ହେଡଲାଇନସ୍:

ହଜି ଯାଉଛି ମଣିଷ ପଣିଆ , ତଥାପି ବଂଚିଛି କିଛି ଲୋକଙ୍କ ଭିତରେ  !!!!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 
  • ବେସାହାରାଙ୍କ ସାହା ହେଲେ ଡାକ୍ତର ଶଙ୍କର ରାମଚନ୍ଦନୀ 

  •  ନିଜ ବ୍ୟବସ୍ଥାରେ ଅଜଣା ମହିଳାଙ୍କ ଅନ୍ତେଷ୍ଠି କ୍ରିୟା କଲେ ଯୁବ ଡାକ୍ତର ରାମଚନ୍ଦନୀ

  • କରୋନାର ଭୟ ଗାଁ କୁ ପସେଇ ଦେଲେନି ମୃତ ମହିଳାଙ୍କ ଶବ  । 

ସମ୍ବଲପୁର-ଝାରସୁଗୁଡା ବ୍ୟୁରୋ ଚିଫ୍ /ରମାକାନ୍ତ ବିଶ୍ବାଳ : ବର୍ତ୍ତମାନର ସଭ୍ୟ ସମାଜ ଭିତରେ କେଉଁଠି ନା କେଉଁଠି ଲୁଚି ରହିଛି ଅନ୍ଧବିଶ୍ବାସ ଏହାର ତାଡନା ରେ ନିଷ୍ପେସିତ ହୁଅନ୍ତି ନିରୀହ ଜନସାଧାରଣ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା କୁଆଁରମୁଣ୍ଡା ଗ୍ରାମରେ ।

ଶାନ୍ତି ତନ୍ତୀ, ସ୍ବାମୀ ସୁରେଶ ତନ୍ତୀ | ବୟସ 50 | କିଛିଦିନ ତଳେ ଦେହ ଖରାବ ହେବାରୁ ଲୋକମାନେ ତାକୁ କୋରୋନା ଆକ୍ରାନ୍ତ କହି ତାଠାରୁ ଦୁରେଇ ଯାଇଥିଲେ । ରୋଗ ଭଲ ନ ହେବାରୁ ତାର ଗରିବ ସ୍ବାମୀ ତାକୁ ନେଇ ବୁର୍ଲା ଭିମସାର ଡାକ୍ତରଖାନା କୁ ଯାଇଥିଲା ସେଠାରେ ତାର ଟିବି ହୋଇଥିବା ରିପୋର୍ଟରେ ଆସିଥିଲା ପରେ ସୋମବାର ରାତ୍ରି ରେ ମହିଳା ଙ୍କ ମୃତ୍ୟୁ ହୋଇଥିଲା । ତାଙ୍କ ସ୍ବାମୀ ମୃତ୍ୟୁ ପତ୍ନୀଙ୍କ  ସବକୁ ଏକ ଭଡା ଆମ୍ବୁଲାନ୍ସରେ 200 କିମି ଦୂର ନିଜ ଗାଁ କୁଆଁରମୁଣ୍ଡା ଗ୍ରାମକୁ ନେଇ ଆସିଥିଲେ | କିନ୍ତୁ ଗାଁ ଲୋକେ କୋରୋନା ଜନିତ ମୃତ୍ୟୁ କହି ତାକୁ ଗାଁ ଭିତରକୁ ପୁରାଇ ଦେଇନଥିଲେ ଏବଂ ଗାଁ ଲୋକେ ସୁରେଶକୁ ଏପରି ଅବସ୍ଥାରେ ଧମକଚମକ ଦେଇ ମାଡ ଦେଇଥିବା ସୁରେଶ ପ୍ରକାଶ କରିଛନ୍ତି  ।

ଶେଷରେ ମହିଳା ଙ୍କ ସ୍ବାମୀ ସୁରେଶ ତନ୍ତି ଅନ୍ୟ ଉପାୟ ନ ପାଇ ସବକୁ ଧରି ପୁଣି ସମ୍ବଲପୁର ଫେରି ଆସିଥିଲେ | କିନ୍ତୁ ଦୁର୍ଭାଗ୍ୟର କଥା ସମ୍ବଲପୁରରେ ଯେତେବେଳେ ମହିଳାଙ୍କ ଶବ ଦାହ କରିବାକୁ ନିଆଗଲା ସେଠାରେ ତାଙ୍କର ପ୍ରମାଣ ସ୍ବରୂପ ଆଧାର କାର୍ଡ  ମଗାଯାଇଥିଲା | କିନ୍ତୁ ତା ପାଖରେ ଆଧାର କାର୍ଡ ନଥିବାରୁ ତାକୁ ଶବଦାହ କରିବାପାଇଁ ଅନୁମତି ମିଳିନଥିଲା। 

ଖବର ପାଇ ଯୁବ ଡାକ୍ତର ଶଙ୍କର ରାମଚନ୍ଦନୀ ତୁରନ୍ତ ଆସି ଶବଦାହ କରିବାର ବନ୍ଦୋବସ୍ତ କରି ସାହାଯ୍ୟର ହାତ ବଢାଇଥିଲେ । ମୃତ ମହିଳାଙ୍କ ସ୍ବାମୀ ସୁରେଶ ତନ୍ତି ଗାଁ ଲୋକଙ୍କ ମାଡ ଓ ଧମକଚମକରେ ଏତେ ମାତ୍ରାରେ ଡରି ଯାଇଛନ୍ତି ଯେ ଗାଁ କୁ ଯିବାକୁ ମନାକରିଛନ୍ତି । ଶେଷରେ ଡାକ୍ତର ଶଙ୍କର ରାମଚନ୍ଦନୀ ତାଙ୍କ ପାଇଁ ବୁର୍ଲାରେ ଲକ ଡାଉନ୍ ଶେଷ ହେବା ପର୍ଯ୍ୟନ୍ତ  ରହିବା ଖାଇବାର ବ୍ୟବସ୍ଥା କରିଛନ୍ତି ।

 

0
0
0
s2sdefault