ମୁଖ୍ୟମନ୍ତ୍ରୀଙ୍କୁ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପ୍ରସ୍ତାବ : ଖାଦ୍ୟ ସୁରକ୍ଷା ଆଇନରୁ ବଂଚିତ  ପରିବାରକୁ ୨୫ କେଜି ଚାଉଲ ଦିଅ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆପଡ଼ା(ଅମିତ ପୁରୋହିତ) : ମହାମାରି କରୋନା ସଂକ୍ରମଣ ରୋକିବା ପାଇଁ ସରକାର ଲକ୍ ଡାଉନ ଘୋଷଣା କରିଛନ୍ତି । ଏହି ସମୟରେ ରାଶନ କାର୍ଡ ଧାରୀ ହିତାଧିକାରୀଙ୍କୁ ଏକକାଲିନ ୩ ମାସର ଚାଉଲ ଓ ମାସିକ ୧ ହଜାର ଟଙ୍କା ପ୍ରଦାନ କରୁଛନ୍ତି । ଖାଦ୍ୟ ସୁରକ୍ଷା ଆଇନରୁ ବାଦ୍ ପଡିଥିବା ପ୍ରକୃତ ଗରିବ, ଅସହାୟ, ନିରାଶ୍ରୟ ପରିବାର ରାଶନ ଓ ଅନ୍ୟାନ୍ୟ ସହାୟତା ପାଇବାରୁ ବଂଚିତ ହେଉଛନ୍ତି । ଏହି ଗରିବ, ଅସହାୟ, ନିରାଶ୍ରୟ ପରିବାରକୁ ମାସିକ ୨୫ କେଜି ଚାଉଲ ଯୋଗାଇ ଦେବାକୁ ନୂଆପଡ଼ା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରାଜେନ୍ଦ୍ର ଢୋଲକିଆ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକଙ୍କୁ ପ୍ରସ୍ତାବ ଦେଇଛନ୍ତି ।  

      ରାଜ୍ୟ ସରକାର କରୋନା ମୁକାବିଲା ପାଇଁ ଅନେକ ଯୋଜନା ପ୍ରଣୟନ କରି ବ୍ୟାପକ ପଦକ୍ଷେପ ହାତକୁ ନେଇଛନ୍ତି । ରାଜ୍ୟ ସରକାରଙ୍କ ନିଦେ୍ର୍ଧଷ କ୍ରମେ ଜିଲ୍ଲା ପ୍ରଶାସନ ଜିଲ୍ଲାର ୫ଟି ବ୍ଲକର ୧୩୧ ଟି ପଞ୍ଚାୟତ ଓ ୩ଟି ଏନଏସିରେ ୧ ଲକ୍ଷ ୬୭ ହଜାର ୩୦୫ ହିତାଧିକାରୀଙ୍କୁ ଏକା ଥରେ ୩ ମାସର ଚାଉଲ ପ୍ରଦାନ କରୁଛନ୍ତି । ସେଥିରୁ ୧ ଲକ୍ଷ ୩୭ ହଜାର ୬୮୪ ଜଣ ଗରିବ ସୀମାରେଖା ପରିବାର (ପିଏଚ୍ଏଚ୍)କାର୍ଡ, ୨୬ ହଜାର ୨୭୬ ଜଣ ଅନ୍ତୋଦୟ ଅର୍ଣ୍ଣ ଯୋଜନା(ଏଏୱାଇ) କାର୍ଡ, ୨୭୦୫ ଟି ରାଜ୍ୟ ଖାଦ୍ୟ ସୁରକ୍ଷା (ଏସଏଫଏସଏସ) ଆଇନ କାର୍ଡ ଓ ୬୦୪ ଟି ଅନ୍ନପୂର୍ଣ୍ଣା କାର୍ଡରେ ହିତାଧିକାରୀଙ୍କୁ ଚାଉଲ ଓ ଗହମ ପ୍ରଦାନ କରୁଛନ୍ତି । ସେହି ପରିବାର ମାନଙ୍କୁ ମାସିକ ୧ ହଜାର ଟଙ୍କାର ସହାୟତା ମଧ୍ୟ ପ୍ରଦାନ କରିଥିଲେ । ଜିଲ୍ଲାର ୫ଟି ବ୍ଲକ ଓ ୩ଟି ଏନ୍ଏସିର ୭୧,୯୫୬ ପଂଜିକୃତ କାର୍ଡଧାରୀ ନିର୍ମାଣ ଶ୍ରମିକ ମାନଙ୍କୁ ୧୦ କୋଟି ୭୯ ଲକ୍ଷ ୩୩ ହଜାର ୯୦୮ ଟଙ୍କାର ସହାୟତା ପ୍ରଦାନ କରିଥିଲେ । ସେହିପରି ଜିଲ୍ଲାର ୩୩୧ ଜଣ କଲାକାରଙ୍କୁ ମାସିକ ୧୨ ଶହ ଟଙ୍କା ହିସାବ ରେ ୪ ମାସର ମୋଟ ୧୫ ଲକ୍ଷ ୮୮ ହଜାର ୮୦୦ ଟଙ୍କା ପ୍ରଦାନ କରିଥିଲେ । ବିଧବା, ବୃଦ୍ଧ, ବୃଦ୍ଧା, ବିକଲାଙ୍ଗ ମାନଙ୍କୁ ଏକକାଲିନ ୪ ମାସର ଭର୍ତ୍ତା ପ୍ରଦାନ କରିଥିଲେ । 

    ଜିଲ୍ଲାରେ ଅନେକ ପରିବାର ପାଖରେ ରାଶନ କାର୍ଡ, ନିର୍ମାଣ ଶ୍ରମିକ ପଂଜିକରଣ କାର୍ଡ ନାହିଁ କି ଭର୍ତ୍ତା ମଧ୍ୟ ପାଉନାହାନ୍ତି । ଏଭଳି ପରିବାର ଲୋକଙ୍କ ପାଇଁ ସରକାର କୌଣସି ଯୋଜନା ପ୍ରଣୟନ କରି ନାହାନ୍ତି । ଅସହାୟ, ନିରାଶ୍ରୟଙ୍କୁ ପଞ୍ଚାୟତରେ ରନ୍ଧା ଖାଦ୍ୟ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି । ହେଲେ ଜିଲ୍ଲାରେ ଏହସ ସମ୍ପୁର୍ଣ୍ଣ ଭାବେ ଫେଲ ମାରିଛି । ଅର୍ଦ୍ଧାଧିକ ପଞ୍ଚାୟତରେ ଅସହାୟ, ନିରାଶ୍ରୟଙ୍କୁ ରନ୍ଧାଖାଦ୍ୟ ଦେଉନାହାନ୍ତି । ଯେଉଁ ପଞ୍ଚାୟତରେ ସ୍ୱଂୟ ସହାୟକ ମହିଳା ଗୋଷ୍ଠୀ  ଦାୟିତ୍ୱ ନେଇଛନ୍ତି, ସେଠି କେବଳ ପଞ୍ଚାୟତ ମୁଖ୍ୟ କାର୍ଯ୍ୟାଳୟର ଲୋକେ ହିଁ ଉପକୃତ ହେଉଛନ୍ତି । ପଞ୍ଚାୟତର ଅନ୍ୟ ଗାଁର ଅସହାୟ, ନିରାଶ୍ରୟ ରନ୍ଧା ଖାଦ୍ୟ ପାଇବାରୁ ବଞ୍ଚôତ ହେଉଛନ୍ତି । ଗାଁରୁ ୪/୫ କିମି ଦୂରତା ଚାଲି ପଞ୍ଚାୟତ ମୁଖ୍ୟାଳୟକୁ ଖାଇବାକୁ ଯିବା ଆସିବା କରିବା ସମ୍ଭବ ହୋଇ ପାରୁନାହିଁ । ମହିଳା ମୁଖ୍ୟ ପରିବାର, ଜଣେ ମହିଳା ପରିବାର, ରାସ୍ତା ପାଶ୍ୱର ଛୋଟ ଦୋକାନୀ, ଦିନ ମଜୁରୀଆ, ରାଜ୍ୟ ବାହାରେ ଫିସ ରହିଥିବା ପରିବାର ଭଳି ପରିବାର ଲକ୍ ଡାଉନରେ ପ୍ରଭାବିତ ହୋଇଛନ୍ତି । ଏଭଳି ଶତାଧିକ ଅସହାୟ, ନିରାଶ୍ରୟ ସରକାରଙ୍କ ସମସ୍ତ ଯୋଜନା, ସୁବିଧା ସୁଯୋଗରୁ ବଂଚିତ  ହୋଇ ରହୁଛନ୍ତି । ଏବେ ପୁଣି କେନ୍ଦ୍ର ସରକାର ରାଶନ କାର୍ଡଧାରୀ ହିତାଧିକାରୀଙ୍କୁ ମାଗଣାରେ ମୁଣ୍ଡ ପିଛା ୫ କେଜି ଚାଉଲ/ଗହମ, ୧ କେଜି ଡାଲି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି । ଏଥିରେ ଖାଦ୍ୟ ସୁରକ୍ଷା ଆଇନରୁ ବଞ୍ଚôତ ଅସହାୟ, ନିରାଶ୍ରୟ ରାଶନ ପାଇବାରୁ ବଂଚିତ ହୋଇ ରହିବେ । ଏହି ସବୁ ପରିବାରକୁ ରାଶନ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନୂଆପଡ଼ା ବିଧାୟକ ଶ୍ରୀ ଢୋଲକିଆ ପ୍ରସ୍ତାବ ଦେଇଛନ୍ତି । ବିଧାୟକ ଶ୍ରୀ ଢୋଲକିଆ କହିଛନ୍ତି ଯେ, ଏବେ ଜିଲ୍ଲା ପ୍ରଶାସନ ତରଫରୁ ପ୍ରତି ପଞ୍ଚାୟତରେ ରାଶନ ବଣ୍ଟନ ହେଉଛି । ସେଥିରେ କେତେ ଜଣ ବିନା ରାଶନ କାର୍ଡ ଧାରୀ ଅସହାୟ, ନିରାଶ୍ରୟ ପରିବାର ଅଛନ୍ତି, ତାର ସର୍ଭୈ କରି ଚିହ୍ନଟ କରନ୍ତୁ । ଏହି ଅସହାୟ, ନିରାଶ୍ରୟ ପରିବାରକୁ ରାଜ୍ୟ ସରକାର ୨୫ କେଜି ଚାଉଲ ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି । ବିଧାୟକ ଶ୍ରୀ ଢୋଲକିଆଙ୍କ ପ୍ରସ୍ତାବକୁ ଜିଲ୍ଲାବାସୀ ସ୍ୱାଗତ ଜଣାଇଛନ୍ତି ।   

 

0
0
0
s2sdefault