ହେଡଲାଇନସ୍:

 ବାରିପଦାରେ କୁଆପଥର ବର୍ଷା ସାଙ୍ଗକୁ ଘନ ଘନ ବିଦ୍ୟୁତ କାଟ: ପରିବା ଚାଷ କ୍ଷତିଗ୍ରସ୍ତ ଓ ଜନଜୀବନ ପ୍ରଭାବିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି)- ଅପରାହ୍ନ ୩ଟା ୧୦ ସମୟରେ ହଠାତ୍ ଆକାଶରେ ମେଘ ଘୋଟି ଆସିବାର ପରବର୍ତ୍ତି ସମୟରେ ବାରିପଦା ପୌରପରିଷଦ ସହିତ ଆଖପାଖ ଅଞ୍ଚଳରେ ମଧ୍ୟମ ଧରଣର କୁଆପଥର ମାଡ଼ ଆରମ୍ଭ ହୋଇଥିଲା । ପ୍ରାୟ ୫ ମିନିଧରି ଜାରି ରହିବା ପରେ ସାମାନ୍ୟ ବର୍ଷା ହୋଇ ଛାଡ଼ି ଯାଇଥିଲା । ଏହାର ଅଧଘଣ୍ଟାଏ ପରେ ପୁଣିଥରେ କୁଆପଥର ସହିତ ବର୍ଷା ଆରମ୍ଭ ହୋଇଥିଲା । ବାରିପଦା ସହରରେ ଥିବା କୃଷି କାର୍ଯ୍ୟାଳୟ ପାଣିପାଗ ବିଭାଗ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ଆଜି ଦିନରେ ତାପମାତ୍ରା ସର୍ବୋଚ୍ଚ ୩୯ ଡ଼ିଗ୍ରୀ ସେଲସିୟାସ ରହିଥିବା ବେଳେ ଅପରାହ୍ନରେ ୩୨.୬ ମି.ମି. ବର୍ଷା ହୋଇଥିବାର ରେକଡର଼୍ କରାଯାଇଛି । ଏହି କୁଆପଥର ମାଡ଼  ପନିପରିବା ଚାଷକୁ ବିଶେଷ ଭାବେ କ୍ଷତି ପହଁଞ୍ଚାଇ ଥିବାର ପରିଲକ୍ଷିତ ହୋଇଛି । ଏଥି ସହିତ ଲକ୍ ଡ଼ାଉନ ଯନ୍ତ୍ରଣାକୁ ବଳି ଯାଇଛି ବିଦ୍ୟୁତ କାଟର ଯନ୍ତ୍ରଣା । ଆକାଶରେ ମେଘ ଉଠାଇବା ମାତ୍ରକେ ଆରମ୍ଭ ହୋଇଗଲା ବିଦୁ୍ୟତ ବିଭାଗର ଲୁଚକାଳି ଖେଳ । ସହରରେ ଅପରାହ୍ନ ୩.୧୦ରୁ ବିଦୁ୍ୟତ୍ ସରବରାହକୁ ବିଚ୍ଛିନ୍ନ କରାଯିବା ପରେ ରାତି ୭ଟା ୧୨ମିନିଟରେ ଦିଆଯାଇଥିଲା । ଏଥିରେ ବିଦୁ୍ୟତ୍ ବିଭାଗର ମନ ଶାନ୍ତ ପଡ଼ିଯାଇ ନ ଥିଲା । ପୁଣି ୭.୨୧ ମିନିଟରେ କଟା ଯାଇ ୭.୪୫ , ୭.୫୪ରେ କଟାଯାଇ ୮.୨୦ ମିନିଟରେ ଆସିଥିଲା । ବିଦ୍ୟୁତ ବିଭାଗର ଏହି ପ୍ରକାରର ଲୁଚକାଳି ଖେଳକୁ ନେଇ ଉପଭୁକ୍ତା ଅଭିଜିତ୍ ରାମ ନିଜ ପ୍ରତିକ୍ରିୟାରେ କହିଛନ୍ତି, ବିଭାଗୀୟ ଅଧିକାରୀ ଓ ପଦାଧିକାରୀମାନେ ସେମାନଙ୍କର ଇନସେଣ୍ଟିଭ ଆଦି ବିଭିନ୍ନ କାରଣରୁ ଘଣ୍ଟାଘଣ୍ଟା ଧରି  ବିଦ୍ୟୁତ କାଟ ଚଳାଇ ଆସୁଛନ୍ତି । କାର୍ଯ୍ୟାଳୟର ଲେଣ୍ଡ ଲାଇନକୁ ଫୋନ କଲେ କେହି ଫୋନ ଧରୁ ନଥିବା ବେଳେ ଅଧିକାରୀଙ୍କ ମୋବାଇଲ ନମ୍ବରରେ ଯୋଗାଯୋଗ କଲେ ସେମିତି ହେବ ବୋଲି ଉତ୍ତର ମିଳୁଛି । ଲକ୍ ଡ଼ାଉନ ସମୟରେ ବିଦ୍ୟୁତ  କାଟ ହେବ ନାହିଁ ବୋଲି ସରକାର କହୁଥିବା ବେଳେ ବିଦୁ୍ୟତ୍ ବିଭାଗ ଏହାକୁ ସିଧାସଳଖ ଅଣଦେଖା କରୁଥିବାରୁ ବିଦ୍ୟୁତ  ବିଭାଗ ସରକାରଙ୍କ ଅଧୀନରେ ରହିଛି ଅଥବା ସରକାର ବିଦ୍ୟୁତ ବିଭାଗ ଅଧୀନରେ ଅଛି ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । 

 

0
0
0
s2sdefault