ଭୁବନେଶ୍ୱର(ଶାସକ ପ୍ରଶାସକ):ସମଗ୍ର ବିଶ୍ୱ କରୋନା ବିପତ୍ତିରେ ସନ୍ତୁଳି ହେଉଥିବା ବେଳେ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଓଡିଶା ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଆସୁଛି | ଅନ୍ୟପକ୍ଷରେ କରୋନା ପରିପ୍ରେକ୍ଷୀରେ ଲକ ଡାଉନବେଳେ ଯେମିତି କୌଣସି ବର୍ଗର ଲୋକଙ୍କ ଅସୁବିଧା ନହୁଏ ସେଥିପ୍ରତି ବିଭିନ୍ନ ବ୍ୟବସ୍ଥା ହାତକୁ ନେବା ସହ ଏଥିନେଇ ଯତ୍ନବାନ ରହିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି | ଏହାସହିତ ଯେପରି କୌଣସି ଗୋଟିଏ ବି ବ୍ୟକ୍ତି ଅସୁବିଧାରେ ନରହୁ, ଯେପରି ରାଜ୍ୟରେ କୋୖଣସି ବି ବ୍ୟକ୍ତି ଭୋକିଲା ନରହୁ ଓ କୌଣସି ରୋଗୀ ରକ୍ତ ଅଭାବର ସମ୍ମୁଖିନ ନହେଉ ତାହା ନିଶ୍ଚିତ କରିବା ନିମିତ୍ତ ନିଜ ଅଞ୍ଚଳର ଦାୟିତ୍ୱ ନିଜେ ନିଅନ୍ତୁ ବୋଲି ବିଜୁ ଜନତା ଦଳର ନେତା ଓ କର୍ମୀମାନଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି | ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଏହି ସମୟଚିତ ପରାମର୍ଶକୁ ଆହ୍ୱାନ ଭାବେ ଗ୍ରହଣ କରି ଲୋକଙ୍କ ହିତରେ କାର୍ଯ୍ୟ କରିବା ପାଇଁ ବିଜେଡି ଯୁବ ସଭାପତି ଅମରେଶ ପତ୍ରୀ ଯୁବ ବିଜେଡିର ସମସ୍ତ ସଦସ୍ୟଙ୍କୁ ଅନୁରୋଧ କରିଥିବା ବେଳେ ରାଜ୍ୟ ବ୍ୟାପି ଅନେକ ଯୁବନେତା ଏଥିରେ ସାମିଲ ହୋଇ ନିଜ ଅଞ୍ଚଳରେ ଗରିବ ଓ ଅସହାୟ ମାନଙ୍କୁ ଖାଦ୍ୟ ଯୋଗାଇବା ସହ ରକ୍ତଦାନ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି। ଯୁବ ବିଜେଡିର ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ରାଜ୍ୟବ୍ୟାପୀ ଏକ ସାମାଜିକ ଅଭିଯାନରେ ପରିଣତ ହୋଇଛି । ଏହି ପରିପ୍ରେକ୍ଷୀରେ ଆଜି ଭୁବନେଶ୍ୱରର ବିଭିନ୍ନ ବସ୍ତି ଅଞ୍ଚଳରେ ବିଜେଡି ରାଜ୍ୟ ଯୁବ ସଭାପତି ଅମରେଶ ପତ୍ରୀ ଙ୍କର ପ୍ରତକ୍ଷ ତତ୍ୱାବଧାନ ଗରିବ ଓ ଅସହାୟ ମାନଙ୍କୁ ସାମାଜିକ ଦୂରତ୍ୱ ବଜାୟ ରଖି ରାସନ ସାମଗ୍ରୀ ଓ ପନିପରିବା ଲୋକଙ୍କୁ ବଣ୍ଟନ କରାଯାଇଛି । କରୋନା ମହାମାରୀ ରେ ଜନସାଧାରଣ କିପରି ସଚେତନ ରହିବେ ସେ ବିଷୟରେ ମଧ୍ୟ ଜନସାଧାରଣଙ୍କୁ ଅବଗତ କରାଯାଇଛି। ସାମାଜିକ ଦୂରତ୍ୱ ରଖି, ଘର ଭିତରେ ରହି ବା ଅନାବଶ୍ୟକ ଘର ବାହାରକୁ ନବାହାରିବା ତଥା ବାହାରକୁ ବାହାରିଲେ ମୁହଁରେ ମାସ୍କ ଦେଇ ବା ମୁହଁକୁ ଘୋଡାଇ ଯିବା ଭଳି ସତର୍କତା ପଦକ୍ଷେପ ଅନୁସରଣ କଲେ ଆମେ କରୋନା ବିରୋଧୀ ଲଢେଇରେ ବିଜୟ ଲାଭ କରିବା ବୋଲି ଶ୍ରୀ ପତ୍ରୀ ଲୋକମାନଙ୍କୁ ବୁଝାଇଥିଲେ | ଏହି କାର୍ଯ୍ୟକ୍ରମରେ ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ଜେନା , ଧୃତି ରଞ୍ଜନ ମାର୍ଥl , ସମ୍ପାଦକ ଆଶିଷ ମିଶ୍ର , ପୃଥୀବିରାଜ ପଣ୍ଡା , ସାଙ୍ଗଠନିକ ସମ୍ପାଦକ ରଶ୍ମିରଞ୍ଜନ ଦାସ ପ୍ରମୂଖ ଉପସ୍ଥିତ ରହି ସହଯୋଗ କରିଥିଲେ।
ରାଜ୍ୟ
ଯୁବବିଜେଡି ରାଜ୍ୟଶାଖା ତରଫରୁ ଖାଦ୍ୟ ସାମଗ୍ରୀ ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମ।
- Hits: 625