ଷ୍ଟାଫ ସିଲେକସନ କମିଶନ ପକ୍ଷରୁ ପରିବର୍ତ୍ତିତ ପରୀକ୍ଷା ସୂଚୀ ମେ 3 ପରେ ଘୋଷଣା ହେବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

• ପିଏମ କେୟାର୍ସ ଫଣ୍ଡକୁ ଗୋଟିଏ ଦିଗର ବେତନ ଦାନ କରିବେ ଏସଏସସି ଅଧିକାରୀ ଓ କର୍ମଚାରୀ

ନୂଆଦିଲ୍ଲୀ (ଶାସକ ପ୍ରଶାସକ) : କରୋନା ମହାମାରୀ ସଂକ୍ରମଣ ଦ୍ୱାରା ସୃଷ୍ଟି ହୋଇଥିବା ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରିବା ପାଇଁ ଷ୍ଟାଫ ସିଲେକସନ କମିଶନ (SSC)ର ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି । ଲକଡାଉନ ସହିତ ସାମାଜିକ ଦୂରତ୍ୱ ରକ୍ଷା ଉପରେ ଗୁରୁତ୍ୱ ଦିଆଯାଉଥିବାରୁ ଏହି ସମୟରେ କମିଶନ ପକ୍ଷରୁ ପୂର୍ବ ନିର୍ଦ୍ଧାରିତ ମତେ ହେବାକୁ ଥିବା ସବୁ ପରୀକ୍ଷାର କାର୍ଯ୍ୟସୂଚୀ ଓ ତାରିଖକୁ ସମୀକ୍ଷା କରି ତାହାକୁ ପରିବର୍ତ୍ତନ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଗମନାଗମନ ଓ ଗୋଟିଏ ସ୍ଥାନରେ ଏକତ୍ର ହେବା ଉପରେ ଏବେ କଟକଣା ରହିଥିବାରୁ ଲକଡାଉନ କାଳରେ କୌଣସି ପରୀକ୍ଷା କରିବା ସମ୍ଭବ ନୁହେଁ । ତେଣୁ ଘୋଷିତ ପରୀକ୍ଷାର ତାରିଖ ସୂଚୀର ସମୀକ୍ଷା କରାଯାଇ ତାହାକୁ ବଦଳାଯିବ । ନୂଆ ପରୀକ୍ଷା ମେ 3 ପରେ ଘୋଷଣା କରାଯିବ ।

ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ସିଏଚସି (+2) ସ୍ତରର (ଟାୟାର-1) 2019ର ଅବଶିଷ୍ଟ ଦିନଗୁଡିକର ପରୀକ୍ଷା, ଜୁନିଅର ଇଂଜିନିୟର (ପେପର-1) ପରୀକ୍ଷା, 2019 ଷ୍ଟେନୋଗ୍ରାଫର ଗ୍ରେଡ ସି ପରୀକ୍ଷା ଓ 2018ର ହାୟରଗ୍ରେଡ ଲେଭଲ କମ୍ବାଇଣ୍ଡ ସ୍କିଲ ଟେଷ୍ଟ ପରୀକ୍ଷା ସଂକ୍ରାନ୍ତ ନୂଆ ତାରିଖ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ଶେଷରେ ମେ ମାସ 3 ପରେ ଘୋଷଣା କରାଯିବ ।

ଏସବୁ ପରୀକ୍ଷାର ନୂଆ ତାରିଖ ଓ କାର୍ଯ୍ୟସୂଚୀ କମିଶନ ୱେବ ସାଇଟ ତଥା ଆଞ୍ଚଳିକ/ଉପଆଞ୍ଚଳିକ ଅଫିସର ୱେବସାଇଟରେ ଜଣାଇ ଦିଆଯିବ । ଏହାଛଡା କମିଶନର ଯେଉଁ ବାର୍ଷିକ ପରୀକ୍ଷା କ୍ୟାଲେଣ୍ଡର ପ୍ରସ୍ତୁତ କରାଯାଇଛି ଏହି ଅପ୍ରତ୍ୟାଶିତ ପରିସ୍ଥିତି ଦୃଷ୍ଟିରୁ ସେଥିରେ ମଧ୍ୟ ପରିବର୍ତ୍ତନ କରାଯିବ ।

କରୋନା ମୁକାବିଲା ପାଇ କମିଶନର ଅଧିକାରୀ ଓ କର୍ମଚାରୀମାନେ ସେମାନଙ୍କର ଗୋଟିଏ ଦିନର ବେତନ ପ୍ରଧାନମନ୍ତ୍ରୀ ସହାୟତା ପାଣ୍ଠି ପିଏମ କେୟାର୍ସକୁ ଦେବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

0
0
0
s2sdefault