ବଲାଙ୍ଗିର / ନିରୋଜ ମିଶ୍ର – ଟିଟିଲାଗଡ ରାଜରାସ୍ତାର ସୀତାରାମ ବିହାର ଲିମ୍ବଗଛରେ ରୁଷି ସାହୁ ନାମକ ବ୍ୟକ୍ତିଙ୍କ ମୃତ ଦେହ ଦେଖିବାକୁ ମିଳିଛି ପାରପାର୍ଶିକ ସ୍ଥିତିକୁ ଦେଖିବାକୁ ଗଲେ ତାହା ହତ୍ୟା ସନ୍ଧେହ ଦୃଢୀଭୂତ ହେଉଛି । ମିଳିଥିବା ସୂଚନା ଅନୁସାରେ ମୃତବ୍ୟକ୍ତି କୁଡାସିହ୍ନା ଗ୍ରାମର ବୋଲି ଜଣା ପଡିଛି ତାଙ୍କର ଦୁଇପୁଅ ଓ ସ୍ତ୍ରୀ ଘରେ ଥିବା କଥା ଜଣା ପଡିଛି ଓ ସେ ବଲାଙ୍ଗିର ମୁନସିପାଲଟିରେ ଅସ୍ଥାଇ ଭାବରେ ଗାଡିଚାଳକ ହିସାବରେ କାମକରୁଥିଲେ । ସେ ବଲାଙ୍ଗିରର ଇଚ୍ଛାପଡା ଠାରେ ଘରଭଡା କରି ରହୁଥିଲେ ତାଙ୍କ ଘରଲୋକଙ୍କ କହିବା ମୁତାବକ ରାତି ୮-୯ ଟା ସମୟରେ ଘରୁ ବାହାରିଥିଲେ । ଏହି ଲକଡାଉନ ସମୟରେ ପାରିବାରିକ ହିଂସା ବହୁତ ବଢି ଯାଇଥବା ଅଭିଯୋଗ ହେଉଛି । ବଲାଙ୍ଗିର ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ଶବକୁ ବ୍ୟବଚ୍ଛେଦ କରିବାପାଇଁ ପଠାଇ ଦେଇଛନ୍ତି ଓ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ପ୍ରକୃତ ଘଟଣା ବିଷୟରେ ଜଣାପଡିବା ଓ ଅଧିକ ତଦନ୍ତ ହେଉଛି ବୋଲି ପ୍ରକାଶ କରିଛନ୍ତି ।
ରାଜ୍ୟ
ଲିମ୍ବଗଛରେ ଆତ୍ମହତ୍ୟା କଲେ ମୁନିସିପାଲିଟି ଡ୍ରାଇଭର ରୁଷି
- Hits: 622