ଆଜିଠୁ ଖୋଲିଲା ବହି ଦୋକାନ: ଅଭିଭାବକ କହିଲେ "ଧନ୍ୟବାଦ ଜିଲ୍ଲାପାଳ ପବନ କଲ୍ୟାଣ"   

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

   ସୁନ୍ଦରଗଡ(ହୋରାଚାନ୍ଦ ଦେଉରିଆ)  ଲକଡାଉନ ଆଂଶିକ କୋହଳ କରିବା ପ୍ରକ୍ରିୟା ଅନ୍ତର୍ଗତ ଜିଲ୍ଲାରେ ଜିଲ୍ଲାର ବହିଦୋକାନ ଗୁଡିକ ଖୋଲିବା ପାଇଁ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ ଘୋଷଣା କରିଛନ୍ତି | ଜିଲ୍ଲାର ବହି ଦୋକାନ ଗୁଡିକ ସବୁଦିନ ସକାଳ ୭ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ  ଖୋଲିବ | ବହି ଦୋକାନୀ ମାନଙ୍କୁ ସାମାଜିକ ଦୂରତ୍ୱ ଗାଇଡ଼ ଲାଇନକୁ ମାନିବା ପାଇଁ କଡା ନିର୍ଦ୍ଦେଶ ଦିଆଯାଇଛି | ଯଦି ଏହାର ଉଲ୍ଲଙ୍ଘନ କରାଯିବ ତେବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ତାଗିଦ କରି ଦିଆଯାଇଛି | ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି  ଜିଲ୍ଲାପାଳଙ୍କ ଏହି ସମୟୋପଯୋଗୀ ପଦକ୍ଷେପକୁ ଅଭିଭାବକମାନଙ୍କ ପକ୍ଷରୁ ପ୍ରଶଂସା କରାଯାଇଛି | 

0
0
0
s2sdefault