ହେଡଲାଇନସ୍:

କଳାହାଣ୍ଡି ଓ ସମ୍ବଲପୁରର କରୋନା ହସ୍ପିଟାଲ ପରିଦର୍ଶନ କଲେ ୫ଟି ସଚିବ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭବାନୀପାଟଣା(ଆଦିତ୍ୟ ମହାନ୍ତି/ ସୁଶାନ୍ତ ରାଉତ)/ସମ୍ବଲପୁର-ଝାରସୁଗୁଡା ବ୍ୟୁରୋ ଚିଫ ରମାକାନ୍ତ ବିଶ୍ୱାଳ 

ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣ ପାଇଁ ତଥା ପ୍ରତିହତ କରିବା ପାଇଁ ସରକାର ଅବିରତ ଉଦ୍ୟମ କରୁଥିବା ବେଳେ ଏଥି ନିମିତ୍ତ ହୋଇଥିବା ପ୍ରସ୍ତୁତି ଓ ବ୍ୟବସ୍ଥାର ଅନୁଧ୍ୟାନ କରିବା ପାଇଁ ୫ଟି ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ ଓ ଉନ୍ନୟନ କମିଶନର ସୁରେଶ ମହାପାତ୍ର ଆଜି କଳାହାଣ୍ଡି ଓ ସମ୍ବଲପୁର ଜିଲ୍ଲା ଗସ୍ତରେ ଆସିଥିଲେ  ।

୫ଟି ସଚିବ ଶ୍ରୀ ପାଣ୍ଡିଆନ କଳାହାଣ୍ଡିଠାରେ କାର୍ଯ୍ୟକ୍ଷମ ହେବାକୁ ଥିବା କୋଭିଡ ହସ୍ପିଟାଲର ପରିଦର୍ଶନ କରିବା ସହ ତାହାର  ଭିତ୍ତିଭୂମି ଉପରେ ସମୀକ୍ଷା କରିଥିଲେ । ଭବାନିପାଟଣାଠାରେ ନିର୍ମିତ ହେଉଥିବା ଏହି କୋବିଦ ହସ୍ପିଟାଲରେ ୨୦୦ ଶଯ୍ୟା ରହୁଥିବା ବେଳେ ୬ଟି ଆଇସିୟୁ ଶଯ୍ୟା ରହିବ | ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟରେ ଏହା ପ୍ରସ୍ତୁତ ହେଉଥିବା ବେଳେ ଆହିଠାରୁ ୫୦ ଶଯ୍ୟା ପ୍ରସ୍ତୁତ ହୋଇସାରିଛି | ଆସନ୍ତା ସପ୍ତାହକ ମଧ୍ୟରେ ୨୦୦ ଶଯ୍ୟା ପୁର୍ଣ କାର୍ଯ୍ୟକ୍ଷମ  ହେବ | 

ସମୀକ୍ଷା ଅବସରରେ କୃଷି କାର୍ଯ୍ୟ ବ୍ୟତୀତ ଲକ ଡାଉନରୁ ଛାଡ ପାଇଥିବା ବିଭିନ୍ନ କାର୍ଯ୍ୟ ଯେପରି ସୁରୁଖୁରୁରେ ସାମାଜିକ ଦୂରତ୍ୱ ବଜାୟ ରଖି ହୋଇପାରିବ ତାହାରି ଉପରେ ଦେଇଥିଲେ ୫ ଟି ସଚିବ ଶ୍ରୀ ପାଣ୍ଡିଆନ | ଛତିଶଗଡ ସୀମାକୁ ସମ୍ପୂର୍ଣ ଭାବେ ସିଲ କରିବାକୁ ୫ଟି ସଚିବ କଳାହାଣ୍ଡି ଏସପିଙ୍କୁ ନିର୍ଦ୍ଦେଶ ଦେଇଥିଲେ |  କୃଷି ଜାତ ସାମଗ୍ରୀ ଯେମିତି ଠିକଣା ଢଙ୍ଗରେ ଯାତାୟାତ କରିପାରିବ ତାହାକୁ ଦୃଷ୍ଟି ଦେବାପାଇଁ ୫ ଟି ସଚିବ ପରାମର୍ଶ ଦେଇଥିଲେ |  ସୂଚନାଯୋଗ୍ୟ ଯେ ଏହି ଜିଲ୍ଲାରୁ ଦୁଇଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ପରିପ୍ରେକ୍ଷୀରେ  କଳାହାଣ୍ଡି ଜିଲ୍ଲାରେ ଏହା ପ୍ରଥମ କୋଭିଡ ହସ୍ପିଟାଲ ହେବ। ଅପରପକ୍ଷରେ କଳାହାଣ୍ଡିର ଜଣେ କରୋନା ରୋଗୀ ସୁସ୍ଥ ହୋଇସାରିଥିବ ବେଳେ ଅନ୍ୟ ଜଣେ ଚିକିତ୍ସିତ ଅଛନ୍ତି | 

ସେହିପରି ସମ୍ବଲପୁର ଠାରେ ୨୦୦ ଶଯ୍ୟା ତଥା ୨୦ ଆଇସିୟୁ ଶଯ୍ୟା ବିଶିଷ୍ଟ କୋବିଦ ହସ୍ପିଟାଲ ନିର୍ମାଣ ସମ୍ପର୍କରେ ସମୀକ୍ଷା କରିଥିଲେ | ଏହି ହସ୍ପିଟାଲ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରୁ କାର୍ଯ୍ୟ କରିବ | ଏହି ଅବସରରେ ୫ଟି ସଚିବ ମାନବ ସମ୍ବଳ, ଔଷଧ, ଆଇସିୟୁ ସୁବିଧା, ଆଇସୋଲେସନ ୱାର୍ଡ ଆଦି ଉପରେ ସମୀକ୍ଷା ଓ ଅନୁଧ୍ୟାନ କରିବା ସହ ଏହାର ଅଗ୍ରଗତିରେ ସନ୍ତୋଷ ବ୍ୟକ୍ତ କରିଥିଲେ | ଏହି ଅବସରରେ ଡ଼ିଆଇଜି ସମ୍ବଲପୁର, ଜିଲ୍ଲାପାଳ, ଓ ଏସପିଙ୍କ ସହ ଜିଲ୍ଲାର ଆଇନଶୃଙ୍ଖଳାପରିସ୍ଥିତି ଉପରେ ଆଲୋଚନା କରିଥିଲେ | ସାମ୍ପ୍ରଦାୟିକ ବିଶୃଙ୍ଖଳା ପ୍ରତି ସତର୍କ ଦୃଷ୍ଟି ରଖିବାକୁ ନିର୍ଦ୍ଦେଶ ଦେବବ ସହ  ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ଝାରସୁଗଡ଼, ସୋନପୁର ଜିଲ୍ଲାରେ  କୃଷିଜାତ ଦ୍ରବ୍ୟ ଗୁଡିକର ଯାତାୟାତ ଯେମିତି ସୁରୁଖୁରୁରେ ହୋଇପାରିବ ତାହାରି ଉପରେ ଯତ୍ନବାନ ହେବାକୁ ଡ଼ିଆଇଜିଙ୍କୁ ନିର୍ଦେଶ ଦେଇଥିଲେ | ସବୁସ୍ଥାନରେ ସାମାଜିକ ଦୂରତ୍ୱ ବଜାୟ ରଖିବା ସହ ଅସହାୟ ଲୋକଙ୍କ  ପାଖରେ ଯେପରି ରନ୍ଧା ଖାଦ୍ୟ ପହଂଚିବ  ତାହା ନିଶ୍ଚିତ କରିବା ପାଇଁ ଜିଲ୍ଲାପାଳଙ୍କୁ ଓ ଅନ୍ୟାନ୍ୟ ଅଧିକାରୀମାନଙ୍କୁ ୫ଟି ସଚିବ ଶ୍ରୀ ପାଣ୍ଡିଆନ ନିର୍ଦ୍ଦେଶ ଦେଇଥିଲେ | ଏହି ସମୟରେ ସମ୍ବଲପୁର ଜ଼ିଲ୍ଲାପାଳ  ଶୁଭମ ସାକ୍ସେନା ଏବଂ ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷକ  ଡ଼.କନୱାର ବିଶାଳ ସିଂ, ଅତିରିକ୍ତ ଜ଼ିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ, ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼. ଶଶୀ ଭୂଷଣ ପଟେଲ  ମଧ୍ୟ ଉପସ୍ଥିତ ଥିଲେ।

0
0
0
s2sdefault