ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ୧୪୦ ଦୋକାନୀଙ୍କୁ ସହାୟତା ରାଶି ପ୍ରଦାନ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର-କରୋନାକୁ ଦଯନ ପାଇଁ ତାଳାବନ୍ଦ ଏକମାତ୍ର ଉପାୟ । ତାଳାବନ୍ଦ ଯୋଗୁଁ ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ରାସ୍ତା କଡରେ ଯେଉଁମାନେ ଦୋକାନ କରି ନିତିଦିନ ରୋଜଗାର କରି ଚଳୁଥିଲେ ତାଙ୍କ ବ୍ୟବସାୟ ବନ୍ଦ ରହିଛି । ଓଡ଼ିଶା ସରକାର ସେହି ଦୋକାନୀ ମାନଙ୍କୁ ସହାୟତା ରାଶି ଦେବାପାଇଁ ଘୋଷଣା କରିଥିଲେ । ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧିନସ୍ଥ ୧୪୦ ଜଣ ପଂଜିକୄତ ଦୋକାନକୁ ସହାୟତା ପ୍ରଦାନ କରାଯାଇଛି।  ମାନ୍ୟବର ପଦ୍ମପୁର ବିଧାୟକ ବିଜୟ ରଂଜନ ସିଂ ବରିହା ପ୍ରତ୍ୟେକ ଦୋକାନଙ୍କୁ ୩୦୦୦ ଟଙ୍କାର  ଚେକ ପ୍ରଦାନ କରିଛନ୍ତି । ଏହି ଚେକ ପ୍ରଦାନ ସମୟରେ ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୟନ୍ତ କୁମାର ସାହୁ,ଆକାଉଟାଣ୍ଟ ସୌମ୍ୟବଲ୍ଲଭ ମହାପାତ୍ର,ଗୋଷ୍ଠୀ ସଂଯୋଜିକା ଚିତ୍ରୋତ୍ପଳା ମେହେର ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault