ହେଡଲାଇନସ୍:

୫୦୦ରୁ ଅଧିକ ଗରିବଗୁରୁବାଙ୍କୁ ରାସନ ବାଣ୍ଟିଲେ ଦୁଇ ଭାଇ ପ୍ରତାପ ଓ ପ୍ରଭାତ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର (ଶାସକ ପ୍ରଶାସକ) କରୋନା ସଂକ୍ରମଣ ଆଶଙ୍କାରେ ସାରା ଦେଶ ଲକଡାଉନ । ତାଲାବନ୍ଦ ଯୋଗୁ ଥିଲାବାଲା ଲୋକଙ୍କ ସମସ୍ୟା ନାହିଁ । ହେଲେ ଗରିବଗୁରୁବା ଓ ବସ୍ତିରେ ରହୁଥିବା ଲୋକଙ୍କ ଅବସ୍ଥା ଅସମ୍ଭାଳ । ସରକାର ଅବଶ୍ୟ ସେମାନଙ୍କୁ ଆଗୁଆ ଚାଉଳ ଓ ହାଜରେ ଟଙ୍କା ଆର୍ଥିକ ସହାୟତା ଦେଉଛନ୍ତି।  ହେଲେ ଏହା ସେମାନଙ୍କ ସବୁ ଆବଶ୍ୟକତାକୁ ମେଣ୍ଟାଇ ପାରୁନି । ଏଭଳି ଏକ ସ୍ଥିତିରେ କଳ୍ପତରୁ ଦାସ ଜାତୀୟ ଫାଉଣ୍ଡେସନ ସେମାନଙ୍କ ସହାୟତା ପାଇଁ ଆଗେଇଆସିଛି । 

ଦିବଂଗତ ମନ୍ତ୍ରୀ କଳ୍ପତରୁ ଦାସଙ୍କ ଜଣେ ପୁଅ ପ୍ରଣବ ବଳବନ୍ତରାୟ ରାଜନୀତିରେ ବେଶ ସକ୍ରିୟ । ବାପାଙ୍କ ନିର୍ବାଚନମଣ୍ଡଳୀ ଧର୍ମଶାଳାରୁ ବିଧାୟକ ଭାବେ ନିର୍ବାଚିତ ହୋଇଆସୁଛନ୍ତି | ତାଙ୍କର ଅନ୍ୟ ଦୁଇ ଭାଇ ପ୍ରତାପ କୁମାର ବଲବନ୍ତରାୟ ଓ ପ୍ରଭାତ କୁମାର ବଲବନ୍ତରାୟ ରାଜନୀତିରେ ନଥିଲେ ବି ଜନସେବାକୁ ଭୁଲିନାହାନ୍ତି । 

ବାପାଙ୍କ ଆଦର୍ଶ ଓ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଆହ୍ବାନରେ ଅନୁପ୍ରାଣିତ ହୋଇ ଦୁଇ ଭାଇ ନିଜ ଘରପାଖରେ ଥିବା  500ରୁ ଅଧିକ ଗରିବଗୁରୁବାଙ୍କୁ ରାସନ ବାଣ୍ଟିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟର ଜଣେହେଲେ ଲୋକ ଭୋକିଲା ରହିବେ ନାହିଁ ବୋଲି ଘୋଷଣା କରିଥିଲେ । ବାପାଙ୍କ ଆଦର୍ଶ ସହ ମୁଖ୍ୟମନ୍ତ୍ରୀଙ୍କ ଅପିଲରେ ଅନୁପ୍ରାଣିତ ହୋଇ ଗରିବଙ୍କ ସାହା ହୋଇଥିବା ଦୁଇ ଭାଇଙ୍କୁ ବସ୍ତିବାସିନ୍ଦା ବେଶ ପ୍ରଶଂସା କରିଛନ୍ତି ।

0
0
0
s2sdefault