ହେଡଲାଇନସ୍:

ବାଡ଼ି ନୃସିଂହଙ୍କ ପରେ ନଗ୍ର ଭ୍ରମଣ କଲେ ମହାପ୍ରଭୁ ସୁଦର୍ଶନ :ପ୍ରଚଣ୍ଡ ବିଶ୍ୱାସ , ମହାମାରୀ କରୋନାରୁ ଦେବେ ମୁକ୍ତି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ବାରିପଦା(ଦିଲ୍ଲୀପ ମହାନ୍ତି) : ଅଦୃଶ୍ୟ ଶତ୍ରୁ ମହାମାରୀ କରୋନାକୁ ପରାସ୍ତ କରିବା ପାଇଁ ଏଯାଏଁ ବାହାରିନି ଅସ୍ତ୍ର। କିଛି ଦିନ ତଳେ ଅଦୃଶ୍ୟ ମହାମାରୀକୁ ପ୍ରତିହତ କରିବା ପାଇଁ ଶ୍ରୀକ୍ଷେତ୍ର ପୁରୀରେ ବାଡ଼ି ନୃସିଂହଙ୍କ ନଗ୍ର ଭ୍ରମଣ କରିଥିବା ବେଳେ   ଏହି ମହାମାରୀ କବଳରୁ ଜନସାଧାରଣଙ୍କୁ ସୁରକ୍ଷା ଦେବା ନିମନ୍ତେ ଦ୍ଵିତୀୟ ଶ୍ରୀକ୍ଷେତ୍ର ଭାବେ ଖ୍ୟାତିଲାଭ କରିଥିବା ଶ୍ରୀଶ୍ରୀ ହରିବଳଦେବ ଜୀଉ ବିଜେ ବାରିପଦା ମନ୍ଦିରରେ ମହାପ୍ରଭୁ ସୁଦର୍ଶନ  ନଗର ପରିଭ୍ରମଣରେ ବାହାରି ଥିଲେ ।

 ପୂର୍ବକାଳରୁ ପ୍ରଚଳିତ ପରମ୍ପରାଅନୁଯାୟୀ ମହାମାରୀ ସମୟରେ  ସୁଦର୍ଶନ ମହାପ୍ରଭୂ ମନ୍ଦିରରୁ ନଗର ଭ୍ରମଣରେ ବାହାରି ରାଜବାଟୀ ସମ୍ମୁଖ ପହଞ୍ଚିବା ପରେ ବିଶ୍ୱବାସୀଙ୍କୁ ମହାମାରୀରୁ ଉଦ୍ଧାର କରାଇବା ନିମନ୍ତେ ବଡଦାଣ୍ଡ ଉପରେ ସ୍ବତନ୍ତ୍ର ପୂଜାର୍ଚ୍ଚନା ବିଧି ବ୍ୟବସ୍ଥା ମଧ୍ୟରେ କରାଯାଇଥାଏ । ତଦନୁଯାୟୀ ବାରିପଦା ଦେବୋତ୍ତର ବିଭାଗର ସହଯୋଗରେ ମହାପ୍ରଭୁଙ୍କ ସେବାୟତମାନେ ବର୍ତ୍ତମାନ ସମୟରେ ସାରା ବିଶ୍ବକୁ  କରୋନା ପ୍ରକୋପରୁ ରକ୍ଷା କରିବା ସହିତ ଜଗତର

କଲ୍ୟାଣ ଉଦ୍ଦେଶ୍ୟରେ  ମହାପ୍ରଭୁ ସୁଦର୍ଶନଙ୍କୁ  ନଗରଭ୍ରମଣରେ ନେଇ ଯାଇଥିଲେ ଏବଂ ବଡଦାଣ୍ଡର ରାଜବାଟୀ (ଵର୍ତମାନର ଏମପିସି ସରକାରୀ କନିଷ୍ଠ ମହାବିଦ୍ୟାଳୟ) ସମ୍ମୁଖ ମହାପ୍ରଭୁ ସୁଦର୍ଶନଙ୍କର ସ୍ୱତନ୍ତ୍ର ବିଧି ବ୍ୟବସ୍ଥା ମାଧ୍ୟମରେ ପୂଜାର୍ଚ୍ଚନା କରାଯିବା ପରେ ମହାପ୍ରଭୁ ମନ୍ଦିରକୁ ବିଜେ ହୋଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀଶ୍ରୀ ହରିବଳଦେବଜୀଉ ମହାପ୍ରଭୂଙ୍କ ମୁଖ୍ୟ ସେବାୟତ ଅରୁଣ କୁମାର ମିଶ୍ର, ପରିଚ୍ଛା ଦୁର୍ଗାଚରଣ ଜିତ ବାବୁ, ପ୍ରଦୀପ କୁମାର ପଣ୍ଡା, ଦେବକାନ୍ତ ପଣ୍ଡା, କାମେଶ୍ବର ତ୍ରିପାଠୀ, ରଥ ମହାପାତ୍ର ମୃତ୍ୟୁଞ୍ଜୟ ମହାରଣା ପ୍ରମୁଖଙ୍କ ସମେତ ଡେପୁଟୀ କଲେକ୍ଟର ବିଶ୍ବରଞ୍ଜନ ମହାନ୍ତି, ଦେବୋତ୍ତର ବିଭାଗର କର୍ମଚାରୀ ସମୀର ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ ।  ଏହି ସମୟରେ ଲକ ଡାଉନର ମାର୍ଗଦର୍ଶୀକାକୁ କଡାକଡି ଭାବେ ପାଳନ କରାଯାଇଥିଲା । ସାମାଜିଜ ଦୂରତ୍ୱ ରକ୍ଷା ନିମନ୍ତେ ପୁଲିସ ପକ୍ଷରୁ ସତର୍କ ଦୃଷ୍ଟି ଦିଆଯାଇଥିଲା ।

0
0
0
s2sdefault