ବୁଟୁଖମନ ରିଜର୍ଭ  ଜଙ୍ଗଲରୁ ଅବାଧରେ ଚାଲିଛି ମୂଲ୍ୟବାନ କାଠ ଚୋରାଚାଲାଣ:  ଟ୍ରାକ୍ଟର ଜବତ : ଡାଇଭର ଫେରାର 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବନାଞ୍ଚଳ ଅନ୍ତର୍ଗତ ବୁଟୁଖମନ ସଂରକ୍ଷିତ ଜଙ୍ଗଲରେ ରାତି ୧୦ଟା ସମୟରେ ବନବିଭାଗ ଓ ସ୍କ୍ୱାଡ଼ କର୍ମଚାରୀମାନଙ୍କ ପକ୍ଷରୁ ପାଟ୍ରୋଲିଂ କରିବା ସମୟରେ ଏକ କାଠ ବୋଝେଇ ଟ୍ରାକ୍ଟରକୁ ଜବତ କରିଥିଲେ । ଉକ୍ତ ଟ୍ରାକ୍ଟରଟି ନମ୍ବର ବିହିନ ଥିବାବେଳେ ଏଥିରେ ପ୍ରାୟ ୧୦ କୁଇଣ୍ଟାଲ ଶୁଖିଲା କାଠ ତଥା ୧୦ ଫୁଟ ଲମ୍ବ ର ୧ ଇଞ୍ଚ ଗୋଲାଇ ବିଶିଷ୍ଟ ୧୫ ଟି ବଲି କାଠ ବୋଝେଇ ହୋଇଥିଲା । ଉକ୍ତ ଟ୍ରାକ୍ଟର ଟି ସ୍ଥାନୀୟ ସଂଗ୍ରାମପୁର ର ହୋଇଥିବା ବେଳେ ଡାଇଭର ଜଣକ ଫେରାଇ ଥିବା ବିଶେଷ ସୁତ୍ରରୁ ଜଣାପଡିଛି । ବନବିଭାଗ ଉକ୍ତ ଟ୍ରାକ୍ଟରକୁ ଜବତ କରି ସ୍ଥାନୀୟ ସୁବଳୟା ରେଞ୍ଜ ଅଫିସକୁ ଆଣିଥିବା ବେଳେ ବିଭାଗ ପକ୍ଷରୁ ଏକ ୟୁଡି ମାମଲା ରୁଜୁ କରାଯାଇଛି । ବୀରମହାରାଜପୁର ବନାଞ୍ଚଳ ଅଧିକାରୀ ଅବିନାଶ ବରିହାଙ୍କ ନେତୃତ୍ଵରେ ବନପାଲ ସୁନିଲ ତରିଆ, ବନରକ୍ଷି ପ୍ରବୀଣ କୁମାର ରଥ, ରାମ ଶଙ୍କର ମେହେର ,ଓ ସ୍କାର୍ଡ଼ ଦଲ ଉକ୍ତ ପାଟ୍ରୋଲିଂ ସାମିଲ ଥିଲେ ।

0
0
0
s2sdefault