ହେଡଲାଇନସ୍:

ନନ୍ଦିଘୋଷ ଓଡ଼ିଆ ଚ୍ୟାନେଲ ଓ ଗଙ୍ଗାଧର ସାହୁ ଫାଉଣ୍ଡେସନ୍ ତରଫରୁ ଚିନ୍ତାମଣିଶ୍ୱର ଅଞ୍ଚଳରେ ଖାଦ୍ୟ ସାମଗ୍ରୀ ବଣ୍ଟନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର(ଶାସକ ପ୍ରଶାସକ) : ନନ୍ଦିଘୋଷ ଓଡ଼ିଆ ଚ୍ୟାନେଲ ଓ ଗଙ୍ଗାଧର ସାହୁ ଫାଉଣ୍ଡେସନ୍ ତରଫରୁ ଆଜି ଅପରାହ୍ନ ୪ଟା ସମୟରେ ଚିନ୍ତାମଣିଶ୍ୱର ଅଞ୍ଚଳରେ ଥିବା ବସ୍ତିରେ ଚାଉଳ, ଡ଼ାଲି, ଅଟା ଓ ଚୂଡ଼ା ପ୍ରଭୃତି ଖାଦ୍ୟ ସାମଗ୍ରୀ ଗରିବ ଶ୍ରେଣୀର ପାଖାପାଖି ୧୫୦ ଲୋକମାନଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଥିଲା ।

ଏହି ଖାଦ୍ୟ ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମ ନନ୍ଦିଘୋଷ ଚ୍ୟାନେଲ ପକ୍ଷରୁ ବର୍ତ୍ତମାନ ପରିସ୍ଥିତିକୁ ନେଇ ଗରିବ ଲୋକମାନଙ୍କର ସାହାର୍ଯ୍ୟାର୍ଥେ କରାଯାଉଛି । ଯେହେତୁ ବର୍ତମାନ ଲୋକମାନେ ଲକ୍ ଡାଉନ୍ ସମସ୍ୟାକୁ ନେଇ ତାଙ୍କର ଦୈନଦିନ କାର୍ଯ୍ୟ ଓ ରୋଜଗାର ପାଇଁ ବାହାରକୁ ଯାଇପାରୁ ନାହାଁନ୍ତି, ତେଣୁ ସେମାନଙ୍କର ଦୈନିକ ରୋଜଗାର ବନ୍ଦ ହୋଇଯାଇଛି ।

ଏହି ଅସୁବିଧାକୁ ଦୃଷ୍ଟିରେ ରଖି ଏପରି କାର୍ଯ୍ୟକ୍ରମକୁ ଚ୍ୟାନେଲ୍ ତରଫରୁ ହାତକୁ ନିଆଯାଇଛି । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ୪୫ନଂ ୱାର୍ଡର ପୂର୍ବତନ କର୍ପୋରେଟର ଅମେରେଶ ଜେନା(ବାଇଁଆ) ଓ ୧୫ନଂ ୱାର୍ଡର ପୂର୍ବତନ କର୍ପୋରେଟର ସମୀର ପ୍ରଧାନ ଉପସ୍ଥିତ ରହି ଚ୍ୟାନେଲ କର୍ତୃପକ୍ଷଙ୍କୁ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ଚ୍ୟାନେଲର ସେଲ୍ସ ଓ ମାର୍କେଟିଂ ପରାମର୍ଶ ଦାତା ସୁବ୍ରତ ଦାସ, ବିଜ୍ଞାପନ ଏଜିଏମ୍ ପବିତ୍ର ବେହେରା ଓ ମ୍ୟାନେଜର ସତ୍ୟପ୍ରିୟ ମହାନ୍ତି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୂଚାରୂ ରୂପେ ତୁଲାଇଥିଲେ ।

0
0
0
s2sdefault