ବନ୍ଦବାସ୍ତ ନାହିଁ ଆଗରୁ ଜଣାଇବାର ଥିଲା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି I

 

0
0
0
s2sdefault